ହିମାଚଳ ପ୍ରଦେଶରେ ବର୍ଷା ଓ ଭୂସ୍ଖଳନ ବିପତ୍ତି ଜାରି, ୧୨୦ ଜଣଙ୍କ ମୃତ୍ୟୁ, ୪୦ ନିଖୋଜ
ହିମାଚଳ ପ୍ରଦେଶରେ କୋପ କରିଛି ପ୍ରକୃତି । ସରା ରାଜ୍ୟରେ ଭୂସ୍ଖଳନର ବିପର୍ଯ୍ୟୟ । ମଣ୍ଡି ଜିଲ୍ଲା ଖୋଲାନଲା ଓ ସେହେନୁ ଗୋଉନି ଗାଁରେ ବାଦଲ ଫଟା ବର୍ଷା । ୫୧ ଲୋକଙ୍କୁ ଉଦ୍ଧାର କରିଛି NDR ଟିମ୍ । କୁଲୁ-ମଣ୍ଡି ରାସ୍ତା ଧୋଇ ଯାଇଛି । ହିମାଚଳ ପ୍ରଦେଶରେ ବର୍ଷା ଓ ଭୂସ୍ଖଳନ ବିପତ୍ତି ଜାରି ରହିଛି।

କେବଳ ଅଗଷ୍ଟ ମାସରେ ହିମାଚଳ ପ୍ରଦେଶରେ ବର୍ଷା ଜନିତ ଦୁର୍ଘଟଣାରେ ୧୨୦ ଜଣଙ୍କ ମୃତ୍ୟୁ ଘଟିଛି। ଚଳିତ ବର୍ଷ ମୌସୁମୀ ଆସିବା ପରେ ଏପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ ବର୍ଷା ଓ ଭୂସ୍ଖଳନ ଦୁର୍ଘଟଣାରେ ୨୩୮ ଜୀବନ ଗଲାଣି। ଏବେ ବି ୪୦ ଜଣ ନିଖୋଜ ଅଛନ୍ତି। ହିମାଚଳ ପ୍ରଦେଶର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ପୁଣି ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି।
ଗତକାଲି କୁଲୁ ଜିଲ୍ଲାରେ ଅନେକ ବହୁତଳ ବିଲ୍ଡିଂ ତାସ ଘର ଭଳି ଭୁଶୁଡ଼ି ପଡ଼ିିଥିଲା । ମାତ୍ର କିଛି ସେକେଣ୍ଡ ମଧ୍ୟରେ ଧୂଳି ସାତ ହୋଇଛି ଅନେକ ବଡ଼ବଡ଼ ପ୍ରାସାଦ। ଯେମିତି ପୂରା ସହର ଧସି ଯାଇଥିଲା । ପୂର୍ବରୁ ଏହି ବିଲ୍ଡିଂ ଗୁଡ଼ିକ ଅସୁରକ୍ଷିତ ଚିହ୍ନଟ ହୋଇଥିଲା। ୨ ଦିନ ପୂର୍ବରୁ ଲୋକଂକୁ ସ୍ଥାନାନ୍ତର କରାଯାଇଥିଲା। ତେଣୁ ବଡ଼ ଅଘଟଣ ଟଳି ଯାଇଛି। ଆନିରେ ଆଉ କିଛି ବିଲ୍ଡିଂକୁ ମଧ୍ୟ ଅସୁରକ୍ଷିତ ଚିହ୍ନଟ କରାଯାଇଛି।