ହୋଲି ପୂର୍ବରୁ ଅଘଟଣ: ଝରଣାରେ ଗାଧୋଉଥିବା ବେଳେ ଧସିଲା ପାହାଡ, ୨ ମୃତ ୭ ଆହତ

ସୋମବାର ଉନ୍ନା ଜିଲ୍ଲା ଉପମଣ୍ଡଳ ଅମ୍ବ ଅଞ୍ଚଳରେ ହୋଲିକୁ ନେଇ ସମସ୍ତେ ଖୁସି ଥିବା ବେଳେ ସକାଳ ସମୟରେ ହଠାତ୍ ଏଠାରେ ଭୂସ୍ଖଳନ ହୋଇଥିଲା । ଏଥିରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ଓ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହିମାଚଳ ପ୍ରଦେଶର ଉନ୍ନାର ହୋଲା ମୋହଲ୍ଲାରେ ହୋଲି ମହୋତ୍ସବ ଚାଲିଥିବା ବେଳେ ଭୂସ୍ଖଳନ ଘଟିବାରୁ ୨ ଜଣଙ୍କ ଜୀବନ ଚାଲିଯାଇଛି । ଏହା ବ୍ୟତୀତ ଅନ୍ୟ ୭ଜଣ ଗୁରୁତର ହୋଇଛନ୍ତି । ସୋମବାର ଉନ୍ନା ଜିଲ୍ଲା ଉପମଣ୍ଡଳ ଅମ୍ବ ଅଞ୍ଚଳରେ ହୋଲିକୁ ନେଇ ସମସ୍ତେ ଖୁସି ଥିବା ବେଳେ ସକାଳ ସମୟରେ ହଠାତ୍ ଏଠାରେ ଭୂସ୍ଖଳନ ହୋଇଥିଲା । ଏଥିରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ଓ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ମୃତଦେହକୁ ଜବତ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

ଖବର ମୁତାବକ, ଆଜି ଭୋର ୫ଟା ସମୟରେ ଅମ୍ବ ଅଞ୍ଚଳର ମେଡି ମେଳା ସେକ୍ଟର ୫ ଅଞ୍ଚଳରେ ଥିବା ଚରଣ ଗଙ୍ଗା ଝରଣାରେ ଶ୍ରଦ୍ଧାଳୁ ସ୍ନାନ କରୁଥିଲେ । ଏହି ସମୟରେ ହଠାତ୍‌ ପାହାଡରୁ ପଥର ଖସିବାକୁ ଲାଗିଥିଲା । ଏହା ଦେଖିବା ପରେ ଶ୍ରଦ୍ଧାଳୁ ଭୟରେ ଦୌଡିଥିଲେ । ଏହି ସମୟରେ ଦଳାଚକଟାରେ ୯ ଜଣ ଶ୍ରଦ୍ଧାଳୁ ଗୁରୁତର ହୋଇପଡିଥିଲେ । ସମସ୍ତଙ୍କୁ ଚିକିତ୍ସା ଲାଗି ଅମ୍ବ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ଲାଗି ଜିଲ୍ଲା ହସ୍ପିଟାଲ ରେଫର କରାଯାଇଛି ।

ତେବେ ଅତିରିକ୍ତ ପୋଲିସ ଅଧିକ୍ଷକ ସଂଜୀବ ଭାଟିଆ କହିଛନ୍ତି କି, ପାହାଡ ଧସିବା ଯୋଗୁଁ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ମୃତକ ଏବଂ ଆହତ ହୋଇଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ପରିଚୟ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.