ହୋଲି ଖେଳିବା ପୂର୍ବରୁ ମୁହଁ ଓ କେଶରେ ଲଗାନ୍ତୁ ଏହି ଜିନିଷ, କଲରର ହେବ ନାହିଁ କୌଣସି ରିଆକ୍ସନ୍‌

ଆଜିକାଲି କଲରଗୁଡ଼ିକ ଏତେ ଗାଢା ହୋଇଥାଏ, ଯେ ଗାଧୋଇବା ପରେ ମଧ୍ୟ ବଡିରୁ କଲର ଠିକ୍‌ ଭାବେ ଛାଡେନାହିଁ । ତେବେ କେଶ ଓ ମୁହଁରେ ରଙ୍ଗ ଲଗାଯିବା ପରେ ଏହାକୁ ବାହାର କରିବା କଷ୍ଟକର ହୋଇଯାଏ । ଯାହା ଫଳରେ ବେଳେବେଳେ ମୁହଁରେ ଲାଗିଥିବା କଲର ଯୋଗୁ ଘାଆ ହୋଇଯାଏ । ସେଥିପାଇଁ ହୋଲି ଖେଳିବାକୁ ଯିବା ପୂର୍ବରୁ ମୁହଁ ଓ କେଶରେ ଏପରି କିଛି ଜିନିଷ ଲାଗାନ୍ତୁ, ଯାହା ଦ୍ୱାରା ହୋଲି ପରେ କଲର ସହଜରେ ଛାଡି ଯିବ ।

ଆଜିକାଲି ହୋଲିରେ ବଜାରରେ କେମିକାଲ କଲର ବହୁତ ମାତ୍ରାରେ ମିଳୁଛି । ଏହି କଲରଗୁଡ଼ିକ ଏତେ ଗାଢା ହୋଇଥାଏ, ଯେ ଗାଧୋଇବା ପରେ ମଧ୍ୟ ବଡିରୁ କଲର ଠିକ୍‌ ଭାବେ ଛାଡେନାହିଁ । ତେବେ କେଶ ଓ ମୁହଁରେ ରଙ୍ଗ ଲଗାଯିବା ପରେ ଏହାକୁ ବାହାର କରିବା କଷ୍ଟକର ହୋଇଯାଏ । ଯାହା ଫଳରେ ବେଳେବେଳେ ମୁହଁରେ ଲାଗିଥିବା କଲର ଯୋଗୁ ଘାଆ ହୋଇଯାଏ । ସେଥିପାଇଁ ହୋଲି ଖେଳିବାକୁ ଯିବା ପୂର୍ବରୁ ମୁହଁ ଓ କେଶରେ ଏପରି କିଛି ଜିନିଷ ଲାଗାନ୍ତୁ, ଯାହା ଦ୍ୱାରା ହୋଲି ପରେ କଲର ସହଜରେ ଛାଡି ଯିବ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏନେଇ କିଛି ବିଶେଷ ଟିପ୍ସ ବିଷୟରେ ଜଣାଇବୁ । ତେବେ ହୋଲି ଖେଳିବାର ୧୦ ମିନିଟ୍ ପୂର୍ବରୁ, ଆଲୋଭେରା ଜେଲକୁ କେଶ ଏବଂ ସ୍କିନ୍‌ରେ ଭଲ ଭାବରେ ଲଗାନ୍ତୁ । ଆଲୋଭେରା ଜେଲ୍ କେଶ ଏବଂ ସ୍କିନ୍‌ରେ ଡ୍ରାଏନେସ୍‌ ଦୂର କରିଥାଏ ଓ ଆର୍ଦ୍ରତା ରଖିଥାଏ । ଆଲୋଭେରା ଜେଲ୍ ଲଗାଇବା ଦ୍ୱାରା କଲର ସ୍କିନ୍‌ରେ ଠିକ୍‌ ଭାବେ ଲାଗେ ନାହିଁ । ଯାହା ଫଳରେ ଆପଣଙ୍କ ସ୍କିନ୍‌ ଭଲ ରହିଥାଏ ଏବଂ କୌଣସି କ୍ଷତି ମଧ୍ୟ ହୋଇନଥାଏ । ତାହେଲେ ଆସନ୍ତୁ ଜାଣିବା ଯେ କେଉଁ ଉପାୟରେ ଆଲୋଭେରା ଜେଲ୍ ସ୍କିନ୍‌ରେ ବ୍ୟବହାର କରିବେ ।

ଏପରି ଭାବେ ମୁହଁରେ ଆଲୋଭେରା ଜେଲ୍ ଲଗାନ୍ତୁ :
ହୋଲି ଖେଳିବାକୁ ଯିବାର ୧୦ ମିନିଟ୍ ପୂର୍ବରୁ, ମୁହଁ ଏବଂ ହାତରେ ଆଲୋଭେରା ଜେଲର ଭଲ ଭାବେ ଲଗାନ୍ତୁ । ଏହା ଆପଣଙ୍କ ତ୍ୱଚାକୁ ଆର୍ଦ୍ରତା ରଖିବ । ଚେହେରାରେ ଆଲୋଭେରା ଜେଲ୍ ଲଗାଇଲେ କ୍ଷତିକାରକ କଲର ସ୍କିନ୍‌କୁ ଅଧିକ କ୍ଷତି ପହଞ୍ଚାଇବ ନାହିଁ । ଏହା ସୂର୍ଯ୍ୟ କିରଣ ଏବଂ କ୍ଷତିକାରକ କଣିକା ଠାରୁ ମଧ୍ୟ ସୁରକ୍ଷା ଦେବ । ଯଦି ଆପଣ ଚାହାଁନ୍ତି, ଆପଣ ବଜାରରେ ମିଳୁଥିବା ଆଲୋଭେରା ଜେଲ୍ ମଧ୍ୟ ବ୍ୟବହାର କରିପାରିବେ । କିମ୍ବା ଆପଣ ଘରେ ଆଲୋଭେରା ପ୍ଲାଣ୍ଟରୁ ଜେଲ୍ ପ୍ରସ୍ତୁତ କରି ମୁହଁରେ ଲଗାଇ ପାରିବେ । ଯଦି ହୋଲି ଖେଳିବା ପରେ ସ୍କିନ୍‌ ଜଳୁଛି କିମ୍ବା ଲାଲ ଦେଖା ଯାଉଛି, ତେବେ ଆପଣ ମୁହଁ ଧୋଇବା ପରେ ଆପଣ ଆଲୋଭେରା ଜେଲ୍ ଲଗାଇପାରିବେ । ଏହାଦ୍ୱାରା ଆପଣ ଅନେକ ଆରାମ ପାଇବେ ।

ହୋଲି ଖେଳିବା ପୂର୍ବରୁ କେଶରେ ମଧ୍ୟ ଆଲୋଭେରା ଜେଲ୍ ଲଗାନ୍ତୁ :
ଆପଣମାନେ ଜାଣିଥିବେ ଯେ ଆଲୋଭେରା ଜେଲ୍ କେଶ ପାଇଁ ସର୍ବଦା ଲାଭଦାୟକ ହୋଇଥାଏ, ସେଥିପାଇଁ ହୋଲି ଖେଳିବା ପୂର୍ବରୁ ଆପଣ କେଶରେ ଆଲୋଭେରା ଜେଲ୍ ବ୍ୟବହାର କରିବା ବହୁତ ଭଲ ହୋଇଥାଏ । ଏହାର କାରଣ ଏହା ଆପଣଙ୍କ କେଶକୁ କେମିକାଲ କଲରରୁ ରକ୍ଷା କରିବା ଏବଂ ଆର୍ଦ୍ରତା ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ହୋଲି ଖେଳିବା ପୂର୍ବରୁ ପ୍ରାୟ ୧୫ ରୁ ୨୦ ମିନିଟ୍ ପୂର୍ବରୁ କେଶରେ ଆଲୋଭେରା ଜେଲ ଭଲ ଭାବେ ଲଗାଇ ଦିଅନ୍ତୁ । ଯାହା ଫଳରେ ହୋଲି ଖେଳିବା ପରେ କେଶ ଧୋଇବା ମାତ୍ରେ କଲର ଯେପରି ସହଜରେ ଛାଡି ଯିବ । ଏହା ସହ କେଶରେ କୌଣସି ପ୍ରକାରର କ୍ଷତି ମଧ୍ୟ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.