ରିଲେସନ୍‌ସିପ୍‌ ଟିପ୍ସ : ଜାଣନ୍ତୁ ରିଲେସନ୍‌ସିପ୍‌କୁ ନେଇ ୫ଟି ରେଡ୍‌ ଫ୍ଲାଗ୍‌

ଗୋଟିଏ ରିଲେସନ୍‌ସିପ୍‌ରେ ପରିବର୍ତ୍ତନକୁ ଅନେକ ଥର ଦୁଇ ଜଣ ଅଣଦେଖା କରିବା ଯୋଗୁ ପରସ୍ପର ହଟ୍‌ ମଧ୍ୟ ହୋଇଥାନ୍ତି । କିନ୍ତୁ ଆପଣଙ୍କ ପାର୍ଟନର୍‌ ମଧ୍ୟରେ ଯଦି ଏପରି ପରିବର୍ତ୍ତନ ହଠାତ୍‌ ଦେଖା ଯାଉଛି ।

ବର୍ତ୍ତମାନର ରିଲେସନ୍‌ସିପ୍‌ ପ୍ରଥମେ ଯେତେବେଳେ ଆରମ୍ଭ ହେଉଛି, ସେତେବେଳେ ସବୁ ଠିକ୍‌ ରହୁଛି । କିନ୍ତୁ ଯେପରି ଦୁଇ ଜଣ ପରସ୍ପର ସହ ଅଧିକ ସମୟ କାଟିବା ଆରମ୍ଭ କରୁଛନ୍ତି, ତେବେ ଧୀରେ ଧୀରେ ପରସ୍ପର ମଧ୍ୟରେ ଭଲ ପାଇବା ଓ ବ୍ୟବହାର ବଦଳିବାକୁ ଲାଗିଥାଏ । ଏପରି ପରିବର୍ତ୍ତନକୁ ଅନେକ ଥର ଦୁଇ ଜଣ ଅଣଦେଖା କରିବା ଯୋଗୁ ପରସ୍ପର ହଟ୍‌ ମଧ୍ୟ ହୋଇଥାନ୍ତି । ତେବେ ଆପଣଙ୍କ ପାର୍ଟନର୍‌ ମଧ୍ୟରେ ଯଦି ଏପରି ପରିବର୍ତ୍ତନ ହଠାତ୍‌ ଦେଖା ଯାଉଛି । ତାହେଲେ କିଛି ଛୋଟ ଛୋଟ ଅଭ୍ୟାସରୁ ଆପଣ ନିଜ ପାର୍ଟନର ମଧ୍ୟରେ ଏହି ପରିବର୍ତ୍ତନ ଚିହ୍ନି ପାରିବେ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ କଥା ଜଣାଇବୁ । ଯାହାଦ୍ୱାରା ଯଦି ଆପଣଙ୍କ ପାର୍ଟନରଙ୍କ ମଧ୍ୟ ଏପରି ପରିବର୍ତ୍ତନ ଦେଖା ଯାଉଛି, ତାହେଲେ ଏହାକୁ ନେଇ ଯେପରି ତୁରନ୍ତ କିଛି ଷ୍ଟେପ୍‌ ନେଇପାରିବେ ଏବଂ ସାବଧାନ ମଧ୍ୟ ରହିପାରିବେ ।

ଅପମାନ କରିବା :
ଗୋଟିଏ ଭଲ ସମ୍ପର୍କରେ ଏପରି ଗଢି ହୋଇଥାଏ, ଯେପରି ଗୋଟିଏ ରିଲେସନ୍‌ସିପ୍‌ରେ ପରସ୍ପରକୁ ସନମ୍ମାନ କରିବା । କିନ୍ତୁ ଯଦି ଆପଣଙ୍କ ପାର୍ଟନର ଏପରି କରୁନାହାନ୍ତି ଏବଂ ସବୁ ସ୍ଥାନରେ ଆପଣଙ୍କ ଅପମାନ କରୁଛନ୍ତି, ତାହେଲେ ଆପଣ ଏହାକୁ ନେଇ ସାବଧାନ ହୋଇଯାଆନ୍ତୁ । ଏହା ସହ ତାଙ୍କ ଠାରୁ ଦୂରେଇ ରୁହନ୍ତୁ ।

ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା :
ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ସବୁ କଥା ତାଙ୍କୁ ଅନୁସାରେ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଆପଣ ସେଥିପାଇଁ ଏପରି ଅନୁଭବ କରୁଛନ୍ତି, ଯେପରି ସେ ଆପଣଙ୍କୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତି । ତାହେଲେ ଆପଣ ନିଜ ପାର୍ଟନରଙ୍କ ସହ ଏହି ବିଷୟରେ କଥା ହୁଅନ୍ତୁ ।

ସମସ୍ତ ପ୍ରକାରର ପ୍ରତିବନ୍ଧକ ଲଗାଇବା :
ଅନେକ ସମ୍ପର୍କରେ ଏପରି ମଧ୍ୟ ଯେ ଜଣେ ପାର୍ଟନର ଅନ୍ୟ ଜଣେ ପାର୍ଟନର ଉପରେ ସବୁ କାମ କରିବାରେ ପ୍ରତିବନ୍ଧକ ଲଗାଇଥାନ୍ତି । ଯେପରି କେଉଁ ସ୍ଥାନକୁ ଯିବା ଠାରୁ ଆରମ୍ଭ କରି ସାଙ୍ଗ ସାଥୀଙ୍କ ସହ ମିଶିବା ପର୍ଯ୍ୟନ୍ତ । ଏପରି ଅନେକ ଜିନିଷ କରିବା ପାଇଁ ମନା କରିଥାନ୍ତି । ଯଦି ଆପଣଙ୍କ ସହ ଏପରି ହେଉଛି, ତାହେଲେ ଏହାକୁ ନେଇ ଆପଣ ଯଥା ଶୀଘ୍ର କିଛି ଷ୍ଟେପ୍‌ ନିଅନ୍ତୁ ।

ଖରାପ ବ୍ୟବହାର କରିବା :
ଯଦି ଆପଣଙ୍କ ପାର୍ଟନର ସବୁ ସମୟରେ ଆପଣଙ୍କ ସହ ଖରାପ ବ୍ୟବହାର କରୁଛନ୍ତି, ତାହେଲେ ଆପଣ ସେହି ଖରାପ ବ୍ୟବହାର ସହିବା ବଦଳରେ ଏପରି ନକରିବା ପାଇଁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ । ଆପଣ ତାଙ୍କୁ ବୁଝାଇବା ପରେ ମଧ୍ୟ ଯଦି ସେ ବୁଝୁନାହାନ୍ତି, ତେବେ ଆପଣ ତାଙ୍କ ଠାରୁ ଅଲଗା ହୋଇଯିବା ହିଁ ଠିକ୍‌ ହେବ ।

ଠିକ୍‌ ଭାବେ କଥାବର୍ତ୍ତା ନ ହେବା :
ଗୋଟିଏ ଭଲ ରିଲେସନ୍‌ସପ୍‌ ଗଢିବା ପାଇଁ ପରସ୍ପର ସହ କଥା ହେବା ଜରୁରୀ । କଥାବାର୍ତ୍ତାମାନେ ନୁହେଁ ଯେ କେବଳ କିଛି ଜରୁରୀ କଥାକୁ ନେଇ କଥା ହେବା । ଏହା ବ୍ୟତୀତ କିଛି ଅଲଗା କଥା ମଧ୍ୟ ହୋଇପାରିବେ । ଏପରି ଭାବେ ଦୁଇ ଜଣଙ୍କ ମଧ୍ୟରେ କମୁନିକେସନ୍‌ ଗ୍ୟାପ୍‌ ହେବନାହିଁ । ଯଦି ଆପଣ ନିଜ ପାର୍ଟନରଙ୍କ ସହ ଏପରି ବାରମ୍ବାର କଥା ହେବା ପାଇଁ ଚାହୁଁଛନ୍ତି, କିନ୍ତୁ ଆପଣଙ୍କ ପାର୍ଟନର ଏହାକୁ ନେଇ କୌଣସି ପ୍ରକାରର ରିଆକ୍ସନ୍‌ ଦେଉନାହିନ୍ତି । ତାହେଲେ ଆପଣ ବୁଝିଯାଆନ୍ତୁ ଯେ ଆପଣଙ୍କ ସମ୍ପର୍କରେ କିଛି ପରିବର୍ତ୍ତନ ହୋଇଯାଇଛି । ସେଥିପାଇଁ ଏହାକୁ ନେଇ ସାବଧାନ ହୋଇଯାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.