Below header

ପୁଷ ପୁନେଇ ଯାତ୍ରାରେ ଆଦିବାସୀ ବେଶଭୂଷା ମନ କିଣିଲା, ପାରମ୍ପରିକ ନାଚ ଗୀତରେ ଦୁଲୁକିଲା ସହର

ପୁଷ ପୁନେଇ ଉତ୍ସବ ସହରରେ ଗାଁର ପରିବେଶ ସୃଷ୍ଟି କରିଛି । ଗାଁ ଗଣ୍ଡାରେ ଯୁବପିଢ଼ି ଧୀରେ ଧୀରେ ପାରମ୍ପରିକ ନୃତ୍ୟ , ଗୀତ ଓ ପରମ୍ପରାରୁ ମୁହଁ ଫେରାଇ ଆଧୁନିକ ଧାରା ପ୍ରତି ଆକୃଷ୍ଟ ହେଉଥିବା ବେଳେ ଏପରି ଯାତ୍ରା ଏକ ଉଦାହରଣ । ଏଇ ପାରମ୍ପରିକ ପରବ ପୁଷ ପୁନେଇରେ ଆଦିବାସୀ ବେଶଭୂଷା ନାଚ ଗୀତରେ ଦୁଲୁକିଲା ଜୟପୁର ସହର ।

ଜୟପୁର (କେନ୍ୟୁଜ): ସହର ମଝିରେ ସାଧାରଣ ଲୋକ ଙ୍କ ଚାଲିଛି ବେଶଭୁଷା ଆଉ ସଜବାଜ । ଭଳିକିଭଳି ପାରମ୍ପରରିକ ଆଦିବାସୀ ବେଶଭୁଷା ଆଉ ପାରିପାଟିରେ ବାଳୁତ ଠୁ ବୃଦ୍ଧ ମହିଳାଙ୍କଠୁ ପୁରୁଷ ସମସ୍ତେ ପ୍ରସ୍ତୁତ । କିଏ ଦେବଦେବୀଙ୍କ ବେଶ ତ ଆଉ କିଏ ପୌରାଣିକ ବେଶ । ଆଉ ଅଧିକାଂଶ କୋରାପୁଟିଆ ଦେଶିଆ ନିନା ନିନି । ବେଶବୁଶା ଯେତିକି ଆକର୍ଷଣୀୟ ସେତିକି ଆକୃଷ୍ଟ କରୁଛି । ଏଇ ବିରାଟ ପଟୁଆରରେ କୋରାପୁଟିଆ ଆଦିବାସୀଙ୍କ ଢେମଷା ଗୀତ ଯାହାର ତାଳେ ତାଳେ ପଡୁଛି ଉଠୁଛି ସମସ୍ତଙ୍କ ପାଦ ।

ପାଳିତ ହେଉଥିବା ପୁଷ ପୁନେଇ ଉତ୍ସବ ସହରରେ ବି ଗାଁର ପରିବେଶ ସୃଷ୍ଟି କରିଛି । ଗାଁ ଗଣ୍ଡାରେ ଯୁବପିଢ଼ି ଧୀରେ ଧୀରେ ପାରମ୍ପରିକ ନୃତ୍ୟ , ଗୀତ ଓ ପରମ୍ପରାରୁ ମୁହଁ ଫେରାଇ ଆଧୁନିକ ଧାରା ପ୍ରତି ଆକୃଷ୍ଟ ହେଉଥିବା ବେଳେ ଏପରି ଯାତ୍ରା ଏକ ଉଦାହରଣ । ଏଇ ପାରମ୍ପରିକ ପରବ ପୁଷ ପୁନେଇରେ ଆଦିବାସୀ ବେଶଭୂଷା ନାଚ ଗୀତରେ ଦୁଲୁକିଲା ଜୟପୁର ସହର ।

ଜୟପୁରରେ ଆଦିବାସୀ ପାରମ୍ପରିକ ପରବ ପୁଷ ପରବ ଗାଁ ଗଣ୍ଡାରେ ଏହି ପର୍ବକୁ ପାରମ୍ପରିକ ପୂଜା ପାର୍ବଣ ସହ ଜୋରଦାର ଭାବେ ପାଳି ଆସୁଥିବା ବେଳେ ଏହା ଏକ କୃଷି ଭିତ୍ତିକ ପର୍ବ । ଆଜିବି ଅବିଭକ୍ତ କୋରାପୁଟର ପ୍ରତିଟି ଆଦିବାସୀ ଗାଁ ଗହଳିରେ ପୁଷ ପୁନି ପାଳିତ ହୁଏ । ତଥାପି ଆଧୁନିକତା ର ପ୍ରଭାବ ଯୋଗୁଁ ସେଇ ମହକ ଟିକେ କମିଛି । ଏଣୁ ଜୟପୁରର ସମସ୍ତ କଳାକାର ଏକାଠି ହୋଇ ଗତ ୪ ବର୍ଷ ହେବ ଆରମ୍ଭ କରିଛନ୍ତି ଏଭଳି ପ୍ରୟାସ ।

dance

ନେତା ଜନତା ସମସ୍ତେ ଏକାଠି ଆଉ ସମସ୍ତେ ନୂଆ ରୂପରେ ଯେଉଁଠି ସାମିଲ ଥିଲେ ବିଧାୟକ ତାରା ବାହିନୀପତୀ । ଏଥିରେ ଅବିଭକ୍ତ କୋରାପୁଟର ଢେମସା, ଶିଙ୍ଗ ବାଦ୍ୟ, ଶବର ଶବରୁଣୀ, ଦେଶିଆ ନାଟ, ଛେର୍ ଛେରା , ପାନିଆ ଜୁନିଆ ଓ ପତର ସଉରା ନାଟ ପଟୁଆର ଆଦି ନାଚ ଗୀତ ବେଶଭୂଷାକୁ କଳାକାର ମାନଙ୍କ ମାଧ୍ୟମରେ ଜୀବନ୍ତ ରଖିବାର ଏକ ପ୍ରୟାସ । ମିନାବଜାର ପଲ୍ଲୀଶ୍ରୀ ମେଳା ସହ ଆଦିବାସୀ ଲୋକନୃତ୍ୟ ଦେଶିଆ ନାଟ ମାଧମରେ ଏକ କ୍ଷୁଦ୍ର ପରବ ମଞ୍ଚ ପାଲଟିଥିଲା ଜୟପୁର ପୁଷପୁନି ମଞ୍ଚ । ପ୍ରତି ବର୍ଷ ପରି ଏଥର ବି ଆକର୍ଷଣୀୟ ଥିଲା ଆଦିବାସୀ ବେଶ ପୋଷାକ ପ୍ରତିଯୋଗିତା ତଥା ରୟାମ୍ପ ସୋ । ଏହି ପାରମ୍ପରିକ ସହରୀ ପୁଷ ପୁନି ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ସାତଦିନ ଧରି ଦୁଲକି ଥିଲା ଯାହାକୁ ମନଭରି ଉପଭୋଗ କରିଥିଲେ ଜିଲ୍ଲାବାସୀ ।

ତେବେ ମନୋରଞ୍ଜନ ସହ କଳାକୃତିର ବଜାର ଜିଲ୍ଲାବାସୀଙ୍କୁ ପରବ ମଞ୍ଚର ଅନୁଭୂତି ଦେଇଛି ବୋଲି କହନ୍ତି ଆୟୋଜନ କମିଟିର ପ୍ରମୁଖ ଧିରେନ ପଟ୍ଟନାୟକ ଓ ଗୁପ୍ତ ପାଣିଗ୍ରାହୀ । ସେପଟେ ପ୍ରତିବର୍ଷ ଏଭଳି ପୁଷ ପୁନି ଆୟୋଜନ କଲେ ସମସ୍ତେ ଉପଭୋଗ କରିବେ ବୋଲି ମତଦିଅନ୍ତି କୁନି କଳାକାର ଓ ଦର୍ଶକ । ପୁଷପୁନି ର ଏଭଳି ପଟୁଆରରେ ଅଭିନୟ ଓ ପରମ୍ପରା ସହ ଯୋଡିହୋଇ ରହିବାର ଆନନ୍ଦ ଓ ନୂଆ ଅନୁଭୂତି ସହ ଏକ ଭିନ୍ନ ପ୍ରୟାସ ଯାହା ଦ୍ୱାରା ଆଦିବାସୀ ସଂସ୍କୃତିର ସୁରକ୍ଷା ସମ୍ଭବ ହୋଇପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.