ଲଞ୍ଚ୍ ହେଲା Asus Zenfone 11 ର ଫ୍ଲାଗସିପ୍ ସ୍ମାର୍ଟଫୋନ୍, ମିଳିବ ସବୁଠାରୁ ଭଲ ପ୍ରୋସେସର୍
Asus ର ଏହି ସ୍ମାର୍ଟଫୋନ୍ Qualcomm ଏକ ଭଲ ପ୍ରୋସେସର୍ ସହିତ ଆସିପାରେ । ସୂଚନା ଅନୁଯାୟୀ, ଏହି ଫୋନ୍ ଗୁଗୁଲ୍ ପ୍ଲେ କନସୋଲରେ Qualcomm ଚିପସେଟ ସହିତ ଦେଖିବାକୁ ମିଳିଛି, ଯାହା Adreno 830 GPU ସହିତ ଆସିଛି । ତେବେ ଏହା ଅନୁମାନ କରାଯାଉଛି ଯେ Snapdragon 8 Gen 3 ପରିବର୍ତ୍ତେ ଏହି ଫୋନରେ Snapdragon 8 Gen 4 ଉପଲବ୍ଧ ହେବ ।

Asus Zenfone 11 ମଧ୍ୟ ସାମସଙ୍ଗର ଲେଟଷ୍ଟ Galaxy S24 ସିରିଜରୁ ମଧ୍ୟ ଏକ ଦମ୍ଦାର ପ୍ରୋସେସର ମିଳିପାରିବ । ତେବେ ଗୁଗୁଲ୍ ପ୍ଲେ କନସୋଲ୍ ସାର୍ଟିଫିକେଟ୍ ସାଇଟରେ Asus ର ଏହି ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଲିଷ୍ଟି । ଯେଉଁଥିରେ ଏହାର ପ୍ରୋସେସର ବିଷୟରେ ସୂଚନା ଦିଆ ଯାଇଛି । ଗତ ବର୍ଷ ଗେମିଙ୍ଗ ସ୍ମାର୍ଟଫୋନ୍ ତିଆରି କରିଥିବା କମ୍ପାନୀ Zenfone 10 କୁ ଗ୍ଲୋବାଲି ଲଞ୍ଚ କରାଯାଇଥିଲା । ଯେଉଁଥିରେ Qualcomm Snapdragon 8 Gen 2 ପ୍ରୋସେସର ରହିଥିଲା । ତେବେ Asus ର ଏହି ସ୍ମାର୍ଟଫୋନ୍ ରେ 16GB RAM ସହ ଅନ୍ୟ ଫିଚର୍ସ ମଧ୍ୟ ଦିଆଯାଇପାରେ । ତାହେଲେ ଆସନ୍ତୁ ଜାଣିବା ଯେ Asus ର ଅପ୍କମିଂ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ବିଷୟରେ ।
Asus ର ଏହି ସ୍ମାର୍ଟଫୋନ୍ Qualcomm ଏକ ଭଲ ପ୍ରୋସେସର୍ ସହିତ ଆସିପାରେ । ସୂଚନା ଅନୁଯାୟୀ, ଏହି ଫୋନ୍ ଗୁଗୁଲ୍ ପ୍ଲେ କନସୋଲରେ Qualcomm ଚିପସେଟ ସହିତ ଦେଖିବାକୁ ମିଳିଛି, ଯାହା Adreno 830 GPU ସହିତ ଆସିଛି । ତେବେ ଏହା ଅନୁମାନ କରାଯାଉଛି ଯେ Snapdragon 8 Gen 3 ପରିବର୍ତ୍ତେ ଏହି ଫୋନରେ Snapdragon 8 Gen 4 ଉପଲବ୍ଧ ହେବ । ଚଳିତ ବର୍ଷ ଏପର୍ଯ୍ୟନ୍ତ ଲଞ୍ଚ୍ ହୋଇଥିବା ସମସ୍ତ ପ୍ରିମିୟମ୍ ସ୍ମାର୍ଟଫୋନରେ Snapdragon 8 Gen 3 ପ୍ରୋସେସର୍ ରହିଛି ।
Asus Zenfone 11 ର ସ୍ପେସିଫିକେସନ୍ :
Asus ର ଏହି ଫୋନ୍ 16GB RAM ସହିତ ଆସିପାରେ । ଫୋନ୍ Android 14 ଉପରେ ବେଷ୍ଟ କରି ଏକ କଷ୍ଟୋମାଇଜ୍ ଅପରେଟିଂ ସିଷ୍ଟମ୍ ସହିତ କରାଯିବ । ତେବେ ଏହି ଫୋନ୍ ଏକ ସେଣ୍ଟର୍ ଆଲାଇଡ୍ ପଞ୍ଚ-ହୋଲ୍ AMOLED ଡିସ୍ପ୍ଲେ ସହିତ ଆସିପାରେ, ଯାହା ହାଇ ରିଫ୍ଲେକ୍ସ ରେଟ୍ କୁ ସପୋର୍ଟ କରି ପାରେ । ଏହା ବ୍ୟତୀତ ଫୋନ୍ ର ବ୍ୟାକ୍ରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିପାରେ ।
ଗତ ବର୍ଷ ଆରମ୍ଭ ହୋଇଥିବା Zenfone 10 ରେ 5.9 –ଇଞ୍ଚି ର ସୁପର AMOLED ଡିସପ୍ଲେ ରହିଛି । ତେବେ ଅପ୍କମିଂ Asus ର ଏହି ଫୋନ୍ ସେହି ଫୋନ୍ ଠାରୁ ବଡ଼ ଡିସପ୍ଲେ ସହିତ ଆସିପାରେ । ଫୋନର ଡିସପ୍ଲେ 144Hz ରିଫ୍ଲେକ୍ସ ରେଟ୍କୁ ସପୋର୍ଟ କରିପାରେ । ଏହା ବ୍ୟତୀତ ଏହାର ବ୍ରାଇଟ୍ନେସ୍ 1100 ନଟ୍ ପର୍ଯ୍ୟନ୍ତ ରହିଛି । ଏହି ଫ୍ଲାଗସିପ୍ ଫୋନ୍ ବ୍ୟାକ୍ରେ ଡୁଆଲ୍ କ୍ୟାମେରା ସେଟଅପ୍ ଉପଲବ୍ଧ ହେବ । ଯାହାର 50MP ମେନ୍ ଏବଂ 13MP ସେକେଣ୍ଡାରୀ କ୍ୟାମେରା ରହିଛି । ଏହି ଫୋନରେ 4,300mAh ବ୍ୟାଟେରୀ, 30W ଓ୍ଵାୟର ଏବଂ 15W ଓ୍ଵାୟରଲେସ୍ ଫାଷ୍ଟ ଚାର୍ଜିଂ ଫିଚର୍ସ ରହିଛି ।