ମିଳିଲାନି ବିଜେପି ଟିକେଟ୍, ସ୍ବାଧୀନ ଭାବରେ ଲଢ଼ିବେ ଐର ଖାରବେଳ ସ୍ବାଇଁ

ମିଳିଲାନି ବିଜେପି ଟିକେଟ୍ । ସ୍ବାଧୀନ ଭାବରେ ଲଢ଼ିବେ ଐର ଖାରବେଳ ସ୍ବାଇଁ । ଆଜି ପ୍ରେସମିଟରେ ଏହି ଘୋଷଣା କରିଛନ୍ତି । ଗତକାଲି ଓଡ଼ିଶା ବିଜେପି ପାଇଁ ୧୮ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ।

ମିଳିଲାନି ବିଜେପି ଟିକେଟ୍ । ସ୍ବାଧୀନ ଭାବରେ ଲଢ଼ିବେ ଐର ଖାରବେଳ ସ୍ବାଇଁ । ଆଜି ପ୍ରେସମିଟରେ ଏହି ଘୋଷଣା କରିଛନ୍ତି । ଗତକାଲି ଓଡ଼ିଶା ବିଜେପି ପାଇଁ ୧୮ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ବାଲେଶ୍ବର ପାଇଁ ଖାରବେଳ ସ୍ବାଇଁ ଆଶାୟୀ ଥିଲେ । କିନ୍ତୁ ସେଠାରେ ପ୍ରତାପ ଷଡ଼ଙ୍ଗୀଙ୍କୁ ପୁଣି ଦଳ ପ୍ରାର୍ଥୀ କରିଛି । ଏହାପରେ ଖାରବେଳେ ସ୍ବାଇଁ ବାଲେଶ୍ବରରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି କହିଛନ୍ତି ।

ସେ କହିଛନ୍ତି, ଖାରବେଳ ସ୍ବାଇଁ କେବଳ ଗୋଟେ ନାଁ ନୁହେଁ । ୨୫ ବର୍ଷ ହେବ ବାଲେଶ୍ବରରେ ରହିଛି । ସିଭିଲି ସର୍ଭିସରୁ ଇସ୍ତଫା ଦେଇ ରାଜନୀତିକୁ ଆସିଛି ବୋଲି କହିଛନ୍ତି ଖାରବେଳ ସ୍ବାଇଁ । ସେ ୧୯୯୮, ୧୯୯୯ ଓ ୨୦୦୪ରେ ବାଲେଶ୍ବରରୁ ନିର୍ବାଚିତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.