Below header

ରେଞ୍ଜ ରୋଭର ଦୁର୍ଘଟଣାରେ ଯୁବତୀ ମୃତ: ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ

ରେଞ୍ଜ ରୋଭର ଦୁର୍ଘଟଣାରେ ଆଖି ବୁଜିଲେ ଗୁରୁତର ଯୁବତୀ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଲୋପାମୁଦ୍ରା ସାହୁଙ୍କ ମୃତ୍ୟୁ ହୋଇଛି। ମୃତ ଘୋଷଣା କଲେ ଚିକିତ୍ସା କରୁଥିବା ଡାକ୍ତର ।

ଭୁବନେଶ୍ୱର (କେନ୍ୟୁଜ): ରେଞ୍ଜ ରୋଭର ଦୁର୍ଘଟଣାରେ ଆଖି ବୁଜିଲେ ଗୁରୁତର ଯୁବତୀ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଲୋପାମୁଦ୍ରା ସାହୁଙ୍କ ମୃତ୍ୟୁ ହୋଇଛି। ମୃତ ଘୋଷଣା କଲେ ଚିକିତ୍ସା କରୁଥିବା ଡାକ୍ତର ।

ଗତ ୩୧ ତାରିଖରେ ଭୁବନେଶ୍ୱର ପାୱାର ହାଉସ ଛକରେ ଦୁର୍ଘଟଣା ହୋଇଥିଲା। ୨ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ଦାମୀ ରେଂଜରୋଭର କାର୍‌। ଦୁର୍ଘଟଣା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ପରେ ଯୁବତୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବ୍ରେନଡେଡ ଘୋଷଣା କରିଥିଲେ ଡାକ୍ତର । ଆଇସିୟୁରେ ରଖି ଯୁବତୀଙ୍କୁ ଚିକିତ୍ସା କରାଯାଉଥିଲା ।

ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ଜଣେ ଅବସରପ୍ରାପ୍ତ ଯବାନ ଓ ଜଣେ ଯୁବତୀ ଗୁରୁତର ହୋଇଥିଲେ। ଯବାନଙ୍କ ଭୁବନେଶ୍ୱର ଓ ଯୁବତୀଙ୍କ କଟକରେ ଚିକିତ୍ସା ଚାଲିଥିଲା । ଗାଡ଼ିଟି ଏକ ଘରୋଇ କଂପାନୀ ନାଁରେ ରେଜିଷ୍ଟ୍ରୀ ହୋଇଥିଲା। ସଂପୃକ୍ତ ଘରୋଇ କଂପାନୀର ନିର୍ଦ୍ଦେଶକ ଥିଲେ ବିଶାଳ ଦାସ। ବିଶାଳ ଦାସ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ। ତେବେ ଦୁର୍ଘଟଣା ପରେ ହିଁ ଗାଡି ଚାଳକଙ୍କୁ ଗିରଫ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.