ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପ ମୃତ, ପୁଅ ଗୁରୁତର

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି l

ବ୍ରହ୍ମପୁର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପାର ମୃତ୍ୟୁ, ପୁଅ ଗୁରୁତର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗାଁରେ ଜମିରେ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ଲାଗି ଏଭଳି ଅଘଟଣ ଘଟିଛି । ସେମାନଙ୍କୁ ପ୍ରଥମେ ଆଡପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ଆହତ ପୁଅକୁ ବ୍ରହ୍ମପୁର ଏମକେସି ଜିକୁ ସ୍ଥାନାନ୍ତର କରାଯାଇଛି l

ସୂଚନା ଅନୁସାରେ, ଆଡ଼ପଡ଼ା ଗାଁର କୋରା ବେହେରା ନିଜ ପୁଅ ତୋଫାନ ସହିତ ଜମିକୁ ଯାଇ ପାଣି ପମ୍ପ ଚଳାଉଥିଲେ । ଏତିକି ବେଳେ ବିଦ୍ୟୁତ ତାର ଛିଡ଼ିଯାଇ ବାପା କୋରା ବେହେରାଙ୍କ ଉପରେ ପଡିଥିଲା । ଘଟଣା ସ୍ଥଳରେ ବାପାଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ମଧ୍ୟ ଗୁରୁତର ହୋଇଛନ୍ତି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.