ଶସ୍ତାରେ ପିଆଜ ବାଣ୍ଟୁଛନ୍ତି ସରକାର, ୨୫ ଟଙ୍କାରେ ନେବାକୁ ଠେଲା-ପେଲା

ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି ନାଫେଡ୍ । ସଂସ୍ଥା ପକ୍ଷରୁ ୨୫ ଟଙ୍କା ଦରରେ ଖାଉଟିଙ୍କୁ ଦିଆଯାଉଛି ପିଆଜ । ମୁଣ୍ଡ ପିଛା ୨ କିଲୋ ଲେଖାଏଁ ପିଆଜ ନାଫେଡ ପକ୍ଷରୁ ଦିଆଯାଉଛି । ଫଳରେ କମ ଦରରେ ପିଆଜ ନେବା ପାଇଁ ନାଫେଡ ସାମ୍ନାରେ ଠେଲା ପେଲା ହେଉଛନ୍ତି ଲୋକେ।

ଭୁବନେଶ୍ୱର (କେନ୍ୟୁଜ): ଏବେ ପିଆଜ ଦର ଆକାଶ ଛୁଆଁ । ଖୋଲା ବଜାରରେ ଦର କେଜି ପ୍ରତି ୭୦ ରୁ ୮୦ ଟଙ୍କା ଥିବାବେଳେ ଖାଉଟି ଉପରେ ଏବେ ଚଡ଼କ ପଡ଼ିଛି । କାର୍ତ୍ତିକ ମାସରେ ପିଆଜ ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି । ସେପଟେ ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି ନାଫେଡ୍ । କେନ୍ଦ୍ର ସରକାରଙ୍କ ନାଫେଡ୍‌ (ନ୍ୟାସନାଲ ଏଗ୍ରିକଲଚର କୋପୋରେଟିଭ ମାର୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ) ସଂସ୍ଥା ପକ୍ଷରୁ ୨୫ ଟଙ୍କା ଦରରେ ଖାଉଟିଙ୍କୁ ଦିଆଯାଉଛି ପିଆଜ । ମୁଣ୍ଡ ପିଛା ୨ କିଲୋ ଲେଖାଏଁ ପିଆଜ ନାଫେଡ ପକ୍ଷରୁ ଦିଆଯାଉଛି । ଫଳରେ କମ ଦରରେ ପିଆଜ ନେବା ପାଇଁ ନାଫେଡ ସାମ୍ନାରେ ଠେଲା ପେଲା ହେଉଛନ୍ତି ଲୋକେ।

ସେପଟେ ଚଣା ଡାଲି କେଜି ପ୍ରତି ୬୦ ଟଙ୍କା ଦରରେ ବିକ୍ରି ହୋଇଛି । ଭୁବନେଶ୍ୱରରେ ଏବେ ପର୍ଯ୍ୟନ୍ତ ୬ଟି ସ୍ଥାନରେ ଲୋକଙ୍କ ପାଖରେ ପହଞ୍ଚିଲାଣି । ଭୁବନେଶ୍ୱର ଆଇଜି ପାର୍କ ନିକଟରେ ମଧ୍ୟ ଗାଡି ପହଞ୍ଚିଥିଲା । ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ରାଜ୍ୟରେ ବଲାଙ୍ଗୀର, ମାଲକାନଗିରି, କଟକ, ନୂଆପଡା, ଭୁବନେଶ୍ୱର, ବ୍ରହ୍ମପୁର, ରାୟଗଡା, ଯାଜପୁର ଜିଲା ଗୁଡିକରେ ଏବେ ପର୍ଯ୍ୟନ୍ତ ବିକ୍ରି ଚାଲିଛି । ପୁରା ରାଜ୍ୟରେ ନାଫେଡ ବିଭିନ୍ନ ସ୍ଥାନରେ ପହଞ୍ଚିବା ନେଇ ସୂଚନା ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.