ଭୁଷୁଡି ପଡ଼ିଲା ଘରର କାନ୍ଥ: ଏକାଠି ଚାଲିଗଲା ବାପା-ପୁଅଙ୍କ ଜୀବନ

କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ସାହି ପଡିଶା ସଭିଏଁ ହୋଇଛନ୍ତି ଏକତ୍ରିତ । ଯାହା ଘଟିଯାଇଛି କେହି କେବେ କଳ୍ପନାରେ ସୁଦ୍ଧା ଚିନ୍ତା କରିନଥିବେ । ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଖୁସିର ମହୋଲ ଭିତରେ ଏହି ଗାଁରେ କିନ୍ତୁ ଖେଳିଯାଇଛି ଦୁଃଖର କଳା ବାଦଲ ।

ଜଳେଶ୍ୱର(କେନ୍ୟୁଜ): କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ସାହି ପଡିଶା ସଭିଏଁ ହୋଇଛନ୍ତି ଏକତ୍ରିତ । ଯାହା ଘଟିଯାଇଛି କେହି କେବେ କଳ୍ପନାରେ ସୁଦ୍ଧା ଚିନ୍ତା କରିନଥିବେ । ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଖୁସିର ମହୋଲ ଭିତରେ ଏହି ଗାଁରେ କିନ୍ତୁ ଖେଳିଯାଇଛି ଦୁଃଖର କଳା ବାଦଲ । କିଏ ଜାଣେ କାହାକୁ କେଉଁଠାରେ ମୃତ୍ୟୁ ଜଗିକି ଥିବ । ସତରେ ଆଜିର ଏହି ଘଟଣା ଶୁଣିଲେ ଆପଣ ବି କହିବେ କଣ ଏମିତି ବି ଆସେ ମୃତ୍ୟୁ । ଦେଖୁ ଦେଖୁ ଖସି ପଡ଼ିଲା ଘରର କାନ୍ଥ । ଆଉ ଦେଖୁ ଦେଖୁ ଚାଲିଗଲା ବାପା ପୁଅଙ୍କ ଜୀବନ।

ରାସ୍ତା ପାଖରେ ବସି ଥିବା ବେଳେ ହଠାତ୍ ର୍ଦୁଭାଗ୍ୟ ବଶତଃ ପାଖରେ ଥିବା ଏକ ମାଟି କାନ୍ଥ ଖସିପଡ଼ିଲା । ଘଟଣାସ୍ଥଳରେ ଚାପି ହୋଇ ଚାଲିଗଲା ପୁଅର ଜୀବନ । ବାପା ମାଆ ଗୁରୁତର ଅବସ୍ଥାରେ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିବାବେଳେ, ସେଠାରେ ବାପା ବି ଆଖି ବୁଜିଥିବା ସୂଚନା ମିଳିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ପଶ୍ଚିମବାର୍ଡ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।

ମୃତକ ହେଲେ ଶେଖ ସମିରୁଦ୍ଦିନ ଏବଂ ତାଙ୍କ ପୁଅ ଶେଖ ଆରିଫ ଓରଫ ଲକି । ସମିରୁଦ୍ଦିନ ଓ ତାଙ୍କ ପତ୍ନୀ ଅସୀମା ବିବିଙ୍କୁ ପ୍ରଥମେ ଜଳେଶ୍ୱର ହସ୍ପିଟାଲ ଓ ପରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ମୃତାହତମାନେ ଘର ପାଖ ରାସ୍ତା କଡ଼ରେ ବସିଥିବା ବେଳେ ପଡୋଶୀ ଘରର ମାଟି କାନ୍ଥ ହଠାତ୍ ଧସିଥିଲା । ଚିତ୍କାର ଶୁଣି ସ୍ଥାନୀୟ ଲୋକ ସେମାନଙ୍କୁ ମାଟି ଭିତରୁ ଉଦ୍ଧାର କରିଥିଲେ ।

ମାଟି ଭିତରେ ଚାପି ହୋଇରହିଥିବାବେଳେ ସମସ୍ତଙ୍କୁ ତୁରନ୍ତ କିଛି ସମୟ ଭିତରେ ଉଦ୍ଧାର କରାଯାଇଥିଲା  । ହେଲେ ୨୫ ବର୍ଷର ଭେଣ୍ଡିଆ ପୁଅ ସେତେବେଳକୁ ଆଖି ବୁଜିସାରିଥିବା ବେଳେ ବାପା ଏବଂ ମା’ଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବାପା ସମିରୁଦ୍ଦିନଙ୍କ ମୃତ୍ୟୁ ହୋଇଥିବାବେଳେ ମା’ ଏବେବି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଉଜୁଡିଗଲା ପରିବାର । ଏଡେ ବଡ ପୁଅ ସହ ସ୍ୱାମୀଙ୍କୁ ହରାଇବାର ଦୁଃଖ କେମିତି ବା ସହିବେ ଅସୀମା । ତେବେ ବାପା ପୁଅଙ୍କ ଅକାଳ ବିୟୋଗ ସାରା ଗାଁରେ ଖେଳାଇ ଦେଇଛି ଶୋକାକୂଳ ପରିବେଶ । ଏପଟେ ଏହି ଖବର ପାଇ ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.