ନବବଧୂଙ୍କୁ ହତ୍ୟା ଅଭିଯୋଗ, ବିବାହର ୧୨ ଦିନ ପରେ ଝୁଲନ୍ତା ମୃତଦେହ ଉଦ୍ଧାର

ନବବଧୂଙ୍କୁ ହତ୍ୟା ଅଭିଯୋଗ। ବିବାହର ୧୨ ଦିନ ପରେ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ ।

ସୋର : ନବବଧୂଙ୍କୁ ହତ୍ୟା ଅଭିଯୋଗ। ବିବାହର ୧୨ ଦିନ ପରେ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ବାଲେଶ୍ବର ଜିଲ୍ଲା ସୋର ଥାନା ଗୋପିନାଥପୁର ପଞ୍ଚାୟତ ଉପରଗଡ ବାଘ ଆମ୍ପୁଡା ଗ୍ରାମର ଅଭାବନୀୟ ଘଟଣା। ମୃତକ ହେଲେ ଖଇରା ଥାନା ଗାଭର ଗ୍ରାମର ଗୌରୀ ମୁଦୁଲି ।

ବାଘ ଆମ୍ପୁଡା ଗାଁର ଵସନ୍ତ ସିଂଙ୍କ ସହ ଗୌରୀ ମୁଦୁଲିଙ୍କ ବିବାହ ହୋଇଥିଲା । ବିବାହର ୧୨ ଦିନ ପରେ ନିକଟସ୍ଥ ଜଙ୍ଗଲର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଗୌରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଶାଶୁଘର ଲୋକେ ଗୌରୀଙ୍କୁ ହତ୍ୟା କରିଥିବା ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.