ହିମାଚଳର କରସୋଗରେ ବଡ଼ ଦୁର୍ଘଟଣା, ଖାଇରେ ଖସିଲା ସୁମୋ ଗାଡ଼ି; ୪ ମହିଳାଙ୍କ ସମେତ ୫ ମୃତ

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ କରସୋଗର ଅଲ୍‌ସିଣ୍ଡିରେ ଏକ ଟାଟା ସୁମୋ ଖାଇକୁ ଖସି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ୪ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଗାଡ଼ିରେ ଥିବା ଅନ୍ୟ ଯାତ୍ରୀମାନେ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ମଣ୍ଡି ଏବଂ ଶିମଲା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଶୁକ୍ରବାର ଦିନ ସାଢ଼େ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ କୌଣସି ଏକ ମହିଳା ଗୋଷ୍ଠୀର ସଦସ୍ୟମାନେ ଟାଟା ସୁମୋରେ ଯାଉଥିଲେ। ଅଲସିଣ୍ଡିରେ ଗାଡିଟି ଏକ ମୋଡରୁ ତଳକୁ ଖସି ଡ୍ରେନ୍‌ରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ୪ ମହିଳା ଏବଂ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ଅନ୍ୟ ୬ ଜଣଙ୍କୁ ନିକଟସ୍ଥ ସୁନ୍ନି ଡାକ୍ତରଖାନାକୁ ପଠାଯାଇଛି। ସୁନ୍ନି ମଣ୍ଡି ସୀମାରେ ଅବସ୍ଥିତ ଏବଂ ଏହି ଅଞ୍ଚଳ ଶିମଲାରେ ଆସିଥାଏ। ସୁନ୍ନିଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ବର୍ତ୍ତମାନ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ସୂଚନାଥାଉ କି, ମଣ୍ଡି ଜିଲ୍ଲାରେ ୭୨ ଘଣ୍ଟା ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବଡ଼ ଦୁର୍ଘଟଣା। ଏହାପୂର୍ବରୁ ବୁଧବାର ମଣ୍ଡିର କୋଟଲି ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୩ ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.