ସୁରଟରେ ଖାତା ଖୋଲିଲା ବିଜେପି, ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ

ସୁରଟ ଲୋକସଭା ସିଟରୁ ବିଜେପିର ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ଛାଡି ସମସ୍ତ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ସମସ୍ତେ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେବାରୁ ମୁକେଶ ଏକମାତ୍ର ପ୍ରାର୍ଥୀ ଭାବେ ସୁରତ ଆସନକୁ ଜିତି ନେଇଛନ୍ତି।

ଲୋକସଭା ନିର୍ବାଚନ ଫଳାଫଳ ପୂର୍ବରୁ ସୁରଟରେ ଖାତା ଖୋଲିଛି ବିଜେପି । ସୁରଟ ଲୋକସଭା ସିଟରୁ ବିଜେପିର ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ଛାଡି ସମସ୍ତ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ସମସ୍ତେ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେବାରୁ ମୁକେଶ ଏକମାତ୍ର ପ୍ରାର୍ଥୀ ଭାବେ ସୁରତ ଆସନକୁ ଜିତି ନେଇଛନ୍ତି । ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନରେ ସମସ୍ତ ୮ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ । ସୁରଟ ରାଜ୍ୟ ବିଜେପି ଅଧ୍ୟକ୍ଷ ସିଆର ପାଟିଲ ଏହି ସୂଚନା ଦେଇଛନ୍ତି ।

କଂଗ୍ରେସର ପ୍ରାର୍ଥୀ ନିଲେଶ କୁମ୍ଭାନୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଥିଲା । ଏହାପରେ ଏହି ଆସନରେ ବିଜେପିର ବିଜୟ ସ୍ଥିର ହୋଇଯାଇଛି । ଏହା ସହିତ ଲୋକସଭା ନିର୍ବାଚନରେ ବିଜେପିର ଖାତା ଖୋଲିଯାଇଛି । ସୁରଟରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ହେଲେ ମୁକେଶ ଦଲାଲ ।  ଏହାପରେ ମୁକେଶ ଦଲାଲ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲେ । ଖୁବଶୀଘ୍ର ନିର୍ବାଚନ ଆୟୋଗ ଏନେଇ ଘୋଷଣା କରିବେ।

ସୁରଟରୁ କଂଗ୍ରେସ ବିକଳ୍ପ ପ୍ରାର୍ଥୀ ସୁରେଶ ପଡସାଲାଙ୍କ ନାମାଙ୍କନପତ୍ର ବି ଅମାନ୍ୟ କରିଦିଆଯାଇଛି । ଫଳରେ ବିରୋଧୀ ଦଳ ଏହି ନିର୍ବାଚନ କ୍ଷେତ୍ରରେ ବାଦ୍ ପଡିଯାଇଛି । ନିଲେଶଙ୍କ ନାମାଙ୍କନ ରଦ୍ଦ ହୋଇଥିବା ବେଳେ ଆଜି ବାକି ଦଳଗୁଡ଼ିକର ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରି ନେଇଛନ୍ତି । ତେଣୁ ବିଜେପିର ମୁକେଶ ବିଜୟୀ ଘୋଷିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.