ରୋହିତଙ୍କୁ ନିଜ ଇସାରାରେ ଦୌଡାଇଲେ ହାର୍ଦ୍ଦିକ, ରାଗିଗଲେ ଫ୍ୟାନ୍ସ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗାଳି କରୁଛନ୍ତି ଫ୍ୟାନ୍ସ । ଗୁଜରାଟ ଏବଂ ମୁମ୍ବାଇ ମ୍ୟାଚରେ ରୋହିତ ଶର୍ମାଙ୍କୁ ନିଜ ଇଚ୍ଛା ଅନୁସାରେ ଫିଲ୍ଡିଂ ସେଟିଂ କରି ଦୌଡାଇଥିଲେ ହାର୍ଦ୍ଦିକ । ଯାହାକୁ ଦେଖି ରାଗୁଛନ୍ତି ଫ୍ୟାନ୍ସ । ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି ।

ଗୁଜରାଟ ଟାଇଟନ୍ସ ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ୬ ରନରେ ହାରିଯାଇଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଜିତିଛି ଗୁଜରାଟ ଟାଇଟନ୍ସ । କିନ୍ତୁ ଏହି ମ୍ୟାଚ୍‌ ସମୟରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏମିତି କିଛି କାମ କରିଛନ୍ତି, ଯାହାକୁ ଦେଖି ଫ୍ୟାନ୍ସ ନାରାଜ ହୋଇଛନ୍ତି । ସୋସିଆଲ ମିଡିଆରେ ଭିଡିଓ ଭାଇରଲ ହେଉଛି ।

ଏହି ଭିଡିଓରେ ହାର୍ଦ୍ଦିକ ରୋହିତ ଶର୍ମାଙ୍କୁ ନିଜ ଇସାରାରେ ଦୌଡାଉଥିବାର ନଜର ଆସିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ନାରାଜ ରହିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ସେ ତାଙ୍କ ଇଚ୍ଚା ଅନୁସାରେ ଫିଲ୍ଡ ସେଟିଂ କରାଉଛନ୍ତି । ଏହି ସମୟରେ ରୋହିତଙ୍କୁ ଯେଉଁଭଳି ଢଙ୍ଗରେ ହାର୍ଦ୍ଦିକ ଇସାରା କରିଛନ୍ତି, ତାହାକୁ ନେଇ ଫ୍ୟାନ୍ସ ଖୁବ ନାରାଜ ହୋଇଛନ୍ତି । ଯାହାର ଭିଡିଓ ଭାଇରଲ ହେବା ସହ ଏହାକୁ ନେଇ ହାର୍ଦ୍ଦିକ ଖୁବ ଟ୍ରୋଲ ହେଉଛନ୍ତି । ଫ୍ୟାନ୍ସ ହାର୍ଦ୍ଦିକଙ୍କ ପାଇଁ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି । ତେବେ ମ୍ୟାଚ ପରେ ହାର୍ଦ୍ଦିକ ରୋହିତଙ୍କୁ କୁଣ୍ଢାଇ ମସ୍ତି କରୁଥିବା ବେଳେ ପୂର୍ବତନ ଅଧିନାୟକ ମଧ୍ୟ ପାଣ୍ଡ୍ୟାଙ୍କୁ କିଛି ପରାମର୍ଶ ଦେଇଛନ୍ତି ।

ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଟସ୍‌ ଜିତି ବୋଲିଂ କରିବା ନିଷ୍ପତ୍ତି ନେଇଥିଲା । ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଓ୍ଵିକେଟ ହରାଇ ୧୬୮ ରନ୍‌ କରିଥିଲା । ଏହାପରେ ମୁମ୍ବାଇ ଟିମ୍‌ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୬୨ ରନ୍‌ କରିପାରିଥିଲା । ମାତ୍ର ୬ ରନରେ ହାରିଥିଲା ମୁମ୍ବାଇ । ପ୍ରଥମ ଥର ଆଇପିଏଲରେ ଶୁବମନଙ୍କୁ ଅଧିନାୟକତ୍ୱ କରିବା ଦାୟିତ୍ୱ ମିଳିଛି । ଆଉ ପ୍ରଥମ ମ୍ୟାଚ ସେ ଜିତିସାରିଛନ୍ତି । ଗୁଜରାଟର ସାଇ ସୁଦର୍ଶନଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.