ଫରେଷ୍ଟ ଗାର୍ଡ ପଦବୀ ଖାଲି, ୧୨ଶ ପାସ୍ କରିଥିବା ପ୍ରାର୍ଥୀ କରନ୍ତୁ ଆବେଦନ
କର୍ଣ୍ଣାଟକ ଫରେଷ୍ଟ ବିଭାଗରେ ଭର୍ତ୍ତି ପାଇଁ ଏକ ନୋଟିଫିକେସନ ଜାରି ହୋଇଛି । ଏହି ଅନୁଯାୟୀ ରାଜ୍ୟରେ ବମ୍ପର ପଦବୀରେ ଭର୍ତ୍ତି କରାଯିବ । ଏହି ଅଭିଯାନ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ aranya.gov.in କୁ ଯାଇ ଆବେଦନ କରିପାରିବେ ।

ଫରେଷ୍ଟ ଗାର୍ଡ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । କର୍ଣ୍ଣାଟକ ଫରେଷ୍ଟ ବିଭାଗରେ ଭର୍ତ୍ତି ପାଇଁ ଏକ ନୋଟିଫିକେସନ ଜାରି ହୋଇଛି । ଏହି ଅନୁଯାୟୀ ରାଜ୍ୟରେ ବମ୍ପର ପଦବୀରେ ଭର୍ତ୍ତି କରାଯିବ । ଏହି ଅଭିଯାନ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ aranya.gov.in କୁ ଯାଇ ଆବେଦନ କରିପାରିବେ । ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୩୦ ଡିସେମ୍ବର ୨୦୨୩ ରହିଛି ।
ପଦବୀ ବିବରଣୀ : ୫୪୦
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ଡିସେମ୍ବର ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ୧୨ଶ/ଆଇଟିଆଇ/PUC/ସମ୍ବନ୍ଧୀୟ କ୍ଷେତ୍ରରେ ଡିପ୍ଲୋମା କରିଥିବା ଜରୁରୀ ।
ବୟସ ସୀମା : ସୂଚନା ଅନୁଯାୟୀ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୧୮ରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।
ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଇଚ୍ଛୁକ ସାଧାରଣ ବର୍ଗ ପ୍ରାର୍ଥୀ ୨୦୦ ଟଙ୍କା ଦେବାକୁ ପଡିବ । ସେହିପରି ସାଧାରଣ ମହିଳା ବର୍ଗ ପ୍ରାର୍ଥୀ ୧୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ପ୍ରାର୍ଥୀ ୧୦୦ ଟଙ୍କା ଦେବାକୁ ହେବ । ସେହିପରି ମହିଳା ପ୍ରାର୍ଥୀ ୫୦ ଟଙ୍କା ଦେବାକୁ ହେବ ।
କେମିତି କରିବେ ଆବେଦନ :
ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ଏହାପରେ ହୋମପେଜର ସମ୍ବନ୍ଧୀୟ ଭର୍ତ୍ତି ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
ପ୍ରଥମେ ନ୍ୟୁ ରେଜିଷ୍ଟ୍ରେସନ ଲିଙ୍କ ଉପରେ କ୍ଲିକ୍ କରି ରେଜିଷ୍ଟ୍ରେସନ କରନ୍ତୁ ।
ଏହାପରେ ଜରୁରୀ ଦସ୍ତାବିଜ ଅପଲୋଡ କରନ୍ତୁ ।
ଆବେଦନ ଶୁଳ୍କ ଭରିବା ପରେ ଫର୍ମ ସବିମିଟ୍ କରନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।