କନ୍ୟାକୁ ଛାଡ଼ି ବିବାହ ବେଦୀରୁ ଫେରି ଆସିଲା ବର, ଯୌତୁକ ଇଚ୍ଛା ପୂରା ନହେବାରୁ କଲା ଏମିତି

ବରର ଇଚ୍ଛା ଥିଲା ଶ୍ୱଶୁର ଘରୁ ଯୌତୁକ ନେବ କିନ୍ତୁ ଇଚ୍ଛା ପୂରା ନହେବାରୁ ବିବାହ ବେଦୀରୁ ଫେରି ଆସିଥିଲା ବର । କନ୍ୟା ଘରେ ପହଞ୍ଚି ଭୋଜି ଖାଇ ଘରକୁ ଫେରି ଆସିଥିଲେ ବରଯାତ୍ରୀ ।

ରାଜସ୍ଥାନର ପ୍ରତାପଗଡ଼ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ବିବାହ ବେଦୀରେ ବସିଥିବା କନ୍ୟାକୁ ଛାଡ଼ି ବର ଫେରି ଯାଇଛି । ବରର ଇଚ୍ଛା ଥିଲା ଶ୍ୱଶୁର ଘରୁ ଯୌତୁକ ନେବ କିନ୍ତୁ ଇଚ୍ଛା ପୂରା ନହେବାରୁ ବିବାହ ବେଦୀରୁ ଫେରି ଆସିଥିଲା ବର । କନ୍ୟା ଘରେ ପହଞ୍ଚି ଭୋଜି ଖାଇ ଘରକୁ ଫେରି ଆସିଥିଲେ ବରଯାତ୍ରୀ ।

ତେବେ ବର ପକ୍ଷରୁ ସୁନା ଗହଣା ଏବଂ ଏକ ବାଇକ୍‌ ଯୌତୁକ ବାବଦରେ କନ୍ୟା ଘରକୁ ମାଗିଥିଲେ । କିନ୍ତୁ କନ୍ୟାର ବାପା ଏତେ ସବୁ ଜିନିଷ ଦେବାରେ ଅସମର୍ଥ ହୋଇ ପଡ଼ିଥିଲେ । ବର ବାହା ହେବା ପାଇଁ କନ୍ୟା ଘରକୁ ଆସିଥିଲା ସତ । କିନ୍ତୁ ଯୌତୁକରେ ମାଗିଥିବା ଜିନିଷ ନମିଳିବାରୁ କନ୍ୟାର ହାତ ଛାଡ଼ି ବିବାହ ବେଦୀରୁ ଫେରି ଆସିଥିଲା ବର । ତେବେ ଏହି ମାମଲା ଏବେ ପୋଲିସ ନିକଟରେ ପହଞ୍ଚିଛି । ପୋଲିସ୍‌ ଯୌତୁକ ନିର୍ଯ୍ୟାତନା ଏବଂ ଠକେଇ ମାମଲାକୁ ନେଇ ତଦନ୍ତ ଆରମ୍ଭ କରିଛି ।
ଉଭୟ ବର ଏବଂ କନ୍ୟା ହେଉଛନ୍ତି ପ୍ରତାପଗଡ଼ ଜିଲ୍ଲାର ପିପଲଖୁତ ଅଞ୍ଚଳର ବାସିନ୍ଦା। ବର ଘଣ୍ଟାଲିରୁ ବରଯାତ୍ରୀଙ୍କୁ ଧରି କାଲିଘାଟୀରେ ଥିବା କନ୍ୟା ଘରେ ପହଞ୍ଚିଥିଲା । ବରଯାତ୍ରୀ ଆସିବା ପରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା। ଅଧାରୁ ଅଧିକ ବିବାହ କାର୍ଯ୍ୟ ସମାପ୍ତ ହେବା ପରେ ବର ପକ୍ଷରୁ ଯୌତୁକ ଦାବି କରାଯାଇଥିଲା ।

ପୋଲିସକୁ ଦିଆଯାଇଥିବା ଅଭିଯୋଗ ଅନୁସାରେ ବର ସୁନୀଲ ମଇଦା ବରଯାତ୍ରୀ ଧରି ବିବାହ ମଣ୍ଡପରେ ପହଞ୍ଚିଥିଲେ ଏବଂ ବରମାଳା ହେବା ପରେ ଯେତେବେଳେ ସେମାନେ ସାତ ଫେରା ପାଇଁ ଯାଉଥିଲେ, ସେତେବେଳେ ବର ଯୌତୁକ ପାଇଁ ଦାବି କରିଥିଲା । ବର ସୁନୀଲ କନ୍ୟାର ବାପାଙ୍କଠାରୁ ଏକ ବାଇକ୍, ରୂପା ବ୍ରେସଲେଟ୍, ସୁନା ମୁଦି ଏବଂ ଅନ୍ୟାନ୍ୟ ଜିନିଷ ମାଗିଥିଲା । କିନ୍ତୁ କନ୍ୟାର ବାପାଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେ ଯୌତୁକ ଦେବାକୁ ମନା କରିଦେଇଥିଲେ। ତେଣୁ ବର ବିବାହ ବେଦୀ ଛାଡ଼ି ନିଜ ଘରକୁ ଫେରି ଆସିଥିଲା । ଏହା ପରେ ବିବାହକୁ ଆସିଥିବା ଅତିଥିମାନେ ମଧ୍ୟ ସେଠାରୁ ଚାଲି ଯାଇଥିଲେ ।

ଥାନା ଅଧିକାରୀ କମଲଚାନ୍ଦ ମୀଣା କହିଛନ୍ତି ବର ଯୌତୁକ ଦାବି କରିଥିଲା ଏବଂ ତାହା ନ ମିଳିବାରୁ ସେ ବିବାହ ବେଦୀରୁ ଫେରି ଆସିଥିଲା । ତେବେ ଅଭିଯୋଗକୁ ନେଇ ବର ନାଁରେ ଯୌତୁକ ନିର୍ଯ୍ୟାତନା ଏବଂ ଠକେଇ ଭଳି ମାମଲା ରୁଜୁ ହୋଇଛି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.