ସ୍ତ୍ରୀ ଜୀବନ ନେଲା ମଦ୍ୟପ ସ୍ୱାମୀ, ଜମି ବିକ୍ରି ପାଇଁ ଘଟାଇଲା ତୁମୂଳ କାଣ୍ଡ

ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଖିଆ ଗାଁରେ ଘଟିଯାଇଛି । ତେବେ ଅଭିଯୁକ୍ତ ସ୍ୱାମୀ ପ୍ରତାପ ସ୍ଵାଇଁ ସ୍ତ୍ରୀକୁ ଏଭଳି ଭାବେ ହତ୍ୟା କରିବା ପରେ ଗାଁ ପାଖ ଜଙ୍ଗଲରେ ଲୁଚିଥିଲା । କିନ୍ତୁ ସଦର ଥାନା ପୋଲିସ୍ ଖୋଜି ଖୋଜି ଅଭିଯୁକ୍ତକୁ ବର୍ତ୍ତମାନ ଗିରଫ କରିଛି ।

ଢେଙ୍କାନାଳ (କେନ୍ୟୁଜ): ପ୍ରତ୍ୟେକ ଦିନ ଭଳି ସେଦିନ ରାତିରେ ପେଟେ ମଦ ପିଇ ଘରକୁ ଫେରିଥିଲା ସ୍ୱାମୀ । ଆଉ ସ୍ତ୍ରୀ ସହ ଆରମ୍ଭ କରିଥିଲା ଝଗଡ଼ା । ଝଗଡ଼ା ଧୀରେ ଧୀରେ ବଢ଼ିବାକୁ ଲାଗିଲା । ଆଉ ସ୍ୱାମୀର ରାଗ ଯେତେବେଳେ ମୁଣ୍ଡକୁ ଚଢ଼ିଗଲା ସେ ନିଜକୁ ଆଉ ସମ୍ଭାଳି ପାରିଲାନି । ଖୋଜିବାକୁ ଲାଗିଲା ଫାଉଡ଼ା । ଭୟରେ ସ୍ତ୍ରୀ ବି ଗୁହାଳ ଘର ଭିତରେ ଲୁଚିଗଲା । କିନ୍ତୁ ରାଗରେ ପଞ୍ଚମ ଥିବା ସ୍ୱାମୀ ଫାଉଡ଼ା ଧରି ସ୍ତ୍ରୀକୁ ଖୋଜି ଖୋଜି ଗୁହାଳ ଘରେ ପହଞ୍ଚିଲା । ଆଉ ବାସ ତା ପରେ ମନ ଇଚ୍ଛା ସ୍ତ୍ରୀ ଶରୀରକୁ ଫାଉଡ଼ାରେ ଚୋଟ ଲଗାଇଥିଲା । ମଦ ନିଶାରେ କିଛି ବୁଝି ପାରୁ ନଥିଲା ସ୍ୱାମୀ ଆଉ ଧାରୁଆ ଫାଉଡ଼ାରେ ବାରମ୍ବାର କରିଥିଲା ଆକ୍ରମଣ । ଶେଷରେ ସ୍ତ୍ରୀ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କଲେ ।

ସାତ ଜନ୍ମ ପାଇଁ ସାଥି ହୋଇଥିଲେ । ଶେଷ ସମୟ ପର୍ଯ୍ୟନ୍ତ ହାତ ଧରି ରହିବେ ବୋଲି କରିଥିଲେ ପ୍ରତିଜ୍ଞା । କିନ୍ତୁ ପ୍ରଥମ ଜନ୍ମରେ ହିଁ ନିଜ ଅସଲ ରୂପ ଦେଖାଇଲା ସ୍ୱାମୀ । ଅତି ନିର୍ମମ ଭାବେ ନିଜ ସ୍ତ୍ରୀକୁ ହତ୍ୟା କଲା । ମଦ ନିଶାରେ ଚୁର ଥିଲା ସ୍ୱାମୀ । ଆଉ ମଦ ହିଁ ସବୁ କିଛି ସାରିଦେଲା । ସୁଖର ସଂସାର କ୍ଷଣିକରେ ଶେଷ ହୋଇଗଲା ।

ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଖିଆ ଗାଁରେ ଘଟିଯାଇଛି । ତେବେ ଅଭିଯୁକ୍ତ ସ୍ୱାମୀ ପ୍ରତାପ ସ୍ଵାଇଁ ସ୍ତ୍ରୀକୁ ଏଭଳି ଭାବେ ହତ୍ୟା କରିବା ପରେ ଗାଁ ପାଖ ଜଙ୍ଗଲରେ ଲୁଚିଥିଲା । କିନ୍ତୁ ସଦର ଥାନା ପୋଲିସ୍ ଖୋଜି ଖୋଜି ଅଭିଯୁକ୍ତକୁ ବର୍ତ୍ତମାନ ଗିରଫ କରିଛି । ମୃତକ ସ୍ତ୍ରୀ ହେଉଛନ୍ତି କଲ୍ୟାଣୀ ସ୍ଵାଇଁ । ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଛି ପୋଲିସ ।

ସୂଚନା ମୁତାବକ ସ୍ତ୍ରୀ କଲ୍ୟାଣୀ ସ୍ୱାଇଁଙ୍କୁ ମଦ୍ୟପ ସ୍ୱାମୀ ପ୍ରତାପ ନିଜ ଘର ପାଖରୁ ଜମି ବିକ୍ରି ପାଇଁ ବାଧ୍ୟ କରୁଥିଲା । ସ୍ତ୍ରୀ କଲ୍ୟାଣୀ ରାଜି ନହେବାରୁ ବାରମ୍ବାର ଧମକ ଦେଇ ଆସୁଥିଲା । କିନ୍ତୁ ପୁଣି ସେଇ କଥାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଯେଉଁଥିରେ ଉତକ୍ଷୀପ୍ତ ହୋଇ ସ୍ୱାମୀ ପ୍ରତାପ ନିଜ ସ୍ତ୍ରୀ କଲ୍ୟାଣୀଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରିଥିବା ଜଣା ପଡିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।
ସ୍ୱାମୀ ସ୍ତ୍ରୀର ସମ୍ପର୍କ ସବୁଠାରୁ ବିଶ୍ୱସନୀୟ ସମ୍ପର୍କ ହୋଇଥିବାବେଳେ ଏଭଳି ଭାବେ ସ୍ୱାମୀ ଜଣଙ୍କ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.