Below header

ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କ ପରଲୋକ

ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କ ମୁମ୍ବାଇରେ ପରଲୋକ ଘଟିଛି । ତାଙ୍କର ପରଲୋକ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ।

ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କ  ୮୪ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ଘଟିଛି । ତାଙ୍କର ପରଲୋକ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ଦିବଂଗତ ମେହେର ଓଡିଆ ଓ ହିନ୍ଦୀ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ବେଶ ସୁନାମ ଅର୍ଜନ କରିଥିଲେ । ଚଳଚ୍ଚିତ୍ରରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ପଦ୍ମଶ୍ରୀ ଉପାଧୀ ପାଇଛନ୍ତି ।

ଅଂକୁର, ଭୁବନ ସୋମ, ମୃଗୟା, ମନ୍ଥନ ଆଦି ଚଳଚ୍ଚିତ୍ରରେ ସେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡିଯାଇଛନ୍ତି । ଶ୍ୟାମ ବେନେଗଲଙ୍କ ନର୍ଦ୍ଦେଶିତ ଫିଲ୍ମ ଅଂକୁର (୧୯୭୪) ପାଇଁ ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି । ୨୦୧୭ ମସିହାରେ ଦିବଂଗତ ମେହେର ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ୧୯୪୦ ମସିହାରେ ଓଡିଶାରେ ଜନ୍ମିତ ଦିବଂଗତ ମେହେର ହିନ୍ଦୀ ଫିଲ୍ମ ଭୁବନ ସୋମ, ଅଂକୁରରୁ ତାଙ୍କର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.