୧ ରନ୍ରେ ଜିତିଲା କୋଲକାତା ନାଇଟ୍ ରାଇଡର୍ସ, ପରାଜୟ ପିଛା ଛାଡୁନି ଆରସିବିର
ପରାଜୟ ଯେମିତି ଆରସିବିର ପିଛା ଛାଡ଼ିବାକୁ ନାରାଜ ।

କୋଲକାତା : ଆଜି କୋଲକାତାର ଇଡେନ ଗାର୍ଡନ୍ସରେ ଆଇପିଏଲ୍୍ର ଏ ତୁମୁଳ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଲୋକଙ୍କ ପଇସା ଅସୁଲ ହୋଇଛି । ତେବେ ଏହି ଜୋରଦାର ଟକ୍କରରେ ଶେଷରେ କୋଲକାତା ନାଇଟ ରାଇଡର୍ସ ଠାରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମାତ୍ର ୧ ରନ୍ରେ ହାରି ଯାଇଛି । ପରାଜୟ ଯେମିତି ଆରସିବିର ପିଛା ଛାଡ଼ିବାକୁ ନାରାଜ ।
ଆରସିବି ଆଜି ଟସ୍ ଜିତି ପ୍ରଥମେ ବୋଲିଂ ନେଇଥିଲା । କେକେଅରି ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୨୨୨ ରନ୍ କରିଥିଲା । ସଲ୍ଟ ମାତ୍ର ୧୪ ବଲରୁ ୪୮, ଅଧିନାୟକ ଶ୍ରେୟସ ଆୟର ୩୬ ବଲରେ ୫୦ ରନ୍ କରିଥିଲେ ।
ଏହାପରେ ଆରସିବି ୧୨୩ ରନର ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା । ବିରାଟ କୋହଲି ଓପ୍ନିଂ ଆସି ୭ଟି ବଲରେ ୧୮ ରନ୍ କରି ଆଉଟ ହେଲେ । ତେବେ ଓପନିଂ ଯୋଡ଼ି ଭାଙ୍ଗିଯିବା ପରେ ଓ୍ଵିଲ ଜ୍ୟାକ୍ସ ୫୫ ରଜତ ପାଟିଦାର ୨୩ ବଲରୁ ୫୨ ରନ୍ କରି ରୟାଲ ଚ୍ୟାଲେଞ୍ଜର୍ସ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କଲେ । ଏମାନେ ତୃତୀୟ ଓ୍ଵିକେଟ୍୍ରେ ୧୦୨ ରନ୍ ଯୋଗ କରିଥିଲେ । ହେଲେ ପରବର୍ତ୍ତୀ ବ୍ୟାଟର ଅଳ୍ପରେ ଖସି ପଡ଼ିଲେ । ଶେଷ ଭାଗରେ ଦୀନେଶ କାର୍ତ୍ତିକ ୨୫ ଏବଂ କର୍ଣ୍ଣ ଶର୍ମା ୨୦ ରନ୍ କରି ଲକ୍ଷ୍ୟର ପାଖାପାଖି ପହଞ୍ଚିଥିଲେ । କିନ୍ତୁ ଶେଷ ବଲରେ ଜିତିବା ପାଇଁ ଆଉ ୨ ରନ୍ ଦରକାର ହେଉଥିବା ବେଳେ ଶେଷ ବ୍ୟାଟର ଲକୀ ଫର୍ଗୁସନଙ୍କୁ ଆଉଟ୍ କରି କୋଲକାତାକୁ ଜିତାଇ ଦେଇଥିଲେ ମିଚେଲ ଷ୍ଟାର୍କ । ବିଜୟୀ ଦଳ ପକ୍ଷରୁ ଆନ୍ଦ୍ରେ ରସେଲ୨୫ ରନ୍ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ଦଖଲ କରିଛନ୍ତି ।