ହିମାଚଳ: ପରଫ୍ୟୁମ୍‌ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଫସିଛନ୍ତି ୨୦ ଶ୍ରମିକ; ଛାତ ଉପରୁ ଡେଇଁ ପଡ଼ିଲେ ୩ ମହିଳା

ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ ଏକ ପରଫ୍ୟୁମ୍‌ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଲ୍ଡିଂ ଭିତରେ ପାଖାପାଖି ୨୦ ଜଣ ଶ୍ରମିକ ଫସି ରହିଥିବା ସୂଚନା ରହିଛି । ଅଗ୍ନିକାଣ୍ଡର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ କିଛି ମହିଳା ବିଲ୍ଡିଂର ଛାତ ଉପରେ ଫସିଥିବା ନଜର ଆସୁଛନ୍ତି ।

ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ ଏକ ପରଫ୍ୟୁମ୍‌ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଲ୍ଡିଂ ଭିତରେ ପାଖାପାଖି ୨୦ ଜଣ ଶ୍ରମିକ ଫସି ରହିଥିବା ସୂଚନା ରହିଛି । ଅଗ୍ନିକାଣ୍ଡର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ କିଛି ମହିଳା ବିଲ୍ଡିଂର ଛାତ ଉପରେ ଫସିଥିବା ନଜର ଆସୁଛନ୍ତି । ନିଆଁ ଲିଭାଇବା ପାଇଁ ପଞ୍ଜାବ ଏବଂ ହିମାଚଳରୁ ୧୨ରୁ ଅଧିକ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି ।

ସୁବେର ଶିଳ୍ପ ନଗରୀ ବଦ୍ଦିର ଝାଡ଼ମାଜରିରେ ଏହି ଘଟଣା ଘଟିଛି । ପରଫ୍ୟୁମ୍‌ ତିଆରି ହେଉଥିବା ଏହି ଫ୍ୟାକ୍ଟ୍ରିରେ ଭୀଷଣ ନିଆଁ ଲାଗିଯାଇଥିଲା, ଯାହାଫଳରେ ବହୁ ସଂଖ୍ୟାରେ ଶ୍ରମିକ ଏଠାରେ ଫସି ଯାଇଥିଲେ । କିନ୍ତୁ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍‌ଡିଆର୍‌ଏଫ୍‌ର ୫୦ ସଦସ୍ୟ ବିଶିଷ୍ଟ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି ।

ନିଆଁ ଲାଗିବା ପରେ ଦୁଇ ମହିଳା ବିଲ୍ଡିଂର ଛାତରୁ ଡେଇଁ ପଡ଼ିଥିବା ବେଳେ ସେମାନଙ୍କ ଗୋଡ଼ ଭାଙ୍ଗିଯାଇଛି । ଛାତ ଉପରେ ୩ ଜଣ ମହିଳା ଶ୍ରମିକ ଫସି ରହିଥିଲେ । ଫ୍ୟାକ୍ଟ୍ରିରୁ ଉଦ୍ଧାର ପାଇଥିବା ଜଣେ ମହିଳା କହିଛନ୍ତି, ଏଠାରେ ପ୍ରାୟ ୬୦ ଜଣ ଶ୍ରମିକ କାମ କରୁଥିଲେ । ନିଆଁ ଲାଗିବା ପରେ କିଛି ଶ୍ରମିକ ଝରକା ଭାଙ୍ଗି ତଳକୁ ଡେଇଁ ପଡ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.