ମହିଳାଙ୍କୁ କାର୍ ରେ ଉଠାଇନେଲା, ଗୁରୁତର ଅବସ୍ଥାରେ ଫିଙ୍ଗି ଦେଇ ଚାଲିଗଲା

ଏକା ଯାଉଥିଲେ ଟିକେ ସାବଧାନ୍ ରୁହନ୍ତୁ ! ଆଜିର ଏଇ ଘଟଣା ଆପଣଙ୍କୁ ଚକିତ କରାଇବ । କେମିତି ଦୁର୍ବୁତ୍ତ ମହିଳାଙ୍କୁ ଉଠାଇନେଇ ଅତର୍କିତ ଆକ୍ରମଣ କରି ଫିଙ୍ଗି ଦେଇ ପଳାଇଲେ, ତାହା ଏବେ ସମ୍ନାକୁ ଆସିଛି । ତେବେ ଏଭଳି ଅନେକ ଘଟଣା ପ୍ରତିଦିନ ଆମ ଆଖପାଖରେ ଘଟୁଛି । ପ୍ରତିଟି ପାଦରେ ନାରୀକୁ ସତର୍କ ରହିବାକୁ ପଡୁଛି ।

ଆନନ୍ଦପୁର(କେନ୍ୟୁଜ): ଏକା ଯାଉଥିଲେ ଟିକେ ସାବଧାନ୍ ରୁହନ୍ତୁ ! ଆଜିର ଏଇ ଘଟଣା ଆପଣଙ୍କୁ ଚକିତ କରାଇବ । କେମିତି ଦୁର୍ବୁତ୍ତ ମହିଳାଙ୍କୁ ଉଠାଇନେଇ ଅତର୍କିତ ଆକ୍ରମଣ କରି ଫିଙ୍ଗି ଦେଇ ପଳାଇଲେ, ତାହା ଏବେ ସାମ୍ନାକୁ ଆସିଛି ।

ତେବେ ଏଭଳି ଅନେକ ଘଟଣା ପ୍ରତିଦିନ ଆମ ଆଖପାଖରେ ଘଟୁଛି । ପ୍ରତିଟି ପାଦରେ ନାରୀକୁ ସତର୍କ ରହିବାକୁ ପଡୁଛି । ଗୋଟେ ନାରୀ ଆଜି ବି କୁଆଡେଏକୁଟିଆ ଯିବାକୁ ସୁରକ୍ଷିତ ମଣୁନି । ଯାହା ପୁଣି ପ୍ରମାଣ କରିଛି ଆଜିର ଏହି ଘଟଣା । କେମିତି ଅସହାୟ ହୋଇପଡିଛନ୍ତି ମହିଳା ଜଣକ । କଣ ବା ଦୋଷ ଥିଲା ତାଙ୍କର ।

ତେବେ ସୂଚନା ଅନୁଯାୟୀ, ଏହି ଅପହୃତା ମହିଳା ସ୍ଥାନୀୟ କିଛି ଯୁବକ ମାନଙ୍କ ଦ୍ୱାରା ଉଦ୍ଧାର ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ଘସିପୁରା ଥାନା ଅନ୍ତର୍ଗତ ଘସିପୁରା ଗାଁ ନିକଟରେ ଥିବା ଏକ ଅନାଥାଶ୍ରମରେ କାର୍ଯ୍ୟରତ ଥିବା ଏହି ମହିଳା ଗତକାଲି ଏଟିଏମରୁ ଟଙ୍କା ଉଠାଇବାକୁ ଆସୁଥିବା ସମୟରେ ହଠାତ୍ ଏକ ଲାଲ ରଙ୍ଗର ଅଲ୍ଟୋ କାର୍ ରେ ଜଣେ ଦୁର୍ବୁତ୍ତ ଆସି ତାଙ୍କୁ ଜୋରଜବରଦସ୍ତ ଅପହରଣ କରି ବ୍ୟାରେଜ ରାସ୍ତାରେ ଦ୍ରୁତ ଗତିରେ ପଳାଇ ଯାଉଥିଲା ।

ଏନେଇ ଖବର ପାଇ କୁମୁଣିଆ ଗାଁର କିଛି ଯୁବକ ଗାଡିଟିକୁ ଅଟକାଇବାକୁ ବହୁ ଚେଷ୍ଟା କରିଥିବା ବେଳେ ଅପହରଣକାରୀ ଦ୍ରୁତଗତିରେ ଗାଡିକୁ ବୁଲାଇ ଝାଡ଼େଶ୍ୱର ମନ୍ଦିର ରାସ୍ତାରେ ଫେରି ଆସିଥିଲା ଏବଂ ସେଠାରେ ମହିଳା ଜଣଙ୍କୁ ଅପହରଣକାରୀ ମାଡ଼ ମାରିବା ସହିତ ଏକ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ଅତର୍କିତ ଆକ୍ରମଣ କରି ମନ୍ଦିର ନିକଟରେ ଫିଙ୍ଗି ଦେଇ ପଳାଇ ଥିଲା । ଏହାପରେ ସ୍ଥାନୀୟ ଯୁବକ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରିଛନ୍ତି ।

ଏପଟେ ଦୁର୍ବୁତ୍ତର କୌଣସି ସନ୍ଧାନ ମିଳିନଥିବାବେଳେ, ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କୁ ଅଧିକ ପଚାର ଉଚରା କରୁଛି । ତେବେ ଖୁବ୍ ଶୀଘ୍ର ଦୁର୍ବୁତ୍ତକୁ କାବୁ କରିବାକୁ ସାଧାରଣରେ ଦାବି ଉଠିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.