ନିଆରା ବଳଦ ଯାତ୍ରା ଦେଖିବା ପାଇଁ ଲାଗିଛି ଲୋକଙ୍କ ଭିଡ଼, ବଳଦ ସଜେଇ କରାଯାଏ ଗାଁ ପରିକ୍ରମା

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ଠାରେ ଦଶହରା ଅବସରରେ ବଳଦ ଯାତ୍ରା କାହିଁ କେଉଁ ଅନାଦି କାଳରୁ ପାଳନ କରାଯାଉଛି । ଏହି ଦିନ ବଳଦ ଗୁଡିକୁ ସଜେଇ ଗ୍ରାମ ପରିକ୍ରମା କରାଯିବା ସହ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଯାହାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମେ ।

ବଳଦ ଯାତ୍ରା, ଯାହାକୁ ଦେଖିବା ପାଇଁ ଲାଗେ ଲୋକଙ୍କ ଭିଡ଼ । ଏହି ଯାତ୍ରା ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ଅନେକ ସ୍ଥାନରେ ପାଳନ କରାଯାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ନିଆରା ବଳଦ ଯାତ୍ରା ବିଷୟରେ ଜଣାଇବାକୁ ଯାଉଛୁ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ଠାରେ ଦଶହରା ଅବସରରେ ବଳଦ ଯାତ୍ରା କାହିଁ କେଉଁ ଅନାଦି କାଳରୁ ପାଳନ କରାଯାଉଛି । ଏହି ଦିନ ବଳଦ ଗୁଡିକୁ ସଜେଇ ଗ୍ରାମ ପରିକ୍ରମା କରାଯିବା ସହ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଯାହାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମେ ।

ପବିତ୍ର ଦଶହରା ଅବସରରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ଠାରେ ଅନୁଷ୍ଠିତ ହୋଇଥାଏ ଏହି ନିଆରା ବଳଦ ଯାତ୍ରା । ଏହି ପରମ୍ପରା ବର୍ଷ ବର୍ଷ ଧରି ଧୁମଧାମରେ ପାଳନ କରାଯାଉଛି । ଚଳିତ ବର୍ଷ ବିଜୟା ଦଶମୀ ଅବସରରେ ୬୩ତମ ଦଶହରା ବଳଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ଅଞ୍ଚଳର ଲୋକମାନେ ବଳଦ ଗୁଡିକୁ ବିଭିନ୍ନ ବେଶରେ ସଜାଇ ପ୍ରତିଯୋଗିତାକୁ ଆଣିଥାନ୍ତି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବଳଦଗୁଡିକୁ ଚିହ୍ନଟ କରାଯାଇ ସେମାନଙ୍କ ଗ୍ରୁପକୁ ଅର୍ଥ ରାଶି ସହ ପୁରସ୍କାର ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ୩୦ରୁ ଉର୍ଦ୍ଧ୍ୱ ବଳଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଲାଗିଥିଲା ।

ପରମ୍ପରା ଅନୁଯାୟୀ ଯେତେବେଳେ ଗାଡି ମଟରର ସୁବିଧା ନଥିଲା ସେତେବେଳେ ଅଞ୍ଚଳର ଲୋକମାନେ ପିଠିଆ ବଳଦମାନଙ୍କ ସହାୟତାରେ ବେପାର ବଣିଜ କରୁଥିଲେ । ଦଶହରା ଦିନ ଗ୍ରାମଦେବତୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ବଳଦଗୁଡିକୁ ସଜାଇ ଯାତ୍ରାର ଶୁଭାରମ୍ଭ କରିଥାନ୍ତି । କାଳକ୍ରମେ ରାସ୍ତା ଓ ଗାଡିମଟରର ସୁବିଧା ହେବା ପରେ ଏହି ପରମ୍ପରା ହଜିବାକୁ ବସିଛି । ତେବେ ଏହି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଅଞ୍ଚଳବାସୀ ଏକମାସ ପୂର୍ବରୁ ବଳଦଗୁଡିକୁ ବିଭିନ୍ନ ସ୍ଥାନରୁ ଆଣି ପ୍ରତିଯୋଗିତାରେ ଅଂଶଗ୍ରହଣ କରାଇଥାନ୍ତି । ଚଳିତ ବର୍ଷ ଏହି ଯାତ୍ରା ବେଶ ଆଡମ୍ବର ସହକାରେ ପାଳନ ହୋଇଥିବା ବେଳେ ଏହାକୁ ଉପଭୋଗ କରିଥିଲେ ହଜାର ହଜାର ଦର୍ଶକ ।

ପୁରୁଣା ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଆଜି ବି ଏହି ବଳଦ ଯାତ୍ରା ଧୁମଧାମରେ ପାଳନ କରାଯାଉଛି । ଲୋକମାନେ ବି ଏହି ଯାତ୍ରାର ବେଶ ମଜା ନିଅନ୍ତି । ଏହି ଯାତ୍ରା ଦେଖିବା ପାଇଁ ଦୂର ଦୂରାନ୍ତରରୁ ଲୋକଙ୍କ ସୁଅ ଛୁଟେ । ତେବେ ଏହି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ କରାଯାଉଥିବା ପ୍ରୟାସ ସତରେ ଭିନ୍ନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.