ମାତ୍ର ୧୫ ହଜାର ଟଙ୍କାରେ କିଣି ପାରିବେ iPhone 15, ଜାଣନ୍ତୁ କେମିତି

ବର୍ତ୍ତମାନ ଫ୍ଲିପକାର୍ଟରେ ଏକ ବଡ ସେଲ୍‌ ଚାଲିଛି, ଯେଉଁଥିରେ iPhone 15 ରେ ବଡ ଅଫର ମିଳୁଛି । ତେବେ ୧୨୮ GB ଷ୍ଟୋରେଜ୍ ଥିବା iPhone 15ର ମୂଲ୍ୟ ୬୫ ହଜାର ୯୯୯ ଟଙ୍କା, କିନ୍ତୁ ଡିସକାଉଣ୍ଟ ଅଫରରେ ୟୁଜରମାନେ ଏହାକୁ ମାତ୍ର ୧୫ ହଜାର ଟଙ୍କାରେ କିଣି ପାରିବେ।

ଯଦି ଆପଣ ଆପଲର ଲାଟେଷ୍ଟ iPhone 15 ମଡେଲ୍ କିଣିବାକୁ ପ୍ଲାନ କରୁଛନ୍ତି ତେବେ ଆମେ ଆପଣଙ୍କୁ ଏକ ବଡ଼ ଡିଲ୍‌ ବିଷୟରେ ଜଣାଇବାକୁ ଯାଉଛୁ । ବର୍ତ୍ତମାନ ଫ୍ଲିପକାର୍ଟରେ ଏକ ବଡ ସେଲ୍‌ ଚାଲିଛି, ଯେଉଁଥିରେ iPhone 15 ରେ ବଡ ଅଫର ମିଳୁଛି । ତେବେ ୧୨୮ GB ଷ୍ଟୋରେଜ୍ ଥିବା iPhone 15ର ମୂଲ୍ୟ ୬୫ ହଜାର ୯୯୯ ଟଙ୍କା, କିନ୍ତୁ ଡିସକାଉଣ୍ଟ ଅଫରରେ ୟୁଜରମାନେ ଏହାକୁ ମାତ୍ର ୧୫ ହଜାର ଟଙ୍କାରେ କିଣି ପାରିବେ।

ଆପଲ iPhone 15ର ଦାମ୍‌ ୭୯ ହଜାର ୯୯୯ ଟଙ୍କା । ଯଦି ଆପଣ ଫ୍ଲିପକାର୍ଟରୁ ଫୋନ୍ କିଣୁଛନ୍ତି, ତେବେ ଆପଣ ଏହି ଫୋନକୁ ୧୭ ପ୍ରତିଶତ ଡିସକାଉଣ୍ଟରେ ମାତ୍ର ୬୫ ହଜାର ୯୯୯ ଟଙ୍କାରେ କିଣିପାରିବେ । ଏହା ବ୍ୟତୀତ, ଯଦି ଆପଣ BOB କାର୍ଡରେ ଫୋନ୍ କିଣୁଛନ୍ତି ତେବେ ଆପଣଙ୍କୁ ୩୫୦୦ ଟଙ୍କାର ଅଲଗା ଡିସକାଉଣ୍ଟ ଦିଆଯାଉଛି । ଏହା ସହିତ ଫୋନ୍ କିଣିବା ଉପରେ ୫୦ ହଜାର ଟଙ୍କା ଏକ୍ସଚେଞ୍ଜ ଅଫର ମଧ୍ୟ ଦିଆଯାଉଛି ।

ଏହି ଏକ୍ସଚେଞ୍ଜ ଅଫରର ଲାଭ ପାଇବା ପରେ, iPhone 15 ର ଦାମ୍‌ ମାତ୍ର ୧୫ ହଜାର ଟଙ୍କା ହେବ । ଏକ୍ସଚେଞ୍ଜ ଅଫରର ଅର୍ଥ ହେଉଛି ଆଇଫୋନ୍ ୟୁଜରଙ୍କୁ ତାଙ୍କର ପୁରୁଣା ଫୋନ୍ ଏକ୍ସଚେଞ୍ଜ କରିବାକୁ ପଡିବ । ନୂଆ ଫୋନ ପାଇଁ ଆପଲ୍ ସର୍ବାଧିକ ୫୦ ହଜାର ଟଙ୍କା ଡିସକାଉଣ୍ଟ ପ୍ରଦାନ କରୁଛି, ଆପଣଙ୍କ ଫୋନର କଣ୍ଡିସନ୍‌ ଉପରେ ଏକ୍ସଚେଞ୍ଜ ଡିସକାଉଣ୍ଟ ଦିଆଯିବ ।

iPhone 15ର ଫିଚର :
iPhone 15 ର ଫିଚର ବିଷୟରେ କହିବାକୁ ଗଲେ, ଆପଣ ଏହି ଫୋନରେ ୬.୧ ଇଞ୍ଚର ଡିସପ୍ଲେ ପାଇପାରିବେ, ଯାହାର ମେନ୍‌ କ୍ୟାମେରା ୪୮MP ଏବଂ ସେକେଣ୍ଡାରୀ କ୍ୟାମେରା ହେଉଛି ୧୨MPର ପୋଟ୍ରେଟ୍ କ୍ୟାମେରା । ଏହି ଫୋନରେ ସେକେଣ୍ଡ ଜେନେରେସନର ଅଲ୍ଟ୍ରା-ୱାଇଡ୍ ବ୍ୟାଣ୍ଡ ଚିପ୍ ଅଛି, ଯାହା ଦ୍ୱାରା ଆପଣ ସହଜରେ ଆପଣଙ୍କର ଆପଲ୍ ଡିଭାଇସ୍ ପାଇପାରିବେ । କେବଳ ଏତିକି ନୁହେଁ ଏହି ଫୋନରେ ଆପଣ ବାୟୋନିକ୍ A16 ଚିପ୍ ସହିତ ଡାଟା ଟ୍ରାନ୍ସଫର ସ୍ପିଡ୍ ପାଇଁ USB ୩.୨ Gen ୫ ର ସପୋର୍ଟ ମଧ୍ୟ ପାଇବେ । ଆପଣଙ୍କୁ iPhone 15ରେ ଏକ ପାଓ୍ଵାରଫୁଲ୍‌ ବ୍ୟାଟେରୀ ମିଳିବ, ଯାହାକୁ କିଣିଲେ ଆପଣ ୧ ବର୍ଷ ୱାରେଣ୍ଟି ଏବଂ ୬ ମାସ ଇନ୍-ବକ୍ସ ଆକ୍ସେସୋରିଜ୍ ୱାରେଣ୍ଟି ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.