‘ଦି କ୍ରୁ’ର ଟିଜରରେ ତବୁ, କରୀନା ଓ କ୍ରିତିଙ୍କ ପ୍ରଥମ ଝଲକ୍; ଏହି ଦିନ ମୁକ୍ତିଲାଭ କରିବ ଫିଲ୍ମ
ତବୁ, କରୀନା କପୁର ଓ କ୍ରିତି ସାନନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦି କ୍ରୁ’ର ଟିଜର ରିଲିଜ୍ ହୋଇଛି । ଏହାସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ସାମ୍ନାକୁ ଆସିଛି ।

ତବୁ, କରୀନା କପୁର ଓ କ୍ରିତି ସାନନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦି କ୍ରୁ’ର ଟିଜର ରିଲିଜ୍ ହୋଇଛି । ଏହାସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ସାମ୍ନାକୁ ଆସିଛି । ଟିଜରରେ ୩ ଅଭିନେତ୍ରୀଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଛି । ଫିଲ୍ମର ଫାଷ୍ଟ୍ ଲୁକ୍ ଭିଡିଓ ଆଜି ଜାରି ହୋଇଛି । କହି ରଖୁଛୁ, ‘ଦି କ୍ରୁ’ର ରିଲିଜ୍ ଏବଂ ଷ୍ଟାର କାଷ୍ଟ୍ର ଧମାକା ଦେଖିବା ପାଇଁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ତବୁ, କରୀନା କପୁର ଓ କ୍ରିତି ସାନନ୍ ନିଜ ଫ୍ୟାନ୍ମାନଙ୍କୁ ସୋସିଆଲ ମିଡିଆ ଜରିଆରେ ଖୁସି ଖବର ଦେଇଛନ୍ତି । ‘ଦି କ୍ରୁ’ର ଟିଜର ରିଲିଜ୍ ହେବା କ୍ଷଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫିଲ୍ମର ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍କୁ ଲୋକେ ବେଶ୍ ପସନ୍ଦ କରିଛନ୍ତି ।
‘ଦି କ୍ରୁ’ ମାର୍ଚ୍ଚ ୨୯ରେ ସିନେମାଘରେ ରିଲିଜ୍ ହେବ । ପ୍ରଥମେ ଏହି ଫିଲ୍ମ ମାର୍ଚ୍ଚ ୨୨ରେ ରିଲିଜ୍ ହେବାର ଥିଲା । ତେବେ ଫିଲ୍ମର ଟିଜର ବିମାନର ଉଡ଼ାଣ ଏବଂ ଅଭିନେତ୍ରୀମାନଙ୍କ ନାମ ରିଭିଲ୍ରୁ ଆରମ୍ଭ ହେଉଛି ।
ରାଜେଶ କୃଷ୍ଣନ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ଏକତା କପୁର ଓ ରିୟା କପୁର ନିର୍ମାଣ କରିଛନ୍ତି । ଫିଲ୍ମର ସୁଟିଂ ମୁମ୍ବାଇ ଏବଂ ଆବୁଧାବିରେ ହୋଇଛି । ଏଥିରେ ତବୁ, କରୀନା କପୁର, କ୍ରିିତି ସାନନ ଓ ଦିଲଜିତ୍ ଦୋସାଞ୍ଜ ଅଛନ୍ତି । ୨୦୧୮ର କମେଡି ଫିଲ୍ମ ‘ଭୀରେ ଦି ୱେଡିଙ୍ଗ୍’ ପରେ ଏକତା ଓ ରିୟାଙ୍କର ଏହା ହେଉଛି ଦ୍ୱିତୀୟ ଫିଲ୍ମ ।