ତୃତୀୟ ଥର ବାପା ହେଲେ କେନ ଓ୍ଵିଲିୟମସନ, କନ୍ୟା ସନ୍ତାନ ଜନ୍ମ ଦେଲେ ପାର୍ଟନର ସାରା

ଓ୍ଵିଲିୟମସନ ଇନଷ୍ଟାଗ୍ରାମରେ ନିଜ ଝିଅ ଏବଂ ପାର୍ଟନର ଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ସେମାନେ ଏବେ ୩ ହୋଇଗଲେ । ଏହି ସୁନ୍ଦର ଝିଅକୁ ଦୁନିଆକୁ ସ୍ୱାଗତ । ତୁମେ ସୁରକ୍ଷିତ ଭାବେ ଆସିବା ଏବଂ ରୋମାଞ୍ଚକ ଯାତ୍ରା ପାଇଁ ବହୁତ ବହୁତ ଧନ୍ୟବାଦ ।

ନ୍ୟୁଜିଲାଣ୍ଡ ଟିମର ଷ୍ଟାର ବ୍ୟାଟର ତଥା ପୂର୍ବତନ ଅଧିନାୟକ କେନ ଓ୍ଵିଲିୟମସନ ତୃତୀୟ ଥର ବାପା ହୋଇଛନ୍ତି । ତାଙ୍କ ପାର୍ଟନର ସାରା ରହିମ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । କେନ ଓ୍ଵିଲିୟମସନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଖୁସି ଖବର ଜଣାଇଛନ୍ତି । ପୂର୍ବରୁ କେନ ୨ଟି ପିଲାର ବାପା ହୋଇଯାଇଛନ୍ତି । ତାଙ୍କର ଗୋଟେ ପୁଅ ଏବଂ ଗୋଟେ ଝିଅ ରହିଛି ।

ଓ୍ଵିଲିୟମସନ ଇନଷ୍ଟାଗ୍ରାମରେ ନିଜ ଝିଅ ଏବଂ ପାର୍ଟନର ଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ସେମାନେ ଏବେ ୩ ହୋଇଗଲେ । ଏହି ସୁନ୍ଦର ଝିଅକୁ ଦୁନିଆକୁ ସ୍ୱାଗତ । ତୁମେ ସୁରକ୍ଷିତ ଭାବେ ଆସିବା ଏବଂ ରୋମାଞ୍ଚକ ଯାତ୍ରା ପାଇଁ ବହୁତ ବହୁତ ଧନ୍ୟବାଦ । କେନ ଏବଂ ସାରା ବିବାହ କରିନାହାନ୍ତି । କିନ୍ତୁ ଗତ ୯ ବର୍ଷ ହେଲାଣି ଏକାଠି ରହୁଛନ୍ତି । ଏମାନଙ୍କର ୩ଟି ପିଲା ରହିଥିବା ବେଳେ ଏମାନେ ଅଫିସିଆଲ ଭାବେ ବିବାହ କରିନାହାନ୍ତି ।

 

View this post on Instagram

 

A post shared by Kane Williamson (@kane_s_w)

କେନଙ୍କ ପାର୍ଟନର ସାରା ଗର୍ଭବତୀ ଥିବାରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ୩ଟି ଟି-୨୦ ଇଣ୍ଟରନ୍ୟାସନାଲ ସିରିଜରୁ ବାଦ୍‌ ପଡିଥିଲେ । ସେ ସାଉଥ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଖେଳିଥିଲେ । ଏହାପରେ ସେ ପାଟରନିଟି ଲିଭରେ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.