ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କ ଦ୍ୱାରା ରାସ୍ତା ଅବରୋଧ, ପାରଳାଖେମୁଣ୍ଡି-ବ୍ରହ୍ମପୁର ଯାତାୟତ ଠପ
ଅଧିକ ସରକାରୀ ସହାୟତା ଦାବିରେ ରାସ୍ତା ଅବରୋଧ କରିଛନ୍ତି ଗଜପତି ଜିଲ୍ଲା ଛେଳିଗଡ ଜଳ ସେଚନ ପ୍ରକଳ୍ପ ବିସ୍ଥାପିତ ଲୋକେ l

ମୋହନା : ଅଧିକ ସରକାରୀ ସହାୟତା ଦାବିରେ ରାସ୍ତା ଅବରୋଧ କରିଛନ୍ତି ଗଜପତି ଜିଲ୍ଲା ଛେଳିଗଡ ଜଳ ସେଚନ ପ୍ରକଳ୍ପ ବିସ୍ଥାପିତ ଲୋକେ l 15 ଦଫା ଦାବିରେ ଆଜି ସକାଳ 6 ଟାରୁ ଛେଳିଗଡରେ ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଛନ୍ତି ଶତାଧିକ ଲୋକେ l
2013 ସରକାରୀ ନିୟମ ଅନୁଯାୟୀ ସହାୟତା ରାଶି ପ୍ରଦାନ ସହ ଅଧିଜ ଜମି ପ୍ରଦାନ ଦାବି କରିଛନ୍ତି ବିସ୍ଥାପିତ ଲୋକେ l ରାସ୍ତା ଅବରୋଧ ଯୋଗୁଁ ମୋହନାରୁ ପାରଳାଖେମୁଣ୍ଡି ଏବଂ ପାରଳାଖେମୁଣ୍ଡିରୁ ବ୍ରହ୍ମପୁର ଯାତାୟତ ଠପ ହୋଇଯାଇଛି l 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ପୋଲିସ ପ୍ରଶାସନ ଲୋକଙ୍କୁ ବୁଝା ସୁଝା କରୁଛନ୍ତି l