ଅନେକ ଲୋକଙ୍କ ଶରୀରରୁ ବାହାରେ ନାହିଁ ଝାଳ, ସୃଷ୍ଟି ହୋଇପାରେ ଏହି ସମସ୍ୟା

ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ଶରୀରରୁ ବହୁତ ଝାଳ ବାହାରିଥାଏ । ତେବେ ଆପଣ ଯେତେବେଳେ ଖରାରେ ବାହାରକୁ ଯାଆନ୍ତି କିମ୍ବା ଜିମ୍‌ ଯାହାନ୍ତି, ସେତେବେଳେ ଅଧିକ ଝାଳ ବାହାରିବା ଆରମ୍ଭ କରିଥାଏ । କିନ୍ତୁ ଯଦି ଏହି ସବୁ କାମ କରିବା ପାରେ ମଧ୍ୟ ଆପଣଙ୍କ ଶରୀରରୁ ଝାଳ ବାହାରୁ ନାହିଁ, ତାହେଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇପାରେ ।

ଗ୍ରୀଷ୍ମ ଋତୁରେ ଝାଳ ବହିବା ଏକ ସାଧାରଣ ସମସ୍ୟା ହୋଇଥାଏ । କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ଶରୀରରୁ ବହୁତ ଝାଳ ବାହାରିଥାଏ । ତେବେ ଆପଣ ଯେତେବେଳେ ଖରାରେ ବାହାରକୁ ଯାଆନ୍ତି କିମ୍ବା ଜିମ୍‌ ଯାହାନ୍ତି, ସେତେବେଳେ ଅଧିକ ଝାଳ ବାହାରିବା ଆରମ୍ଭ କରିଥାଏ । କିନ୍ତୁ ଯଦି ଏହି ସବୁ କାମ କରିବା ପାରେ ମଧ୍ୟ ଆପଣଙ୍କ ଶରୀରରୁ ଝାଳ ବାହାରୁ ନାହିଁ, ତାହେଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇପାରେ । କାରଣ ଝାଳ ସହିତ ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥ ମଧ୍ୟ ବାହାରିଥାଏ । ଯେଉଁମାନଙ୍କର ଶରୀରରୁ ସଠିକ୍‌ ପରିମାଣରେ ଝାଳ ବାହାରିଥାଏ, ସେମାନେ ଅଧିକ ସୁସ୍ଥ ରହିଥାନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ଆମ ଶରୀରରୁ ଝାଳ ବାହାରିବା କାହିଁକି ଜରୁରୀ ଏବଂ କେଉଁ କାରଣରୁ କିଛି ଲୋକଙ୍କ ଶରୀରରୁ ଝାଳ ବାହାରେ ନାହିଁ । ତେବେ ଏପରି ପରିସ୍ଥିତିରେ ଲୋକମାନେ କ’ଣ କରିବା ଉଚିତ୍ ?

ଜାଣନ୍ତୁ କେଉଁ କାରଣରୁ ଶରୀରରେ ଝାଳ ବାହାରେ ନାହିଁ :

ଝାଳ ନହେବା ପଛରେ ଅନେକ କାରଣ ଥାଇପାରେ । ଜେନେଟିକ୍ କାରଣରୁ ମଧ୍ୟ ଝାଳ ବାହାରି ନଥାଏ । ଯଦି ଆପଣ କିଛି କିଛି ଔଷଧ ଖାଉଛନ୍ତି, ତାହେଲେ ମଧ୍ୟ ତାର ସାଇଡିଫେକ୍ଟ ଯୋଗୁ ଏପରି ହୋଇଥାଏ । ଏହା ସହିତ ଶିରାରେ ଆଘାତ କିମ୍ବା କୌଣସି ପ୍ରକାର ସ୍କିନ୍‌ ସମସ୍ୟା ଯୋଗୁ ମଧ୍ୟ ଝାଳ କମ୍‌ ବାହାରିଥାଏ । ଏହା ବ୍ୟତୀତ ବୟସ ବଢିବା ସହିତ ଝାଳ ବାହାରୁ ଥିବା ଗ୍ରନ୍ଥିଗୁଡିକର କାମ କମ୍‌ ହେବାକୁ ଆରମ୍ଭ କରିଥାଏ । ତେବେ ଏପରି ଅନେକ କାରଣ ଯୋଗୁ କିଛି ଲୋକଙ୍କ ଶରୀରରୁ ଝାଳ ବାହାରିନଥାଏ ।

ଝାଳ ନ ହେବାର ସ୍ଥିତିକୁ ଆନ୍ହାଇଡ୍ରୋସିସ୍ କୁହାଯାଏ । ତେବେ ଯଦି ଆପଣ ବହୁତ ବ୍ୟାୟାମ କରୁଛନ୍ତି କିମ୍ବା ଖରାରେ ବାହାରେ ବୁଲାବୁଲି କରୁଛନ୍ତି, ଏହା ପରେ ମଧ୍ୟ ଯଦି ଆପଣଙ୍କୁ ଟିକିଏ ଝାଳ ବାହାରୁ ନାହିଁ । ତାହେଲେ ଆପଣ ଆନ୍ହାଇଡ୍ରୋସିସ୍ ର ଶିକାର ହୋଇପାରନ୍ତି । କିନ୍ତୁ ଝାଳ କମ୍‌ ବାହାରୁ ଥିବା ସ୍ଥିତିକୁ ହାଇପୋହିଡ୍ରୋସିସ୍ କୁହାଯାଏ । ଏହି ପରିସ୍ଥିତିରେ ଝାଳ ହୋଇଥାଏ କିନ୍ତୁ କମ୍ ପରିମାଣରେ ହୋଇଥାଏ ।

ତେବେ ଝାଳର କାମ କେବଳ ଶରୀରକୁ ଥଣ୍ଡା ରଖିବା ନୁହେଁ ବରଂ ଏହା ଆପଣଙ୍କ ଶରୀରରେ ଥିବା ୟୁରିଆ, ସୋଡିୟମ୍ ଏବଂ ଅନ୍ୟାନ୍ୟ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ମଧ୍ୟ କାମ କରିଥାଏ । ଯଦି ଆପଣଙ୍କର ଝାଳ ବାହାରୁ ନାହିଁ, ତେବେ ସବୁଠାରୁ ବଡ ସମସ୍ୟା ହେଉଛି ଏହା ଆପଣଙ୍କ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା । ଯାହାଫଳରେ ଆପଣଙ୍କ ଶରୀରର ତାପମାତ୍ରା ଅନୁମାନ କରିପାରିବ ନାହିଁ । ଝାଳ ନହେବା ଦ୍ୱାରା ଶରୀରର ଓଭର ହିଟିଂ କିମ୍ବା ହିଟ୍‌ ଷ୍ଟ୍ରୋକ ହୋଇପାରେ, ଯାହା ଫଳରେ ଅତ୍ୟଧିକ ଗରମ ହେତୁ ଚେତାଶୂନ୍ୟ ହୋଇପାରନ୍ତି । ତେବେ ଝାଳ ନହେବା ଦ୍ୱାରା ଥକ୍କା ଏବଂ ବାନ୍ତି ଭଳି ଅନେକ ସମସ୍ୟା ସୃଷ୍ଟି ହୋଇପାରେ ।

ଜାଣନ୍ତୁ ଏଥିରୁ ନିଜକୁ କିପରି ରକ୍ଷା କରିବେ :
ଯଦି ଆପଣଙ୍କ ଶରୀରରୁ ଝାଳ ବାହାରୁ ନାହିଁ, ତାହେଲେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ସେଥିପାଇଁ ବିଳମ୍ବ ନକରି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ଏଥିପାଇଁ ଔଷଧ ମଧ୍ୟ ଗ୍ରହଣ କରନ୍ତୁ । ଯାହା ଫଳରେ ଆପଣ ଏହି ସମସ୍ୟାରୁ ରକ୍ଷା ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.