ବିବାହର ୫ ବର୍ଷ ପରେ ସାମ୍ନାକୁ ଆସିଲା ଦୀପିକା-ରଣବୀରଙ୍କ ୱେଡିଂ ଭିଡିଓ

କଫି ୱିଥ୍‌ କରନ୍‌ରେ ଦୀପିକା ପାଦୁକୋନ ଓ ରଣବୀର ସିଂଙ୍କ ୱେଡିଂ ଭିଡିଓ ଦେଖାଯାଇଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କରନ ଜୋହରଙ୍କ ଚାଟ୍ ଶୋ’ ‘କଫି ୱିଥ୍ କରନ୍ ସିଜନ୍ ୮’ର ପ୍ରଥମ ଏପିସୋଡ୍ ଆସିଯାଇଛି । ଶୋ’ର ପ୍ରଥମ ଅତିଥି ହେଉଛନ୍ତି ଦୀପିକା ପାଦୁକୋନ ଓ ରଣବୀର ସିଂ । ବର୍ତ୍ତମାନ ରଣବୀର ଦୀପିକାଙ୍କ ବିବାହକୁ ୫ ବର୍ଷ ହୋଇସାରିଛି । ଏହି କପଲ ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରଠାରୁ ହିଁ ଫ୍ୟାନ୍‌ମାନେ ଦୁହିଁଙ୍କ ୱେଡିଂ ଭିଡିଓକୁ ଅପେକ୍ଷା କରିଥିଲେ । ଏବେ ଏହି ଅପେକ୍ଷାର ଅନ୍ତ ଘଟିଛି । ପ୍ରଥମ ଥର ପାଇଁ କରନଙ୍କ ଶୋ’ରେ ଦୀପିକା ରଣବୀରଙ୍କ ୱେଡିଂ ଭିଡିଓ ଦେଖାଯାଇଛି ।

ଏହି ଭିଡିଓକୁ ଦେଖିବା ପରେ ଫ୍ୟାନ୍ସ ବହୁତ ଉତ୍ସାହିତ ହୋଇଯାଇଛନ୍ତି। ଭିଡିଓରେ ଦୀପିକା ରଣବୀରଙ୍କ ସ୍ପେଶିଆଲ ମୁହୂର୍ତ୍ତ ଦେଖାଯାଇଛି, ଯେଉଁଥିରେ ଦୁହେଁ ଉଭୟଙ୍କ ପରିବାର ସହିତ ଖୁସି ମଜା କରୁଥିବାର ନଜର ଆସିଛନ୍ତି । ଦୀପିକା ରଣବୀରଙ୍କ ବିବାହ ଭିଡିଓ ତାଙ୍କ ସଂଗୀତ ପାର୍ଟିରୁ ଆରମ୍ଭ ହୋଇଛି । ଏଥିରେ ରଣବୀର ଦୀପିକାଙ୍କୁ ପ୍ରପୋଜ କରୁଛନ୍ତି। ଏହା ପରେ ଦୀପିକାଙ୍କ ବାପା ପ୍ରକାଶ ପାଦୁକୋନ କହିଛନ୍ତି ଯେ ରଣବୀର ତାଙ୍କ ବୋରିଂ ଫ୍ୟାମିଲିରେ ଏକ୍ସସାଇଟମେଣ୍ଟ ନେଇ ଆସିଛନ୍ତି ।

ମେହେନ୍ଦିରେ ରଣବୀର ଦୀପିକାଙ୍କ ଧ୍ୟାନ ରଖୁଥିବାର ନଜର ଆସିଛନ୍ତି ଏବଂ ଦୁହେଁ ଡ୍ୟାନ୍ସ କରୁଛନ୍ତି । ଏହି ବିବାହ ଦୁଇଟି ରୀତିନୀତି ଅନୁଯାୟୀ ହୋଇଥିଲା । ସମସ୍ତ ବିବାହ ରୀତିନୀତିର କିଛି କିଛି କ୍ଲିପ ଭିଡିଓରେ ଦେଖାଯାଇଛି । ଏହି ସବୁ ସେରେମିନି ପୂର୍ବରୁ ରଣବୀର ଦୀପିକାଙ୍କ ସହିତ ଦେଖାହେବାକୁ ଚାହୁଁଥିଲେ । ରଣବୀର ଦୀପିକାଙ୍କୁ କହିବାକୁ ଚାହୁଁଥିଲେ କି, ସେ ତାଙ୍କୁ କେତେ ଭଲ ପାଆନ୍ତି ।

ସୂଚନାଯୋଗ୍ୟ, ରଣବୀର ଦୀପିକାଙ୍କ ବିବାହ ଇଟାଲୀରେ ହୋଇଥିଲା । ବିବାହ ପରେ ଦୁହେଁ ବାଙ୍ଗାଲୋର ଏବଂ ମୁମ୍ବାଇରେ ରିସେପ୍ସନ ପାର୍ଟି ମଧ୍ୟ ଦେଇଥିଲେ । ଏଥିରେ ଅନେକ ବଲିଉଡ ସେଲିବ୍ରିଟି ସାମିଲ ହୋଇଥିଲେ । ରଣବୀର ଦୀପିକାଙ୍କ ୱେଡିଂ ଫଟୋ ବିବାହ ପରେ ଦେଖିବାକୁ ମିଳିଥିଲା, କିନ୍ତୁ ପୂରା ଭିଡିଓ ଦେଖିବା ପାଇଁ ଫ୍ୟାନ୍‌ମାନେ ଅପେକ୍ଷା କରିଥିଲେ, ଯାହା ବର୍ତ୍ତମାନ ସାମ୍ନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.