ବାରବାଟୀ-କଟକର ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହେବେ ସୋଫିଆ ଫିର୍ଦୋସ, ସୂଚନା ଦେଲେ ଜିଲ୍ଲା ସଭାପତି

ବାରବାଟୀ-କଟକର ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହେବେ ସୋଫିଆ ଫିର୍ଦୋସ । ମହମ୍ମଦ ମୋକିମଙ୍କ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବା ନେଇ କଟକ ନଗର ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ଖୁବଶୀଘ୍ର ଏ ନେଇ ଦଳ ଘୋଷଣା କରିବ ।

କଟକ (କେନ୍ୟୁଜ): ବାରବାଟୀ-କଟକର ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହେବେ ସୋଫିଆ ଫିର୍ଦୋସ ।  ମହମ୍ମଦ ମୋକିମଙ୍କ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବା ନେଇ କଟକ ନଗର ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।  ଖୁବଶୀଘ୍ର ଏ ନେଇ ଦଳ ଘୋଷଣା କରିବ ।  ଗତ ପାଞ୍ଚ ବର୍ଷରେ ବାରବାଟୀ କଟକରେ ମହମ୍ମଦ ମୋକିମ ଅନେକ କାର୍ଯ୍ୟ କରିଛନ୍ତି ।  ତାଙ୍କ ଝିଅ ସୋଫିଆ ପ୍ରାର୍ଥୀ ହେଲେ କଂଗ୍ରେସର ବିଜୟ ହେବ ବୋଲି ଦଳ ଆଶା ରଖିଛି । ସୋଫିଆ ହେଉଛନ୍ତି ଜଣେ ଯୁବ ମହିଳା ଉଦ୍ୟୋଗୀ  ।  ଖୁବ୍ କମ୍ ବୟସରେ ବ୍ୟବସାୟ କ୍ଷେତ୍ରରେ ବଡ଼ ସଫଳତା ସେ ପାଇଛନ୍ତି ।  ବର୍ତ୍ତମାନ ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶିକା ଅଛନ୍ତି ସୋଫିଆ ।  ସୋଫିଆ ପ୍ରାର୍ଥୀ ହେଲେ ଝିଅ ପାଇଁ ପ୍ରତ୍ୟକ୍ଷ ଭାବେ ମୋକିମ ପ୍ରଚାର କରିବାରେ କୌଣସି ପ୍ରତିବନ୍ଧକ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.