ତତଲା କଡେଇରେ ଭାଜି ହେଉଛି ରାଜ୍ୟ, ୧୧ଟା ୩୦ରେ ୪୧ ଡିଗ୍ରୀରେ ଜଳୁଛି ଝାରସୁଗୁଡ଼ା ଓ କେନ୍ଦୁଝର

ସକାଳୁ ଜାଳିଲାଣି । ଆଗକୁ ଆହୁରି ଜାଳିବ । ଆକାଶରୁ ଯେମିତି ନିଆଁ ବର୍ଷୁଛି । ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୪୦.୭ ଡିଗ୍ରୀରେ ଜଳୁଛି ଭୁବନେଶ୍ବର । ଆସନ୍ତା ୨୪ ଘଣ୍ଟା ଯାଏ ତାତିରୁ ମିଳିବନି ନିସ୍ତାର ।

ଭୁବନେଶ୍ୱର (କେନ୍ୟୁଜ): ସକାଳୁ ଜାଳିଲାଣି । ଆଗକୁ ଆହୁରି ଜାଳିବ । ଆକାଶରୁ ଯେମିତି ନିଆଁ ବର୍ଷୁଛି । ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୪୦.୭ ଡିଗ୍ରୀରେ ଜଳୁଛି ଭୁବନେଶ୍ବର । ଆସନ୍ତା ୨୪ ଘଣ୍ଟା ଯାଏ ତାତିରୁ ମିଳିବନି ନିସ୍ତାର ।

ସେହିପରି ସକାଳ ସାଢେ ୮ଟା ସୁଦ୍ଧା ବାରିପଦାରେ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଥିଲା । ୩୦ ଡିଗ୍ରୀ ଉପରେ ରହିଥିଲା ୧୫ଟି ସହରର ତାପମାତ୍ରା । ବଲାଙ୍ଗୀରରେ ୩୫.୪, ଭଦ୍ରକରେ ୩୫ ଏବଂ ଯାଜପୁରରେ ତାପମାତ୍ରା ୩୪.୮, ଭବାନୀପାଟଣା ଓ ଝାରସୁଗୁଡ଼ାରେ ତାପମାତ୍ରା ୩୪.୪ , କେନ୍ଦୁଝର-କଟର ତାପମାତ୍ରା ୩୪ ରହିଛି । ତେବେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇ ୩୨.୬ ଡିଗ୍ରୀରେ ଥିଲା ।

୬ ଜିଲ୍ଲା ପାଇଁ ଭୀଷଣ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ,ସମ୍ବଲପୁର, ବୌଦ୍ଧ, ନୟାଗଡ଼ , କେନ୍ଦୁଝର ଓ ବଲାଙ୍ଗିର ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୩ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି। ୨୫ ତାରିଖରୁ ପୁଣି ବଢିବ ତାତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.