ନେଦରଲାଣ୍ଡ ଯିବ ବାରାଣସୀର ବୁଲା କୁକୁର ‘ଜୟା’, ଭାରତ ସରକାର ଜାରି କଲେ ପାସ୍‌ପୋର୍ଟ ଓ ଭିସା

ନେଦରଲାଣ୍ଡ ଯାତ୍ରା କରିବ ବୁଲା କୁକୁର ‘ଜୟା’। ଏହି ଫିମେଲ୍‌ ଷ୍ଟ୍ରିଟ୍‌ ଡଗ୍‌ ବୈଧ ପାସ୍‌ପୋର୍ଟ ଏବଂ ଭିସା ସହିତ ହିଁ ନେଦରଲାଣ୍ଡ ଯିବ। ନେଦରଲାଣ୍ଡର ଜଣେ ମହିଳା ଏହି ବୁଲା କୁକୁରକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି। ଆଉ ଏହି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବାରାଣସୀରେ।

ନେଦରଲାଣ୍ଡ ଯାତ୍ରା କରିବ ବୁଲା କୁକୁର ‘ଜୟା’। ଏହି ଫିମେଲ୍‌ ଷ୍ଟ୍ରିଟ୍‌ ଡଗ୍‌ ବୈଧ ପାସ୍‌ପୋର୍ଟ ଏବଂ ଭିସା ସହିତ ହିଁ ନେଦରଲାଣ୍ଡ ଯିବ। ନେଦରଲାଣ୍ଡର ଜଣେ ମହିଳା ଏହି ବୁଲା କୁକୁରକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି। ଆଉ ଏହି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବାରାଣସୀରେ।

ନେଦରଲାଣ୍ଡର ଆମ୍‌ଷ୍ଟର୍ଡମ୍‌ ନିବାସୀ ହେଉଛନ୍ତି ମେରାଲ୍ ବୋଣ୍ଟେନବେଲ୍। ନିକଟରେ ଜୟା ପ୍ରତି ତାଙ୍କ ଭଲ ପାଇବା ସମ୍ପର୍କରେ ବଖାଣିବା ବେଳେ ମେରାଲ୍‌ କହିଛନ୍ତି ଯେ ସେ ସର୍ବଦା ଏକ ଗୃହପାଳିତ ପଶୁ ପାଳିବାର ସ୍ୱପ୍ନ ଦେଖୁଥିଲେ। ବାରାଣସୀ ଯାତ୍ରା ସମୟରେ ଜୟାକୁ ସେ ଭଲପାଇ ବସିଥିଲେ।

ସେ କହିଛନ୍ତି, ମୁଁ ବାରାଣସୀ ଆସିଛି, କାରଣ ମୁଁ ବୁଲିବାକୁ ଭଲପାଏ। ଦିନେ ମୁଁ ବୁଲୁଥିବା ବେଳେ ଜୟା ଆମ ପାଖକୁ ଆସିଥିଲା। ସେ ବହୁତ ଭଲ। ସେ ମୋ ହୃଦୟ ଜିତିନେଲା। ମୁଁ ତାକୁ ଆଲିଙ୍ଗନ କଲି। ଏହାପରେ ସେ ଆମ ସହିତ ଯୋଡ଼ି ହୋଇଗଲା ଏବଂ ଆମକୁ ପିଛା କରିବା ଆରମ୍ଭ କରିଦେଲା। ଦିନେ ରାସ୍ତାରେ ଅନ୍ୟ ଏକ ବୁଲା କୁକୁର ଜୟାକୁ ଆକ୍ରମଣ କରିଥିଲା। ଏହି ସମୟରେ ଜଣେ ସୁରକ୍ଷାକର୍ମୀ ତାକୁ କୁକୁର କବଳରୁ ରକ୍ଷା କରିଥିଲେ। ମେରାଲ୍‌ କହିଛନ୍ତି ଯେ ଏହି ଘଟଣା ପରେ ସେ ଜୟାକୁ ପୋଷ୍ୟ ରୂପେ ଗ୍ରହଣ କରିଥିଲେ।

ଏବେ ଜୟାକୁ ଉନ୍ନତ ଜୀବନ ଦେବା ପାଇଁ ମେରାଲ୍‌ ପ୍ରତିଜ୍ଞା ନେଇଛନ୍ତି। ଜୟା ପାଇଁ ପାସପୋର୍ଟ ଏବଂ ଭିସା ନେବା ପାଇଁ ସେ ଆବେଦନ କରିଥିଲେ। ଏଥିପାଇଁ ସେ ଭାରତରେ ନିଜ ରହଣୀକୁ ୬ ମାସ ବୃଦ୍ଧି କରିଥିଲେ। ସେ କହିଛନ୍ତି, ଜୟାକୁ ନିଜ ସାଙ୍ଗରେ ନେଉଥିବାରୁ ମୁଁ ବହୁତ ଖୁସି। ଏହା ଏକ ଲମ୍ବା ପ୍ରକ୍ରିୟା ଥିଲା। ଜୟାକୁ ଏହି ଅବସ୍ଥାରେ ପହଞ୍ଚିବା ପାଇଁ ମୋତେ ୬ ମାସ ଅପେକ୍ଷା କରିବାକୁ ପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.