ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ସୂଚନା ମୁତାବକ, ପେଟରେ ଯନ୍ତ୍ରଣା ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କୁ ବିଳମ୍ବିତ ରାତିରେ ଶିମଲାସ୍ଥିତ ଇନ୍ଦିରା ଗାନ୍ଧି ମେଡିକାଲ କଲେଜ ଏବଂ ହସ୍ପିଟାଲ (ଆଇଜିଏମସି)ରେ ଭର୍ତ୍ତି କରାଯାଇଛି।

ଆଇଜିଏମସିର ଚିକିତ୍ସା ଅଧୀକ୍ଷକ ଡା. ରାହୁଲ ରାଓ କହିଛନ୍ତି, ପେଟ ଯନ୍ତ୍ରଣା ହେତୁ ସିଏମ୍ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଅଲଟ୍ରାସାଉଣ୍ଡ ରିପୋର୍ଟ ନିର୍ମାଲ ଆସିଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆମେ ତାଙ୍କର ସମସ୍ତ ଡାକ୍ତରୀ ପରୀକ୍ଷା କରିଛୁ। ରିପୋର୍ଟ ସ୍ୱାଭାବିକ ଅଛି।
ଆଇଜିଏମସି ଡାକ୍ତରମାନଙ୍କ କହିବା ହେଲା, ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କୁ ନଜରରେ ରଖାଯାଇଛି। ଏହା ସହିତ ଅଧିକ ଯାଞ୍ଚ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ହିଁ ଆଡ୍ମିଟ ରହିବେ। ଖବର ମୁତାବକ, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯିବାରୁ ତାଙ୍କୁ ରାତି ପ୍ରାୟ ସାଢ଼େ ୨ଟା ସମୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।