ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଖାଇକୁ ଖସିଲା ଜିପ୍‌, ୬ ମୃତ

ଶିମଲାର ସୁନ୍ନୀ ଅଞ୍ଚଳରେ ଏକ ଜିପ୍‌ ଖାଇକୁ ଖସିପଡିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଏହି ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛି ।

ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ଶିମଲାର ସୁନ୍ନୀ ଅଞ୍ଚଳରେ ଏକ ଜିପ୍‌ ଖାଇକୁ ଖସିପଡିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଜିପ୍‌ଟି ଅନିୟନ୍ତ୍ରିତ ହୋଇ ଖାଇକୁ ଖସି ପଡିଥିଲା । ଏହି ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛି । ଏହାସହିତ ଘଟଣାର ଯାଞ୍ଚ କରୁଛି ପୋଲିସ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ଶ୍ରମିକ ବୋଲି ଶିମଲା ଏଏସପି ନବଦୀପ ସିଂ କହିଛନ୍ତି ।

ସୂଚନାନୁସାରେ, ସୁନ୍ନି ସହର ରାଜଧାନୀ ଶିମଲା ଠାରୁ ୫୦ କିଲୋମିଟର ଦୂରରେ ଥିବା ମାଣ୍ଡି ଜିଲ୍ଲା ସୀମାରେ ଅବସ୍ଥିତ। ଏହି ଦୁର୍ଘଟଣା ସୁନ୍ନିର କାଦରଘାଟରେ ଘଟିଛି । ଏକ ଜିପ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଛି । ପୋଲିସ କହିବା ମୁତାବକ, ଗାଡିରେ ୧୨ ଜଣ ଶ୍ରମିକ ଥିଲେ । ସମସ୍ତେ ହିମାଚଳ ପ୍ରଦେଶରେ କାମ କରୁଥିଲେ । ଏମାନଙ୍କ ମଧ୍ୟରୁ ୯ ଜଣ ଜମ୍ମୁ କଶ୍ମୀର କୁଲଗ୍ରାମ ଜିଲ୍ଲାର ଥିଲେ । ସୁନ୍ନି ମଣ୍ଡିକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଏହି ଦୁର୍ଘଟଣା ପରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦୁଃଖ ପ୍ରକାଶ କରିଛନ୍ତି । ଏହାସହିତ ମୃତକଙ୍କ ପରିବାର ଏବଂ ଆହତଙ୍କୁ ସଠିକ ଉପଚାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସିମଲା ଚଳିତବର୍ଷ ନଭେମ୍ବର ସୁଦ୍ଧା ସଡ଼କ ଦୁର୍ଘଟଣାରେ ୧୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୧ ଆହତ ଥିବା ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.