ମୟୁର ବଂଶକୁ ବଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି ଗ୍ରାମବାସୀ, ହେଲେ ମିଳୁନି ପ୍ରଶାସନର ସହାୟତା

ଗଞ୍ଜାମ ଜିଲ୍ଲା ଶେରଗଡ଼-ଆସିକା ବ୍ଲକ ସୀମାନ୍ତରେ ଥିବା ପାକିଡି ବନାଞ୍ଚଳ ଜାତୀୟ ପକ୍ଷୀ ମୟୂରଙ୍କ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ତିଆରି କରିଛି । ହିଞ୍ଜିଳିକାଟୁ ଠାରୁ ମାତ୍ର ୧୮ କିଲୋମଟର ଓ ବ୍ରହ୍ମପୁର ସହରଠାରୁ ମାତ୍ର ୪୦ କିଲୋମିଟର ଗଲା ପରେ ପଡିଥାଏ ଏହି ପାକିଡି ପାହାଡ଼ ।

ଜାତୀୟ ପକ୍ଷୀ ମୟୂର, ଅନେକ ସ୍ଥାନରେ ଧୀରେ ଧୀରେ ଏମାନଙ୍କ ସଂଖ୍ୟା ଏବେ ଲୋପ ପାଇବାରେ ଲାଗିଥିବା ବେଳେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ କର୍ତ୍ତବ୍ୟନିଷ୍ଠା ଓ ଭଲ ପାଇବା ଯୋଗୁଁ ପାକିଡି ପାହାଡ଼ରେ ଜାତୀୟ ପକ୍ଷୀଙ୍କ ବଂଶ ବୃଦ୍ଧି ଘଟିଛି । ପ୍ରାକୃତିକ ପରିବେଶ ମଧ୍ୟରେ ମୟୁରଙ୍କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଗଞ୍ଜାମ ଜିଲ୍ଲା ଶେରଗଡ଼-ଆସିକା ବ୍ଲକ ସୀମାନ୍ତରେ ଥିବା ପାକିଡି ବନାଞ୍ଚଳ ଜାତୀୟ ପକ୍ଷୀ ମୟୂରଙ୍କ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ତିଆରି କରିଛି । ହିଞ୍ଜିଳିକାଟୁ ଠାରୁ ମାତ୍ର ୧୮ କିଲୋମଟର ଓ ବ୍ରହ୍ମପୁର ସହରଠାରୁ ମାତ୍ର ୪୦ କିଲୋମିଟର ଗଲା ପରେ ପଡିଥାଏ ଏହି ପାକିଡି ପାହାଡ଼ ।

ପ୍ରକୃତିର କୋଳରେ ବଢ଼ିଥିବା ଘଞ୍ଚଜଙ୍ଗଲରେ ମୟୂରଙ୍କ କୋଳହାଳ ପର୍ଯ୍ୟଟକମାନଙ୍କୁ ବିମୋହିତ କରୁଛି । ବନାଞ୍ଚଳର ପ୍ରାୟ ୧୯୭୦ ହେକ୍ଟର ଇଲାକା ରେ ୧୦ବର୍ଷ ପୂର୍ବେ ପ୍ରଥମେ ୧୦ ଗୋଟି ମୟୂର ଛଡ଼ା ଯାଇଥିଲା କାଳକ୍ରମେ ଏବେ ବଂଶ ବୃଦ୍ଧି ଘଟି ପାଖାପାଖି ଏହି ଅଞ୍ଚଳରେ ଏବେ ପ୍ରାୟ ୨ହଜାରରୁ ଉର୍ଦ୍ଧ୍ବ ମୟୂର ମୁକ୍ତ ଓ ଅବାଧରେ ବିଚାରଣ କରୁଛନ୍ତି । ଗୋଟିଏ ପଟେ ଏଥିପାଇଁ ପ୍ରକୃତିର ଶୋଭାକୁ ଅତି ନିକଟରୁ ମଜା ନେବା ପାଇଁ ବହୁ ଦୂରରୁ ପର୍ଯ୍ୟଟକ ମଧ୍ୟ ଆସିଥାନ୍ତି । ହେଲେ ଅନ୍ୟ ପଟେ ସେମାନେ ପକ୍ଷୀ ହୋଇଥିବା ବେଳେ କଥା କହିପାରୁନଥିବାରୁ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଅଞ୍ଚଳବାସି ପର୍ଯ୍ୟାପ୍ତ ପାଣି ଓ ଅନ୍ୟାନ୍ୟ ସୁବିଧା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଶେରଗଡ଼ ବ୍ଲକର ଆମ୍ବୁଆବାଡ଼ି, କେରିକେରିଝୋଳା, ଶୋଭାଚନ୍ଦ୍ରପୁର ଆଦି ଗ୍ରାମ ମୟୂରଙ୍କ ବାସସ୍ଥଳୀ ପାଲଟିଥିବା ବେଳେ ଏହି ଗ୍ରାମର ଅଧିକାଂଶ ପରିବାର ଚାଷ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ବେଳେ ବେଳେ ମୟୂରମାନଙ୍କ ଯୋଗୁଁ ଫସଲ ହାନୀ ମଧ୍ୟ ଘଟୁଛି । ନିଜର ଫସଲ ନଷ୍ଟ ହେଲେ ମଧ୍ୟ ମୟୂର ବଂଶ ବୃଦ୍ଧି ଘଟୁଥିବାରୁ ଗ୍ରାମବାସୀ ଯେମିତି ପରିବାରର ସଦସ୍ୟ ଭାବେ ଗ୍ରହଣ କରି ନେଇଛନ୍ତି ମୟୁରଙ୍କୁ । ଗ୍ରାମବାସୀ ମାନେ ବର୍ଷର ୧୨ମାସ ଧରି ଶିକାରୀଙ୍କ ଦାଉରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରୟାସ ଜାରି ରଖିଥାନ୍ତି ।

ତେବେ ବିଡ଼ମ୍ବନା ଯେ ବନ ବିଭାଗ ପକ୍ଷରୁ ଆଶାନୁରୂପ ପଦକ୍ଷେପ ଗ୍ରହଣ କରାଯାଇ ପାରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏବେ ଠାରୁ ଖରା ବୃଦ୍ଧି ହୋଇଥିବା ବେଳେ ଜଳାଶୟ ଶୁଖିଗଲାଣି । ଏପଟେ କିଛି ବର୍ଷ ପୂର୍ବେ ବନ ବିଭାଗ କେବଳ ଛୋଟିଆ ଛୋଟିଆ ପାଣିକୁଣ୍ଡ ବ୍ୟବସ୍ଥା କରି ନିଜ ଦାୟିତ୍ଵ ସାରିଦେଇଛି । ଯାହା ଫଳରେ ପାଣି ପାଇଁ ରାସ୍ତାର ଗୋଟିଏ ପାର୍ଶ୍ଵରୁ ଅନ୍ୟ ପାର୍ଶ୍ଵକୁ ମୟୂର ଚାଲିଆସନ୍ତି । ଏଥି ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବା ଆବଶ୍ୟକ ହୋଇପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.