୧୭ ବର୍ଷୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ରଚିଲେ ଇତିହାସ, ବିଶ୍ୱନାଥନ ଆନନ୍ଦଙ୍କ ପରେ କ୍ୟାଣ୍ଡିଡେଟ୍ସ ଜିତିଥିବା ଦ୍ୱିତୀୟ ଭାରତୀୟ

ଡି ଗୁକେଶ ୧୭ ବର୍ଷ ବୟସରେ କ୍ୟାଣ୍ଡିଡେଟ୍ସ ଚେସ ଟୁର୍ଣ୍ଣାମେଣ୍ଟ ଜିତି ଇତିହାସ ରଚିଛନ୍ତି । ବିଶ୍ୱନାଥନ ଆନନ୍ଦଙ୍କ ପରେ ଗୁକେଶ କ୍ୟାଣ୍ଡିଡେଟ ଚେସ ଟୁର୍ଣ୍ଣାମେଣ୍ଟରେ ବିଶ୍ୱ ଚାମ୍ପିୟନ ହେବା ପାଇଁ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି । ଗୁକେଶ କ୍ୟାଣ୍ଡିଡେଟ୍ସ ଚେସ ଟୁର୍ଣ୍ଣାମେଣ୍ଟରେ ଆମେରିକାର ଖେଳାଳି ହିକାରୁ ନାକାମୁରାଙ୍କ ବିପକ୍ଷରେ ଶେଷ ପର୍ଯ୍ୟାୟରେ ମ୍ୟାଚ୍‌ ଡ୍ର କରି ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି ।

ଭାରତର ୧୭ ବର୍ଷୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ୧୭ ବର୍ଷ ବୟସରେ କ୍ୟାଣ୍ଡିଡେଟ୍ସ ଚେସ ଟୁର୍ଣ୍ଣାମେଣ୍ଟ ଜିତି ଇତିହାସ ରଚିଛନ୍ତି । ବିଶ୍ୱନାଥନ ଆନନ୍ଦଙ୍କ ପରେ ଗୁକେଶ କ୍ୟାଣ୍ଡିଡେଟ ଚେସ ଟୁର୍ଣ୍ଣାମେଣ୍ଟରେ ବିଶ୍ୱ ଚାମ୍ପିୟନ ହେବା ପାଇଁ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି । ଦୁନିଆର ସର୍ବକନିଷ୍ଠ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି ।

ଏହି ବିଜୟ ସହିତ ଭାରତୀୟ ଷ୍ଟାର ୪୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଗୁକେଶ ଚଳିତ ବର୍ଷ ଶେଷରେ ଚୀନର ବର୍ତ୍ତମାନର ବିଶ୍ୱକପ୍ ଚାମ୍ପିଅନ୍ ଡିଙ୍ଗ୍ ଲିରିନଙ୍କ ବିପକ୍ଷରେ ଖେଳିବାର ସୁଯୋଗ ପାଇବେ । ଗୁକେଶ କ୍ୟାଣ୍ଡିଡେଟ୍ସ ଚେସ ଟୁର୍ଣ୍ଣାମେଣ୍ଟରେ ଆମେରିକାର ଖେଳାଳି ହିକାରୁ ନାକାମୁରାଙ୍କ ବିପକ୍ଷରେ ଶେଷ ପର୍ଯ୍ୟାୟରେ ମ୍ୟାଚ୍‌ ଡ୍ର କରି ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି ।

ଗୁକେଶଙ୍କ ପୂର୍ବରୁ କନିଷ୍ଠ ବୟସରେ କ୍ୟାଣ୍ଡିଡେଟ୍ସ ଚେସ ଟୁର୍ଣ୍ଣାମେଣ୍ଟ ଜିତିବାର ରେକର୍ଡ ରୁଷର ଗ୍ୟାରି କାସପାରୋଭଙ୍କ ନାଁରେ ରହିଥିଲା, ଯିଏକି ୧୯୮୪ ରେ ନିଜ ଦେଶର ନାତୋଲି କାର୍ପୋଭଙ୍କୁ ଚ୍ୟାଲେଞ୍ଜ କରିବାକୁ ଯୋଗ୍ୟତା ଅର୍ଜନ କରିଥିଲେ । ସେତେବେଳେ କାର୍ପାଭଙ୍କୁ ୨୨ ବର୍ଷ ବୟସ ହୋଇଥିଲା । କିନ୍ତୁ ବର୍ତ୍ତମାନ ଗୁକେଶ ୧୭ ବର୍ଷ ବୟସରେ ଏହି ସଫଳତା ହାସଲ କରିଛନ୍ତି ।

ଡି ଗୁକେଶଙ୍କ ସଫଳତାରେ ବିଶ୍ୱନାଥନ ଆନ୍ଦନ Xରେ ପୋଷ୍ଟ କରି କହିଛନ୍ତି, ‘ସବୁଠାରୁ କମ୍‌ ବୟସରେ ଚ୍ୟାଲେଞ୍ଜର ହେବା ପାଇଁ ଡି ଗୁକେଶଙ୍କୁ ବହୁତ ବହୁତ ଅଭିନନ୍ଦନ । ଆପଣ ଯାହା କରିଛନ୍ତି ଆପଣଙ୍କ ପରିବାର ବହୁତ ଗର୍ବ କରିବ । ଆପଣ ଯେଉଁଭଳି ଭାବେ ଖେଳିଛନ୍ତି, କଠିନ ପରିସ୍ଥିତିରେ ମଧ୍ୟ ସମ୍ଭାଳିଛନ୍ତି, ତାହାକୁ ନେଇ ମୁଁ ବ୍ୟକ୍ତିଗତ ଭାବେ ଗର୍ବିତ । ଏହାର ଖୁସି ଉଠାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.