BMW ଆଣିଲା ନୂଆ ଇଲେକ୍ଟ୍ରିକ କାର, Mini Aceman ଦେବ ୪୦୫ କିମି ରେଞ୍ଜ

ନିକଟରେ ବେଜିଂ ମୋଟର ସୋ’ରେ ବିଏମଡବ୍ଲୁର ନୂଆ ଇଲେକ୍ଟ୍ରିକ କାର ମିନି Aceman EV ପରିଚିତ ହୋଇଛି । ଇଲେକ୍ଟ୍ରିକ୍ କୁପର୍ ର ଏକ୍ସଟେଣ୍ଟେଡ ଭର୍ସନ ଭାବରେ ଆସେମାନ୍ ଡିଜାଇନ୍ କରାଯାଇଛି ।

BMW ଏହାର ବିଳାସପୂର୍ଣ୍ଣ କାର ଓ ବାଇକ ପାଇଁ ବେଶ ଜଣାଶୁଣା । ଏହି କାରର ଦାମ ଯେମିତି ଫିଚର୍ସ ମଧ୍ୟ ସେହିଭଳି ଥାଏ । ତେବେ ବର୍ତ୍ତମାନ BMW ଦୁଇଟି ଇଲେକ୍ଟ୍ରିକ କାର ଲଞ୍ଚ କରଛି । ଆସନ୍ତୁ ଜାଣିବା ଏହା ବିଷୟରେ । ନିକଟରେ ବେଜିଂ ମୋଟର ସୋ’ରେ ବିଏମଡବ୍ଲୁର ନୂଆ ଇଲେକ୍ଟ୍ରିକ କାର ମିନି Aceman EV ପରିଚିତ ହୋଇଛି । ଇଲେକ୍ଟ୍ରିକ୍ କୁପର୍ ର ଏକ୍ସଟେଣ୍ଟେଡ ଭର୍ସନ ଭାବରେ ଆସେମାନ୍ ଡିଜାଇନ୍ କରାଯାଇଛି ।

ବିଏମଡବ୍ଲୁ ର ଏହି ନୂଆ ଇଲେକ୍ଟ୍ରିକ କାର କୁପର୍ (Cooper) ଏବଂ କଣ୍ଟ୍ରିମ୍ୟାନ୍ (Countryman) ମଧ୍ୟରେ ଏକ ସ୍ଥାନ ଦଖଲ କରେ । କମ୍ପାନୀ ଏହାର ନୂଆ ଲାଇନ୍ ଅପ୍ ପୂରା କରିଛି । Aceman EV ଦୁଇଟି ଭର୍ସନରେ ମାର୍କେଟରେ ପ୍ରବେଶ କରିବ – ଏଣ୍ଟ୍ରି-ଲେଭଲ୍ E ଏବଂ ଟପ୍-ସ୍ପେକ୍ ସେ । Aceman ଏଣ୍ଟ୍ରି-ଲେଭଲ୍ E ଗୋଟିଏ ଚାର୍ଜରେ ୩୧୦ କିଲୋମିଟର ଦୂରତା ଅତିକ୍ରମ କରିବ । ଯେଉଁଠାରେ ଏହାର ଟପ୍-ସ୍ପେକ୍ SE ଭରିଆଣ୍ଟ ୪୦୫ କିଲୋମିଟରର ରେଞ୍ଜ ଦେବ ।

BMW ମିନି Aceman ଇଭି ୦ ରୁ ୧୦୦ କିଲୋମିଟରକୁ ୭.୯ ସେକେଣ୍ଡରେ ତ୍ୱରାନ୍ୱିତ କରିପାରିବ । ଏହି ଭରିଆଣ୍ଟର ଟପ୍ ସ୍ପିଡ୍ ହେଉଛି ୧୬୦ କିଲୋମିଟର । ଏହି କାରରେ ୪୨.୫ kWh ବ୍ୟାଟେରୀ ପ୍ୟାକ୍ ଲଗାଯାଇଛି । BMW Mini Aceman ର ଟପ୍-ସ୍ପେକ୍ SE ଭରିଆଣ୍ଟରେ ୫୪.୨ kWh ବ୍ୟାଟେରୀ ପ୍ୟାକ୍ ଅଛି । ଏହି କାର ୭.୧ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ସ୍ପିଡ ହୋଇପାରେ । ଏହି କାରର ଟପ୍ ସ୍ପିଡ୍ ହେଉଛି ୧୭୦ କିଲୋମିଟର ।

ଏହା ଏହା BMW ର ୫ ସିଟ୍ ବିଶିଷ୍ଟ ଇଲେକ୍ଟ୍ରିକ କାର, ଯାହାର ବୁଟ୍ ସ୍ପେସ୍ ୩୦୦ ଲିଟର ରହିଛି । ଯଦି ପଛ ସିଟ୍ ୬୦/୪୦ ଅନୁପାତରେ ଫୋଲ୍ଡ୍ ହୁଏ, ବୁଟ୍ ସ୍ପେସ୍ ୧,୦୦୫ ଲିଟରକୁ ବୃଦ୍ଧି ପାଇଥାଏ । ମିନି Aceman ଇଭିରେ ଏକ ଲାର୍ଜ ସେଣ୍ଟ୍ରାଲ OLED ଡିସପ୍ଲେ ସହିତ ଏକ ଇନଫୋଟେନମେଣ୍ଟ ଅଛି । ଏହି କାରର କର୍ଭଡ୍ ଡ୍ୟାସବୋର୍ଡ knitted ଟେକ୍ସଟାଇଲ୍ ସରଫେସରେ ନିର୍ମିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.