CID ଫେମ୍‌ ଫ୍ରେଡ୍ରିକ୍ସଙ୍କ ପରଲୋକ, ୫୭ ବର୍ଷରେ ନେଲେ ଶେଷ ନିଶ୍ୱାସ

ଲୋକପ୍ରିୟ କ୍ରାଇମ ଶୋ ‘CID ’ରେ ଅଭିନୟ କରୁଥିବା ଅଧିକାରୀ ଫ୍ରେଡ୍ରିକ୍ସ ଭୂମିକାରେ ଥିବା ଦିନେଶ ଫଡନୀସଙ୍କ ପରଲୋକ । ୫୭ ବର୍ଷ ବୟସରେ ମଲ୍ଟିପଲ ଅର୍ଗାନ ଫେଲୁୟର ହେବା ଯୋଗୁଁ ନିଧନ ହୋଇଥିବା ଖବର ମିଳିଛି ।

ସୋନୀ ଟିଭିର ଲୋକପ୍ରିୟ କ୍ରାଇମ ଶୋ ‘CID ’ରେ ଅଭିନୟ କରୁଥିବା ଅଧିକାରୀ ଫ୍ରେଡ୍ରିକ୍ସ ଭୂମିକାରେ ଥିବା ଦିନେଶ ଫଡନୀସଙ୍କ ପରଲୋକ । ୫୭ ବର୍ଷ ବୟସରେ ମଲ୍ଟିପଲ ଅର୍ଗାନ ଫେଲୁୟର ହେବା ଯୋଗୁଁ ନିଧନ ହୋଇଥିବା ଖବର ମିଳିଛି । ତେବେ ତାଙ୍କ ମୃତ୍ୟୁ ଖବର ଅନ୍ତରଙ୍ଗ ବନ୍ଧୁ ଦୟାନନ୍ଦ ସେଟ୍ଟୀ କହିଛନ୍ତି । ଦିନେଶଙ୍କର ଲିଭର, ହାର୍ଟ, କିଡନୀ ସମସ୍ୟାରେ ପୀଡିତ ଥିଲେ ।

ସୂଚନାଯୋଗ୍ୟ, ଗତ ୩୦ ତାରିଖରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିଛି ସମୟ ପରେ ବେରିବଲିର ଦୋଲତ ନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ତେବେ ରାତି ୧୨.୦୮ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି ।

ଦିନେଶ CID ରେ ଫ୍ରେଡିକ୍ସ ଭୂମିକାରେ ନଜର ଆସୁଛନ୍ତି । ଶୋ ଆରମ୍ଭରୁ ସେ ସବ ଇନ୍ସପେକ୍ଟର ଭୂମିକାରେ ନଜର ଆସିଥିଲେ । ଏହାପରେ ତାଙ୍କୁ ଫ୍ରେଡିକ୍ସ ଚରିତ୍ରରେ ଦେଖିବାକୁ ମିଳିଥିଲା । ଏହାପରେ ମରାଠୀ ଫିଲ୍ମରେ ସ୍କ୍ରିପ୍ଟ ଲେଖୁଛନ୍ତି ଦିନେଶ । ଦିନେଶ ୧୯୯୮ରେ ସିଆଇଡିରେ କାମ କରିବା ଆରମ୍ଭ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.