ବିବାହ ଋତୁରେ ଚମକୁଛି ସୁନା, ୧୦ ଗ୍ରାମକୁ ପାର୍ କଲା ୬୪ ହଜାର

ବିବାହ ସିଜିନ ଆରମ୍ଭରୁ ଲଗାତାର ଭାବରେ ବଢୁଛି ଦାମ୍ । ଘରୋଇ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୬୪ ହଜାର ପାର୍ କରିଛି । ଯାହା ୬ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢୁଥିବାରୁ ଘରୋଇ ବଜାରରେ ଦର ବଢୁଛି ।

ନୂଆଦିଲ୍ଲୀ : ସୁନା ପ୍ରତି ଭାରତୀୟଙ୍କ ଆଦର କେବେ କମିନାହିଁ । ଆଉ ଚାହିଦା ଯେତିକି ବଢୁଛି, ଏହି ହଳଦିଆ ଧାତୁଟି ସେତିକି ଚମକୁଛି । ବାହାଘର ସିଜିନରେ ସୁନା ଦର ହୁ ହୁ ବଢୁଛି । ଦାମ୍ ଶୁଣିଲେ ସାଧାରଣ ଲୋକ ସୁନା କିଣିବା ପାଇଁ ସାହସ କରି ପାରୁ ନାହାନ୍ତି । ବିବାହ ସିଜିନ ଆରମ୍ଭରୁ ଲଗାତାର ଭାବରେ ବଢୁଛି ଦାମ୍ । ଘରୋଇ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୬୪ ହଜାର ପାର୍ କରିଛି । ଯାହା ୬ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢୁଥିବାରୁ ଘରୋଇ ବଜାରରେ ଦର ବଢୁଛି ।

୨୪ କ୍ୟାରେଟର ୧୦ ଗ୍ରାମ ସୁନା ୬୪ ହଜାର ୨ଶହ ଟଙ୍କା ହୋଇଛି । ସେହିପରି୨୨ କ୍ୟାରେଟ୍ ୧୦ ଗ୍ରାମ ସୁନାର ଦାମ୍ ୫୮ ହଜାର ୮୫୦ ଟଙ୍କା ହୋଇଛି । ବିବାହ ଋତୁ ଆରମ୍ଭରୁ ବଢିଛି ସୁନା ଦର । ଅନ୍ୟ ପଟେ ହମାସ ଏବଂ ଇସ୍ରାଏଲ ଯୁଦ୍ଧ ଅନ୍ତର୍ଜାତୀୟ ସ୍ତରରେ ସୁନା ଦର ବୃଦ୍ଧିର ଅନ୍ୟ ଏକ କାରଣ ପାଲିଟିଛି । ଆଜି ଭୁବନେଶ୍ବରରେ ଏବଂ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ଦର ୬୪ ହଜାର ୨୦୦ ଟଙ୍କା ରହିଥିବା ବେଳେ କୋଲକାତାରେ ୬୫ ହଜାର ୨୯୦ ଟଙ୍କା , ଚେନ୍ନାଇରେ ୬୫ ହଜାର ୧୮୦, ଦିଲ୍ଲୀରେ ୬୪ ହଜାର ୨୦୦ ଟଙ୍କା ରହିଛି ।

ସାଧାରଣତଃ ଭାରତୀୟ ବଜାରରେ ସୁନାର ଦର ଅନ୍ତର୍ଜାତୀୟ ବଜାରରେ ଧାର୍ଯ୍ୟ ହୋଇଥିବା ବଜାର ଦର ଦ୍ୱାରା ପ୍ରଭାବିତ ହୋଇଥାଏ । କାରଣ ଭାରତ ଏକ ସୁନା ଆମଦାନୀକାରୀ ରାଷ୍ଟ୍ର । ଆବଶ୍ୟକୀୟ ସୁନା ପାଇଁ ଆମେ ବିଦେଶ ବଜାରରେ ଉପରେ ନିର୍ଭର କରିଥାଉ । ସେହି କାରଣରୁ ଆଗକୁ ବଢିପାରେ ସୁନାର ଦର । ସୁନା ଦର ବଢୁଥିବାରୁ ଉଭୟ ବ୍ୟବସାୟୀ ଓ ଗ୍ରାହକ ଚିନ୍ତିତ । ଏକ୍ସପର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ସୁନାକୁ ପୁଞ୍ଜି ଭାବେ ରଖି ବ୍ୟବସାୟ କରିବାକୁ ଚାହୁଛନ୍ତି ସେମାନେ ସୁନା ଗହଣା ନୁହେଁ, ବରଂ ସୁନାର ବଣ୍ଡ କିଣିବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.