Below header

୫ ଦିନ ଯାଏ ତାତିରୁ ନିସ୍ତାର ନାହିଁ: କିଛି ସ୍ଥାନରେ ପାରଦ ୪୫ ଡିଗ୍ରୀ ସେଲସିୟସ ପାର କରିବାର ସମ୍ଭାବନା

ପ୍ରଚଣ୍ଡ ତାତି । ଅସ୍ତବ୍ୟସ୍ତ ଜନଜୀବନ । ଜଳୁଛି ସାରା ଓଡ଼ିଶା । ଦିନ ୧୦ଟା ପରେ ଘରୁ ବାହାରକୁ ବାହାରିବା ମୁସ୍କିଲ । ୫ ଦିନ ଯାଏ ତାତିରୁ ନିସ୍ତାର ନାହିଁ । ରାଜ୍ୟରେ ହିଟୱେଭ ଜନଜୀବନକୁ ହନ୍ତସନ୍ତ କରିବ ।

ଭୁବନେଶ୍ୱର (କେନ୍ୟୁଜ): ପ୍ରଚଣ୍ଡ ତାତି । ଅସ୍ତବ୍ୟସ୍ତ ଜନଜୀବନ । ଜଳୁଛି ସାରା ଓଡ଼ିଶା । ଦିନ ୧୦ଟା ପରେ ଘରୁ ବାହାରକୁ ବାହାରିବା ମୁସ୍କିଲ । ୫ ଦିନ ଯାଏ ତାତିରୁ ନିସ୍ତାର ନାହିଁ । ରାଜ୍ୟରେ ହିଟୱେଭ ଜନଜୀବନକୁ ହନ୍ତସନ୍ତ କରିବ । ୨ଦିନ ପଶ୍ଚିମ ଓଡ଼ିଶାରେ ତାପମାତ୍ରାରେ ବୃଦ୍ଧି ହେବ । କିଛି ସ୍ଥାନରେ ପାରଦ ୪୫ ଡିଗ୍ରୀ ସେଲସିୟସ ପାର କରିବାର ସମ୍ଭାବନା ରହିଛି ।

ଗତକାଲି ପ୍ରଥମ ଥର ପାଇଁ ଟ୍ୱିନ ସିଟିରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ପାର କରିଛି। ଭୁବନେଶ୍ୱରରେ ଗତକାଲି ତାପମାତ୍ରା ୪୪. ୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୪୩. ୪ ଡିଗ୍ରୀ ରେକର୍ଡ ହୋଇଛି ।

୩୩ ସହରର ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ରହିଛି । ଗତକାଲି ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା ଅନୁଗୁଳ । ତାପମାତ୍ରା ୪୪.୭ ଡ଼ିଗ୍ରୀ ଛୁଇଁଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଲୋକଙ୍କୁ ମଧ୍ୟାହ୍ନରେ ଘରୁ ବାହାରିବାକୁ ବାରଣ କରାଯାଇଛି । ଅତି ଆବଶ୍ୟକ କାମ ଥିଲେ ଜରୁରୀ ପ୍ରତିଷେଧକ ଗ୍ରହଣ କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.