ମଧ୍ୟପ୍ରଦେଶ: ଭାଷଣ ଦେଉଥିଲେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ହଠାତ୍‌ ଭାଙ୍ଗିଗଲା ମଞ୍ଚ; ଏମିତି ସମ୍ଭାଳିଲେ ସୁରକ୍ଷାକର୍ମୀ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରବିବାର ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଛନ୍ତି । ଛତରପୁରରେ ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ସିଏମ୍‌ଙ୍କ ମଞ୍ଚ ଭାଙ୍ଗି ଯାଇଥିଲା ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରବିବାର ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଛନ୍ତି । ଛତରପୁରରେ ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ସିଏମ୍‌ଙ୍କ ମଞ୍ଚ ଭାଙ୍ଗି ଯାଇଥିଲା । ଏହି ସମୟରେ ସେ ଭାରସାମ୍ୟ ହରାଇ ଖସି ପଡ଼ୁଥିଲେ, ସେତେବେଳେ ସୁରକ୍ଷାକର୍ମୀ ତାଙ୍କୁ ସମ୍ଭାଳି ନେଇଥିଲେ ।

ଅଧିକ ଲୋକ ଯୋଗୁ ମଞ୍ଚ ଭାଙ୍ଗି ଯାଇଥିଲା, ଯେଉଁଥିପାଇଁ ସିଏମ୍‌ ଯାଦବଙ୍କ ବାଲାନ୍ସ ବିଗିଡ଼ି ଯାଇଥିଲା । ତେବେ ଏହି ଘଟଣାରେ ସିଏମ୍‌ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଅଛନ୍ତି ।

ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ମୋହନ ଯାଦବ କେନ୍ଦ୍ରମନ୍ତ୍ରୀ ତଥା ଟିକମଗଡ଼ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ବିରେନ୍ଦ୍ର ଖଟିକ୍‌ଙ୍କ ସମର୍ଥନରେ ଏକ ରୋଡ୍‌ ଶୋ’ କରିବାକୁ ଆସିଥିଲେ । ସହରର ଡାକଖାନେ ଚୌରାହଠାରେ ସିଏମ୍‌ଙ୍କ ସ୍ୱାଗତ ପାଇଁ ଏକ ମଞ୍ଚ ପ୍ରସ୍ତୁତ କରାଯାଇଥିଲା । ଏହି ମଞ୍ଚ ଉପରେ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକମାନେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଓ ପ୍ରାର୍ଥୀ ବିରେନ୍ଦ୍ର ଖଟିକ୍‌ ଯେମିତି ହିଁ ମଞ୍ଚ ଉପରକୁ ଆସିଥିଲେ, ଭିଡ଼ ବଢ଼ିବାକୁ ଲାଗିଥିଲା ଏବଂ ଏତିକି ବେଳେ ହଠାତ୍‌ ମଞ୍ଚ ଭାଙ୍ଗି ଯାଇଥିଲା । ମଞ୍ଚ ଭାଙ୍ଗିବା ପରେ ସିଏମ୍‌ଙ୍କ ବାଲାନ୍ସ ବିଗିଡ଼ି ଯାଇଥିଲା, ଯଦିଓ ସୁରକ୍ଷାକର୍ମୀମାନେ ତାଙ୍କୁ ସମ୍ଭାଳି ନେଇଥିଲେ ।

ତେବେ ସିଏମ୍‌ ମଞ୍ଚରୁ ବାରମ୍ବାର ଏହା କହୁଥିବାର ଦେଖାଯାଇଥିଲା କି, ‘ଭିଡ଼ ଅଧିକ ଅଛି, ଏମିତି ନ ହେଉ ଯେ ମଞ୍ଚ ଭାଙ୍ଗିଯାଉ’ । କିିଛି ସମୟ ଭାଷଣ ଦେବା ପରେ ସମାନ ସେହି କଥା ହିଁ ଘଟିଥିଲା । ହଠାତ୍‌ ମଞ୍ଚ ଭାଙ୍ଗି ଯାଇଥିଲା ଏବଂ ସୁରକ୍ଷାକର୍ମୀଙ୍କ ଯୋଗୁ ସିଏମ୍‌ ଅଳ୍ପକେ ବର୍ତ୍ତିଯାଇଥିଲେ ।

ରୋଡ୍‌ ଶୋ’ ସମୟରେ ମଞ୍ଚ ଭାଙ୍ଗିଯିବା ପରେ ସିଏମ୍‌ ସେଠାରୁ ଫେରି ଆସିଥିଲେ । ସୂଚନା ରହିଛି, ମଞ୍ଚର ଯେଉଁ ସ୍ଥାନରେ ସେ ଠିଆ ହୋଇଥିଲେ, ଠିକ୍‌ ସେହି ସ୍ଥାନରୁ ହିଁ ମଞ୍ଚ ଭାଙ୍ଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.