ଶ୍ରୀଲଙ୍କା: ରେସିଂ ଇଭେଣ୍ଟ୍‌ରେ ବଡ଼ ଦୁର୍ଘଟଣା; ଦର୍ଶକ ଗ୍ୟାଲେରୀକୁ ମାଡ଼ିଗଲା କାର୍‌; ୭ ମୃତ, ୨୩ ଆହତ

ଶ୍ରୀଲଙ୍କାର ଉଭା ପ୍ରଦେଶରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଏଠାରେ କାର୍‌ ରେସିଂ ସମୟରେ ଜଣେ ବାଳକଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି ।

ଶ୍ରୀଲଙ୍କାର ଉଭା ପ୍ରଦେଶରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଏଠାରେ କାର୍‌ ରେସିଂ ସମୟରେ ଜଣେ ବାଳକଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୨୩ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସେଣ୍ଟ୍ରାଲ୍ ହିଲ୍ ରିସୋର୍ଟରେ ରେସିଂ ସମୟରେ ଏକ କାର୍‌ ନିୟନ୍ତ୍ରଣ ବାହାରକୁ ଯାଇ ଟ୍ରାକ୍‌ରୁ ଖସି ଯାଇଥିଲା ଏବଂ ଏହା ଦର୍ଶକ ଗ୍ୟାଲେରୀରେ ବସିଥିବା ଲୋକଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ଏହି ବଡ଼ ଦୁର୍ଘଟଣା ଘଟି ୭ ଜଣଙ୍କ ମୃତ୍ୟୁ ହୋଇଥିଲା ।

ପିଟିଆଇ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ମୃତକମାନଙ୍କ ମଧ୍ୟରେ ୮ ବର୍ଷର ଜଣେ ବାଳକ ଏବଂ ୪ ଜଣ ଟ୍ରାକ ଆସିଷ୍ଟାଣ୍ଟ ମଧ୍ୟ ଅଛନ୍ତି । ଘଟଣା ପରେ ଗୁରୁତର ଆହତ ୨୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି ।

କହି ରଖୁଛୁ ଯେ ପାରମ୍ପରିକ ନୂଆବର୍ଷ ଉତ୍ସବ ଭାବରେ ପ୍ରତିବର୍ଷ ଏଠାରେ କାର୍ ରେସିଂ ଇଭେଣ୍ଟ ଆୟୋଜିତ ହୋଇଥାଏ । ୨୦୧୯ରେ ଇଷ୍ଟର ରବିବାରର ଆକ୍ରମଣ ପରେ ଏହି ରେସିଂ ଇଭେଣ୍ଟକୁ ବନ୍ଦ କରି ଦିଆଯାଇଥିଲା । ବର୍ତ୍ତମାନ ପାଖାପାଖି ୫ ବର୍ଷ ପରେ ପୁଣିଥରେ ଇଭେଣ୍ଟ ଆରମ୍ଭ ହୋଇଥିଲା, କିନ୍ତୁ ଏବେ ଇଭେଣ୍ଟରେ ଏହି ବଡ଼ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି ।

୨୦୧୯ରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ପାଖାପାଖି ୨୭୦ ଜଣଙ୍କ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ରବିବାର ଘଟିଥିବା ଏହି ଦୁର୍ଘଟଣା ଏବଂ ୭ ଜଣଙ୍କ ମୃତ୍ୟୁ ପରେ ଇଭେଣ୍ଟ୍‌କୁ ପୁଣିଥରେ ବନ୍ଦ କରି ଦିଆଯାଇଛି ।

ସୂଚନା ମୁତାବକ, ଶ୍ରୀଲଙ୍କା ସେନା ଦ୍ୱାରା ଏହି କାର୍ ରେସିଂ ଇଭେଣ୍ଟ ଆୟୋଜନ କରାଯାଇଥାଏ । ଗତକାଲି ଏଠାରେ ୨୮ତମ କାର୍ ରେସିଂ ଇଭେଣ୍ଟ ଆୟୋଜିତ ହୋଇଥିଲା, କିନ୍ତୁ ଏଥର ଏହି ବଡ଼ ଦୁର୍ଘଟଣା ଘଟିଥିଲା । ତେବେ ଇଭେଣ୍ଟ ସମୟରେ ୧ ଲକ୍ଷରୁ ଅଧିକ ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ଲୋକମାନେ ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.