ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କୁ ପଠାଗଲା ଦିଲ୍ଲୀ AIIMS, ଅଗ୍ନାଶୟ ରୋଗରେ ପୀଡ଼ିତ

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ରେଫର୍ କରାଯାଇଛି। ଏ ପର୍ଯ୍ୟନ୍ତ ସେ ଶିମଲାସ୍ଥିତ ଇନ୍ଦିରା ଗାନ୍ଧି ମେଡିକାଲ କଲେଜ ଏବଂ ହସ୍ପିଟାଲ (ଆଇଜିଏମସି) ଡାକ୍ତରଙ୍କ ତତ୍ତ୍ୱାବଧାନରେ ଥିଲେ।

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ରେଫର୍ କରାଯାଇଛି। ଏ ପର୍ଯ୍ୟନ୍ତ ସେ ଶିମଲାସ୍ଥିତ ଇନ୍ଦିରା ଗାନ୍ଧି ମେଡିକାଲ କଲେଜ ଏବଂ ହସ୍ପିଟାଲ (ଆଇଜିଏମସି) ଡାକ୍ତରଙ୍କ ତତ୍ତ୍ୱାବଧାନରେ ଥିଲେ।

ସୂଚନା ଅନୁସାରେ, ସିଏମ୍ ସୁଖୁ ଅଗ୍ନାଶୟ ରୋଗରେ ପୀଡିତ। ଶିମଲାରେ ସେ ଚିକିତ୍ସିତ ହେଉଥିଲେ, କିନ୍ତୁ ବର୍ତ୍ତମାନ ସେଠାକାର ଡାକ୍ତର ତାଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଦିଲ୍ଲୀ ଯାଇଛନ୍ତି। ତାଙ୍କ ଅବସ୍ଥା ସ୍ୱାଭାବିକ ରହିଛି।

ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଗଣମାଧ୍ୟମ ପରାମର୍ଶଦାତା ନରେଶ ଚୌହାନ କହିଛନ୍ତି, ସିଏମ୍‌ ଶୀଘ୍ର ସୁସ୍ଥ ହେବା ପାଇଁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି। ବୁଧବାର ବିଳମ୍ବିତ ରାତିରେ ତାଙ୍କୁ ଆଇଜିଏମସିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅନେକ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଅଲଟ୍ରାସାଉଣ୍ଡ ଏବଂ ରକ୍ତ ରିପୋର୍ଟ ସମ୍ପୂର୍ଣ୍ଣ ସ୍ୱାଭାବିକ ଆସିଛି।

ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ବ୍ରିଜ ଶର୍ମାଙ୍କ ନେତୃତ୍ୱରେ ୬ ଜଣିଆ ଡାକ୍ତରୀ ଟିମ୍‌ ସିଏମ୍‌ଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ସେମାନେ ମଧ୍ୟ ସିଏମ୍‌ଙ୍କ ସହିତ ଦିଲ୍ଲୀ ଆସିଛନ୍ତି। ସୂତ୍ରରୁ ଜଣାପଡ଼ିଛି, ସିଏମ୍‌ ଅନେକ ଦିନ ଧରି ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ, ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେପଟେ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ଜଲ୍‌ଦି ସୁସ୍ଥ ହେବାର କାମନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.