ଭାରତୀୟ ନୌସେନା ଏବଂ ଏନସିବିକୁ ବଡ ସଫଳତା: ଧରାପଡିଲା ୩୩୦୦ କେଜି ଡ୍ରଗ୍ସ, ୫ ଗିରଫ

ଜବତ ହୋଇଛି ଚରସ, ମର୍ଫିନ୍ ସମେତ ୩୩୦୦ କିଲୋରୁ ଅଧିକ ଡ୍ରଗ୍ସ । ମଝି ସମୁଦ୍ରରୁ ଧରିଲା ଭାରତୀୟ ନୌସେନା । ଗୁଜରାଟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସହାୟତାରେ ବୋଟକୁ କାବୁ କରାଯାଇ ୫ ଜଣଙ୍କୁ ଗିରଫ କରାଯାଇଛି ।

ଭାରତୀୟ ନୌସେନା ଏବଂ ଏନସିବିକୁ ବଡ ସଫଳତା । ଭାରତୀୟ ନୌସେନା ସମୁଦ୍ର ଭିତରେ ୩୩୦୦ କେଜି ଡ୍ରଗ୍ସ ଜବତ କରିଛି । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରି ଏନସିବି । ଏହି ଡ୍ରଗ୍ସର ଦାମ କୋଟି କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

ସୂଚନା ମୁତାବକ, ଇରାନ୍ ବୋଟରେ ଯାଉଥିଲା ହଜାର ହଜାର କୋଟିର ଡ୍ରଗ୍ସ । ମଝି ସମୁଦ୍ରରୁ ଧରିଲା ଭାରତୀୟ ନୌସେନା । ଗୁଜରାଟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସହାୟତାରେ ବୋଟକୁ କାବୁ କରାଯାଇଛି । ଗୁଜରାଟ ଉପକୂଳରୁ ଜବତ ହୋଇଛି ଚରସ, ମର୍ଫିନ୍ ସମେତ ୩୩୦୦ କିଲୋରୁ ଅଧିକ ଡ୍ରଗ୍ସ । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି ।

ସଂପୃକ୍ତ ବୋଟରେ ଥିଲା ୩୦୮୯ କେଜି ଚରସ, ୧୫୮ କେଜି ମେଥାମ୍ଫେଟାମିନ ଓ ୨୫ କେଜି ମର୍ଫିନ । ପରିମାଣ ଦୃଷ୍ଟିରୁ ଏଯାଏ ସର୍ବାଧିକ ନିଶା ଦ୍ରବ୍ୟ ଜବତ ହୋଇଥିବା କହିଛନ୍ତି ଭାରତୀୟ ନୌସେନା । P8I LRMR ଏୟାରକ୍ରାଫ୍ଟ ସୂଚନା ଆଧାରରେ ନୌସେନାର ଜାହାଜ ଚୋରା ଚାଲାଣରେ ନିୟୋଜିତ ସନ୍ଦିଗ୍ଧ ବୋଟକୁ ଧରିଥିଲା । ଜବତ ଡ୍ରଗ୍ସର ପରିମାଣ କେତେ ହେବ ଆକଳନ କରାଯାଇନି ।

ଅନ୍ତର୍ଜାତୀୟ ମାର୍କେଟରେ ଗୋଟିଏ କେଜି ଚରସର ଦାମ୍ ୭ କୋଟି ଟଙ୍କା । ଏମିତି ଦେଖିଲେ ବୋଟରୁ ୨୧ ହଜାର କୋଟିରୁ ଅଧିକ ଟଙ୍କାର ଚରସ ଜବତ ହୋଇଛି । ନୌସେନା ମୁତାବକ, ଜାହାଜଟି ୨ ଦିନ ପର୍ଯ୍ୟନ୍ତ ସମୁତ୍ରରେ ବୁଲୁଥିଲା । ଏହା ସବୁଠାର ବଡ ଡ୍ରଗ୍ସ ଡିଲ୍‌ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.