Below header

କୁନି କଳାକାରଙ୍କ ଜୀବନ୍ତ ଅଭିନୟରେ ଝୁମିଲେ ଦର୍ଶକ

କଳା ଭାସ୍କର୍ଯ୍ୟର ଏନ୍ତୁଳିଶାଳ ହେଉଛି ଆମ ରାଜ୍ୟ ଓଡିଶା । ସେହି କଳା ଭାସ୍କର୍ଯ୍ୟ ମଧ୍ୟରେ ନୃତ୍ୟ ,ଗୀତ ,ଅଭିନୟ ଭଳି କଳା ଲୋକମାନଙ୍କର ମନରଞ୍ଜନ କରିଥାଏ । ଏହି ଅଭିନୟ ମାଧ୍ୟମରେ ଲୋକମାନଙ୍କର ମନୋରଞ୍ଜନ ହେବା ସହିତ ଅନେକ ସାମାଜିକ ବାର୍ତା ଲୋକମାନଙ୍କ ନିକଟକୁ ଯାଇଥାଏ ।

କାକଟପୁର(କେନ୍ୟୁଜ୍): କଳା ଭାସ୍କର୍ଯ୍ୟର ଏନ୍ତୁଳିଶାଳ ହେଉଛି ଆମ ରାଜ୍ୟ ଓଡିଶା । ସେହି କଳା ଭାସ୍କର୍ଯ୍ୟ ମଧ୍ୟରେ ନୃତ୍ୟ ,ଗୀତ ,ଅଭିନୟ ଭଳି କଳା ଲୋକମାନଙ୍କର ମନରଞ୍ଜନ କରିଥାଏ । ଏହି ଅଭିନୟ ମାଧ୍ୟମରେ ଲୋକମାନଙ୍କର ମନୋରଞ୍ଜନ ହେବା ସହିତ ଅନେକ ସାମାଜିକ ବାର୍ତା ଲୋକମାନଙ୍କ ନିକଟକୁ ଯାଇଥାଏ । ଅନେକ ପ୍ରାଚୀନ ସମୟରୁ ନୃତ୍ୟ ,ସଙ୍ଗୀତ ଓ ଅଭିନୟ ମନୋରଞ୍ଜନର ଏକ ଖୋରାକ ଯୋଗାଇ ଆସୁଅଛି।

ମନୋରଞ୍ଜନ ସହିତ ସମାଜ ସଂସ୍କାରକ ଭାବରେ ଏହି କଳା ଗୁରୁତ୍ଵପୂର୍ଣ ଭୂମିକା ଯୋଗାଇ ଆସୁଅଛି । ଦିନଥିଲା ଅଭିନୟ ମାଧ୍ୟମରେ ପୌରାଣିକ ଏବଂ ଐତିହାସିକ କଥା ବସ୍ତୁକୁ ନେଇ ମଞ୍ଚରେ ନାଟକ ପରିବେଷଣ କରାଯାଉଥିଲା । ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଏବଂ ଐତିହାସିକ ଜ୍ଞାନକୁ ଲୋକଦୃତ କରାଯାଉଥିଲା । କିନ୍ତୁ ଆଜିର ଆଧୁନିକ ସମୟରେ ସମୟାନୁକ୍ରମିକ ଭାବରେ ସମାୟରେ ଲୋକମାନଙ୍କ ରୁଚି ବଦଳିଛି। ଆଜିର ସାମାଜିକ ଚଳଣି ଏବଂ ଲୋକଚରିତ୍ରର କଥାବସ୍ତୁକୁ ନେଇ ଅନେକ ସାମାଜିକ ନାଟକ ଏବଂ ଡ୍ରାମା ରେ ତାହା ପରିବେଷଣ କରାଯାଉଛି।

ଆଜି କାଲି ଆମ ସମାଜ ଦିନକୁ ଦିନ କଳୁଷିତ ହୋଇ ଅନେକ ଅସାମାଜିକ ଘଟଣା ମାନ ଆମ ଚାରିପାଖରେ ଘଟୁଛି । ପରିବାର ମଧ୍ୟରେ ଦିନକୁ ଦିନ ଆତ୍ମୀୟତା ,ସ୍ନେହ ,ମମତା ,ଦାୟିତ୍ଵବଦ୍ଧତା କମି କମି ଯାଉଥିବା ବେଳେ ବୃଦ୍ଧ ପିତାମାତା ଙ୍କ ଉପରେ ସନ୍ତାନ ମାନଙ୍କର ନିର୍ଯ୍ୟାତନା ବଢି ବଢି ଚାଲିଛି । ଯାହା ଏକ ଭୟଙ୍କର ବ୍ୟାଧି ଭାବରେ ସମାଜରେ ଦିନକୁ ଦିନ ବ୍ୟାପୀ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଏହି ସାମାଜିକ ବ୍ୟାଧିକୁ ରୋକିବା ପାଇଁ ଏକ ସଚେତନାତ୍ମକ ନାଟକ ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’କୁ ଅସ୍ତରଙ୍ଗ ବ୍ଲକ ର ରେନ୍ଦୁଅ ଗ୍ରାମର ସାନ ସାନ କଳାକାର ମାନଙ୍କ ଦ୍ଵାରା ମଞ୍ଚସ୍ତ କରାଯାଇଥିଲା।

nataka

ଏହି ନାଟକ ଟିକୁ ରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ ପଣ୍ଡିତ କାଳନ୍ଦି ଚରଣ ଛଟୋଇ। ମା ଲକ୍ଷ୍ମୀ ପୂଜା କମିଟି ଆନୁକୁଲ୍ୟରେ ରେନ୍ଦୁଅ ଗ୍ରାମର ଏହି ସାନ ସାନ ପୁଅ ଝିଅଙ୍କ ଜୀବନ୍ତ ଅଭିନୟ ଉପସ୍ଥିତ ଦର୍ଶକ ମାନଙ୍କ ଆଖିରୁ ଲୁହ ଝରାଇ ଦେଇଥିଲା। ଉପସ୍ଥିତ ଦର୍ଶକମାନେ ନାଟକଟିର ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ ଏବଂ କଳାକାର ମାନଙ୍କୁ ପ୍ରସଂଶାରେ ପୋତି ପକାଇଥିଲେ।

ଆଜିର ସମାଜରେ ଘଟୁଥିବା ନିଛକ କାହାଣୀକୁ ନେଇ ନାଟକ ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’ ପ୍ରସ୍ତୁତ ହୋଇଥିବା ବେଳେ ରେନ୍ଦୁଅ ଗ୍ରାମର ଏହି ସାନ ସାନ କଳାକାରଙ୍କ ଜୀବନ୍ତ ଅଭିନୟ ଏବଂ ସ୍ପଷ୍ଟ ସଂଳାପ ସହିତ ମାର୍ଜିତ ଅଭିନୟ ଦର୍ଶକ ମାନଙ୍କ ମନକୁ ଛୁଇଁ ପାରିଥିଲା। ଆଜିକାଲି ବାପ ମା ମାନେ ନିଜର ମୁଣ୍ଡ ଝାଳ ତୁଣ୍ଡରେ ମାରି ଅନେକ କଷ୍ଟ ସହି ପିଲାମାନଙ୍କୁ ମଣିଷ କରି ସାରିଲା ପରେ ସେହି ପିଲା ମାନଙ୍କ ଦେହରେ ପର ଲାଗିଗଲା ପରେ ସେମାନେ ସେହି ମଳିମୁଣ୍ଡିଆ ବାପ ମା ମାନଙ୍କୁ ପାସୋରି ଯାଉଛନ୍ତି । ନିଜର ସ୍ଵାର୍ଥ ଦେଖି ରଙ୍ଗୀନ ଦୁନିଆର ମୋହରେ ପଡି ସ୍ତ୍ରୀ ବୁଦ୍ଧିରେ ନିଜର ବାପମାଙ୍କୁ କିଭଳି ପର କରି ଦେଇପାରନ୍ତି ଏହି ନାଟକ ରେ ନିଖୁଣ ଭାବରେ ସଜେଇ ଦିଆଯାଇଛି ।

ସୁନ୍ଦର ମଞ୍ଚ ସଜା ,ଆଲୋକ ସୁପରିଚାଳନା ଏବଂ ପ୍ରଚ୍ଛଦ ପଟ ସଙ୍ଗୀତ କାହାଣୀ ଟିର ନାଟକୀୟ ପରିକଳ୍ପନା କୁ ସୁନ୍ଦର ଭାବରେ ପରିପୃଷ୍ଟ କରି ତୋଳିଥିଲା । ଏହି ନାଟକରେ ଅଭିନୟ କରୁଥିବା ସମସ୍ତ କଳାକାରଙ୍କ ବୟସ ୧୪ ବର୍ଷ ରୁ କମ୍ ରହିଥିଲା । ରେନ୍ଦୁଅ ଗ୍ରାମରେ ଲକ୍ଷ୍ମୀପୂଜା କମିଟ ପକ୍ଷରୁ ପ୍ରଥମ ଥର ପାଇଁ ନାଟକ ମଞ୍ଚସ୍ତ କରାଯିବା ସହିତ ଏଥିରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ମଧ୍ୟ ପ୍ରଥମ ଥର ପାଇଁ ମଞ୍ଚରେ ଅଭିନୟ କରିଥିଲେ। ତାହା ପୁଣି ନିର୍ଭୁଲ ଭାବରେ ଯାହା ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ଅଧିକ ଖୋରାକ ଯୋଗାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.