ହିମାଚଳ ପ୍ରଦେଶରେ ରାଜନୈତିକ ହଙ୍ଗାମା: ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ, ୧୫ ବିଜେପି ବିଧାୟକ ନିଲମ୍ବିତ

ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ସିଂ ସୁଖୁଙ୍କ ନେତୃତ୍ବ ବିରୋଧରେ ତେଜୁଛି କଂଗ୍ରେସ ଅସନ୍ତୋଷ । ଗତ ଦୁଇଦିନ ଧରି ଚାଲିଥିବା ଚର୍ଚ୍ଚା ମଧ୍ୟରେ ନିଜ ପଦ ଛାଡିପାରନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ । ଏହାରି ଭିତରେ ହିମାଚଳ ପ୍ରଦେଶ ବିଧାନସଭାର ବାଚସ୍ପତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ୧୫ ବିଜେପି ବିଧାୟକଙ୍କୁ ନଲମ୍ବିତ କରିଛନ୍ତି ।

ହିମାଚଳ ପ୍ରଦେଶରେ ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ସିଂ ସୁଖୁଙ୍କ ନେତୃତ୍ବ ବିରୋଧରେ ତେଜୁଛି କଂଗ୍ରେସ ଅସନ୍ତୋଷ । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଇସ୍ତଫା ଦେବେ । ଗତ ଦୁଇଦିନ ଧରି ଚାଲିଥିବା ଚର୍ଚ୍ଚା ମଧ୍ୟରେ ନିଜ ପଦ ଛାଡିପାରନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ । ବିଧାନସଭା ବାହାରେ ହିମାଚଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ସୂଚନା ଦେଇଛନ୍ତି । ଏହାରି ଭିତରେ ହିମାଚଳ ପ୍ରଦେଶ ବିଧାନସଭାର ବାଚସ୍ପତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ୧୫ ବିଜେପି ବିଧାୟକଙ୍କୁ ନଲମ୍ବିତ କରିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିନାହାନ୍ତି । କଂଗ୍ରେସ ହାଇକମାଣ୍ଡ ସୁଖବିନ୍ଦରଙ୍କୁ ଇସ୍ତଫା ଦେବାକୁ ନେଇ ପ୍ରସ୍ତୁତ ରହିବାକୁ କହିଥିଲେ । ବାଚସ୍ପତି ଦିନକ ପାଇଁ ଏହି ୧୫ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବିତ କରିଛନ୍ତି । ଗୃହରୁ ବିଦା ହୋଇଥିବା ବିଧାୟକଙ୍କ ମଧ୍ୟରେ ବିରୋଧୀ ଦଳର ନେତା ଜୟରାମ ଠାକୁର, ଜନକ ରାଜ, ଲୋକେନ୍ଦ୍ର, ରଣବୀର ନିକ୍କାଙ୍କ ସମେତ ୧୫ ଜଣ ଅଛନ୍ତି । ନିଲମ୍ବିତ ହେବା ପରେ ମାର୍ଶଲ ସମସ୍ତଙ୍କୁ ବିଧାନସଭା ଭିତରୁ ବାହାର କରିଦେଇଛନ୍ତି । ଗୃହ କାର୍ଯ୍ୟ ଚାଲିବା ବେଳେ ବିଧାନସଭାରେ ବିଜେପିର ଏହି ସମସ୍ତ ବିଧାୟକ ନାରାବାଜି କରିବା ସହ ଦୁର୍ବ୍ୟବହାର କରିଥିଲେ । ଫଳରେ ଗୃହ କାର୍ଯ୍ୟରେ ବାଧା ଉପୁଜିଥିଲା ।

ସୂଚନାଯୋଗ୍ୟ, ଆଜି ହିମାଚଳ ପ୍ରଦେଶ ବିଧାନସଭା ବଜେଟ ଅଧିବେଶନକୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ ପହଞ୍ଚିନଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ବିଜେପିର ୧୫ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି କୁଳଦୀପ ସିଂ ପଠାନିଆ । ସେମାନେ ବାଚସ୍ପତିଙ୍କ ଚାମ୍ବରରେ ପଶି ହୋହଲ୍ଲା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.