ଡ୍ୟାନ୍ସର ଯାଦୁରେ ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ, ମାତ୍ର ୮ ବର୍ଷରେ ଲୋକଙ୍କ କରୁଛନ୍ତି ଆଶ୍ଚର୍ଯ୍ୟ

ଆଦର୍ଶ ନିଜର ନିଖୁଣ ଡ୍ୟାନ୍ସ ଦ୍ବାରା ପ୍ରଥମେ ଜିଲ୍ଲା ଓ ପରେ ରାଜ୍ୟ ଆଉ ବର୍ତ୍ତମାନ ଜାତୀୟ ସ୍ତରରେ ଡ୍ୟାନ୍ସ ଦେଖାଇ ପାରିଛନ୍ତି । ମୁମ୍ବାଇରେ ଆୟୋଜିତ ହୋଇଥିବା କଲର୍ସ ଚ୍ୟାନେଲର ଡ୍ୟାନ୍ସ ଦିଓ୍ବାନେ ସୋରେ ନିଜର ଡ୍ୟାନ୍ସର ଯାଦୁ ଦେଖାଇ ବର୍ତ୍ତମାନ ଟପ୍‌ ୧୮ରେ ରହିଛନ୍ତି ।

ବ୍ରହ୍ମପୁର (କେନ୍ୟୁଜ) : ଅଳିଆରୁ ଗଜା ବାହାରିବା ପରି ଜନ୍ମରୁ ନିଜ କଳା ଦେଖାଇ ସମସ୍ତଙ୍କୁ କରିଛନ୍ତି ଆଶ୍ଚର୍ଯ୍ୟ । ଡ୍ୟାନ୍ସର ଯାଦୁରେ ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ । ବ୍ରହ୍ମପୁର ସହରର ତ୍ରିନାଥ ନଗରର ସମ୍ପୂର୍ଣ୍ଣ କୁମାର ପାତ୍ରଙ୍କ ୮ ବର୍ଷର ପୁଅ ଆଦର୍ଶ ପାତ୍ର । ବୟସ ମାତ୍ର ୮ ବର୍ଷ । କିନ୍ତୁ ତାଙ୍କ ଡ୍ୟାନ୍ସରେ ସେ ସମସ୍ତଙ୍କୁ ଦିଓ୍ବାନା କରୁଛନ୍ତି । ବ୍ରହ୍ମପୁର ତ୍ରିନାଥ ନଗରରେ ରହୁଥିବା ସମ୍ପୂର୍ଣ୍ଣ କୁମାର ପାତ୍ରଙ୍କ ସାନ ପୁଅ ଆଦର୍ଶଙ୍କ ଡ୍ୟାନ୍ସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଆଦର୍ଶ ନିଜର ନିଖୁଣ ଡ୍ୟାନ୍ସ ଦ୍ବାରା ପ୍ରଥମେ ଜିଲ୍ଲା ଓ ପରେ ରାଜ୍ୟ ଆଉ ବର୍ତ୍ତମାନ ଜାତୀୟ ସ୍ତରରେ ଡ୍ୟାନ୍ସ ଦେଖାଇ ପାରିଛନ୍ତି । ମୁମ୍ବାଇରେ ଆୟୋଜିତ ହୋଇଥିବା କଲର୍ସ ଚ୍ୟାନେଲର ଡ୍ୟାନ୍ସ ଦିଓ୍ବାନେ ସୋରେ ନିଜର ଡ୍ୟାନ୍ସର ଯାଦୁ ଦେଖାଇ ବର୍ତ୍ତମାନ ଟପ୍‌ ୧୮ରେ ରହିଛନ୍ତି । ଏହି ଟପ୍‌ ୧୮ରେ ପହଞ୍ଚିବା ପାଇଁ ସେ ପ୍ରଥମେ ଭୁବନେଶ୍ବରରେ ଦୁଇଟି ଅଡିସନ୍‌, କୋଲକାତାରେ ଦୁଇଟି ଅଡିସନ ଏବଂ ମୁମ୍ବାଇରେ ଦୁଇଟି ଅଡିସନ ଦେଇଥିଲେ । ଡ୍ୟାନ୍ସ ଦିଓ୍ବାନେ ସୋରେ ଗୋବିନ୍ଦାଙ୍କ ହିଟ୍‌ ଗୀତରେ ନିଜର ଯାଦୁକାରୀ ଡ୍ୟାନ୍ସ ସହ ସୁନ୍ଦର ଏକ୍ସପ୍ରେସନ ଦେଇଥିଲେ । ତାଙ୍କ ଡ୍ୟାନ୍ସରେ ସୋ’ର ଜୁରୀ ମେମ୍ବର ଅଭିନେତା ସୁନୀଲ ସେଟ୍ଟୀ ଓ ବଲିଉଡ ଅଭିନେତ୍ରୀ ମାଧୁରୀ ଆଶ୍ଚର୍ଯ୍ୟ ହୋଇଥିଲେ । ଏଭଳି ଜାତୀୟ ସ୍ତରର ପ୍ରତିଯୋଗିତାରେ ଡ୍ୟାନ୍ସ ଦେଖାଇ ଥିବାରୁ ବେଶ ଖୁସି ଅଛନ୍ତି ଆଦର୍ଶ ।

ସେପଟେ ଆଦର୍ଶଙ୍କ ସହିତ ମୁମ୍ବାଇରେ ଆୟୋଜିତ ହୋଇଥିବା ଡ୍ୟାନ୍ସ ଦିଓ୍ବାନେ ସୋ’କୁ ଯାଇଥିଲେ ଆଦର୍ଶଙ୍କ ବାପା ସମ୍ପୂର୍ଣ୍ଣ ପାତ୍ର । ପିଲା ବେଳୁ ଡ୍ୟାନ୍ସ ପ୍ରତି ଆଗ୍ରହ ରହିଥିବା ଯୋଗୁଁ ଆଦର୍ଶଙ୍କୁ ଚାରି ବର୍ଷ ବୟସରୁ ହିଁ ଡ୍ୟାନ୍ସ ପାଇଁ ତାଲିମ ଦିଆଯାଇଥିଲା । ତେବେ ଗୋଟିଏ ଗୀତରେ କିଭଳି ଏକ୍ସପ୍ରେସନ ଦିଆଯିବ ଆଦର୍ଶକୁ ତାଙ୍କ ବାପା ହିଁ ଏହି ଶିକ୍ଷା ଦେଇଛନ୍ତି ।

ଦୀର୍ଘ ଚାରି ବର୍ଷ ହେଲା ନୃତ୍ୟ ଶିକ୍ଷା ଲାଭ କରୁଛନ୍ତି ଆଦର୍ଶ । ପ୍ରତି ଦିନ ଦୁଇ ରୁ ତିନି ଘଣ୍ଟା ଡ୍ୟାନ୍ସ ଶିକ୍ଷା ଲାଭ କରୁଥିବା ବେଳେ ପ୍ରତିଟି ଡ୍ୟାନ୍ସକୁ ଅତି କମ ସମୟରେ ଶିଖି ପାରୁଛନ୍ତି । ସେପଟେ ଆଦର୍ଶ ନୃତ୍ୟରୁ କିଛି ସମୟ ପାଇଲେ ନିଜ ପଡ଼ୋଶୀ ଘର ଭଉଣୀଙ୍କ ସହ ରିଲ୍‌ ପ୍ରସ୍ତୁତ କରିବାରେ ଲାଗି ପଡ଼ନ୍ତି । ବୟସ ଛୋଟ ହେଲେ ସୁଦ୍ଧା ସେ ଅନ୍ୟ ମାନଙ୍କୁ ନୃତ୍ୟ କରିବାରେ ବିଭିନ୍ନ ଏକ୍ସପ୍ରେସନ ସହ ଷ୍ଟାଇଲକୁ ମଧ୍ୟ ଶିଖାନ୍ତି । କେବଳ ଡ୍ୟାନ୍ସ ଦିଓ୍ବାନେ ନୁହେଁ ବରଂ ପୂର୍ବରୁ ଓଡ଼ିଶାରେ ହୋଇଥିବା ଓଡ଼ିଶା ରିୟାଲିଟି ସୋ’ ନାଚ ଓଡ଼ିଶାରେ ଟପ୍‌ ୧୫ରେ ରହିଥିଲେ ଆଦର୍ଶ । ସେହିପରି ଟିକେ ଡ଼୍ୟାନ୍ସ ଟିକେ ସେମିଫାଇନାଲିଷ୍ଟ ମଧ୍ୟ ହୋଇଥିଲେ ।

ଅନ୍ୟପଟେ ଆଦର୍ଶ ବହୁ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ସାମିଲ ହୋଇ ଅନେକ ପୁରସ୍କାର ମଧ୍ୟ ହାସଲ କରିଛନ୍ତି । ଆଉ ଆଦର୍ଶଙ୍କୁ ଏଭଳି ଆଗକୁ ବଢ଼ିବାରେ ତାଙ୍କ ପୁରା ପରିବାର ସହଯୋଗ କରୁଥିବା ବେଳେ ତାଙ୍କର ଏଭଳି ସଫଳତାକୁ ନେଇ ବେଶ ଗର୍ବିତ ଥିବା କହିଛନ୍ତି ଆଦର୍ଶଙ୍କ ମା’ । ଆଦର୍ଶ ବର୍ତ୍ତମାନ ଡ୍ୟାନ୍ସ ଦିଓ୍ବାନେର ଟପ୍‌ ୧୮ରେ ରହିଥିବା ବେଳେ ଆଗାମୀ ଦିନରେ ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟରେ ଭାଗ ନେଇ ବ୍ରହ୍ମପୁର ପାଇଁ ସୁନାମ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.