IPL ବେଆଇନ ଷ୍ଟ୍ରିମିଂ ମାମଲାରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ, ଏପ୍ରିଲ ୨୯ରେ ପଚରାଉଚରା

ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର ଚର୍ଚ୍ଚା ନୁହେଁ, ବରଂ ତାଙ୍କର ସମସ୍ୟା ବଢ଼ିଛି । ବେଆଇନ IPL ମ୍ୟାଚ୍ ଷ୍ଟ୍ରିମିଂ ମାମଲାରେ ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି ।

ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର ଚର୍ଚ୍ଚା ନୁହେଁ, ବରଂ ତାଙ୍କର ସମସ୍ୟା ବଢ଼ିଛି । ବେଆଇନ IPL ମ୍ୟାଚ୍ ଷ୍ଟ୍ରିମିଂ ମାମଲାରେ ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି । ଏହି ମାମଲାରେ ତାଙ୍କୁ ମହାରାଷ୍ଟ୍ର ସାଇବର ଶାଖା ସମନ ପଠାଇଛି । ଅଭିନେତ୍ରୀଙ୍କୁ ଏପ୍ରିଲ ୨୯ରେ ପଚରାଉଚରା ପାଇଁ ଡକାଯାଇଛି । ଏଠାରେ ତାଙ୍କୁ ଏହି ମାମଲା ସମ୍ପର୍କରେ ପ୍ରଶ୍ନ ପଚରାଯିବ ।

ମିଳିଥିବା ସୂଚନା ମୁତାବକ, ତମନ୍ନାଙ୍କୁ ଫେୟାରପ୍ଲେ (FairPlay) ଆପରେ ଆଇପିଏଲ୍ ୨୦୨୩ର ବେଆଇନ ଷ୍ଟ୍ରିମିଂ ମାମଲାରେ ପଚରାଉଚରା କରାଯିବ, ଯେଉଁ କାରଣରୁ ଭିଆକମ୍‌ (Viacom)କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । କୁହାଯାଉଛି ଯେ ତାଙ୍କୁ ସାକ୍ଷୀ ଭାବରେ ଡକାଯାଉଛି । ପଚରାଉଚରା ବେଳେ ଅଭିନେତ୍ରୀଙ୍କୁ ପଚରାଯିବ ଯେ ଫେୟାରପ୍ଲେ ପାଇଁ ତାଙ୍କୁ କିଏ ଯୋଗାଯୋଗ କରିଥିଲେ ଏବଂ ଏଥିପାଇଁ ତାଙ୍କୁ କେତେ ଟଙ୍କା ଦିଆଯାଇଥିଲା । କହି ରଖୁଛୁ, ତମନ୍ନା ଭାଟିଆ ଫେୟାରପ୍ଲେର ପ୍ରମୋସନ କରିଥିଲେ ।

ANI ଟ୍ଵିଟ୍‌ ମାଧ୍ୟମରେ ଏହି ସୂଚନା ଦେଇଛି । ତେବେ ଏହି ମାମଲାରେ କେବଳ ତମନ୍ନାଙ୍କ ନାମ ଜଡିତ ନାହିଁ, ତାଙ୍କ ପୂର୍ବରୁ ସଞ୍ଜୟ ଦତ୍ତଙ୍କୁ ମଧ୍ୟ ସମନ ପଠାଯାଇଥିଲା । ଯାହା ଉପରେ ସଞ୍ଜୟ ଦତ୍ତ କହିଥିଲେ କି, ବର୍ତ୍ତମାନ ସେ ମୁମ୍ବାଇରେ ନାହାନ୍ତି, ଏହି କାରଣରୁ ଦିଆଯାଇଥିବା ତାରିଖରେ ସେ ହାଜର ହୋଇପାରିବେ ନାହିଁ । ସଞ୍ଜୟ ଦତ୍ତ ତାଙ୍କ ବୟାନ ରେକର୍ଡ କରାଇବା ପାଇଁ ଆଉ ଏକ ତାରିଖ ଏବଂ ସମୟ ମାଗିଛନ୍ତି ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଭିଆକମ୍‌ ମହାରାଷ୍ଟ୍ର ସାଇବର ଶାଖାରେ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛି । ଏତିକି ନୁହେଁ, ତମନ୍ନା ଓ ସଞ୍ଜୟ ଦତ୍ତଙ୍କ ପୂର୍ବରୁ ଏହି ମାମଲାରେ ରାପର ବାଦଶାହଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । କୁହାଯାଉଛି ଯେ ଫେୟାରପ୍ଲେ ଯୋଗୁ ଭିଆକମ୍‌କୁ ୧୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.