ଉଡାଣ ବେଳେ ଖସିଲା ବିମାନ ଚକ, ଜରୁରୀ ଅବତରଣ କଲା ବୋଇଂ ୭୩୭

ଫ୍ଲାଏସଫାୟର ବୋଇଂ ୭୩୭ ବିମାନକୁ ଜରୁରୀ ଅବତରଣ କରାଯାଇଛି । ଉଡ଼ାଣ ଭରିବା ବେଳେ ବିମାନରୁ ଖସିଲା ଚକ । ତେବେ ଘଟଣାଟି ଦକ୍ଷିଣ ଆଫ୍ରିକାର ଓଆର ଟମ୍ବୋ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ଘଟିଛି ।

ଉଡ଼ାଣ ଭରିବା ବେଳେ ବିମାନରୁ ଖସିଲା ଚକ । ଯେଉଁଠୁ ଉଡ଼ାଣ ଭରିଥିଲା ପୁଣି ଫେରି ସେଠାରେ ହିଁ କଲା ଜରୁରୀ ଅବତରଣ । ଫ୍ଲାଏସଫାୟର ବୋଇଂ ୭୩୭ ବିମାନକୁ ଜରୁରୀ ଅବତରଣ କରାଯାଇଛି । ତେବେ ଘଟଣାଟି ଦକ୍ଷିଣ ଆଫ୍ରିକାର ଓଆର ଟମ୍ବୋ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ଘଟିଛି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ଭିଡିଓରେ ଦେଖିବାକୁ ମିଳିଛି, ରନ-ୱେରେ ଲ୍ୟାଣ୍ଡିଂ ସମୟରେ ହ୍ବିଲରୁ ଧୂଆଁ ବାହାରୁଛି । ଡାହାଣ ପାର୍ଶ୍ବ ସମ୍ପୂର୍ଣ୍ଣ ତଳକୁ ଖସିପଡ଼ିଥିବା ବି ଦେଖିବାକୁ ମିଳିଛି । ତେବେ ଏଥିରେ କେହି ଆହତ ହୋଇନଥିବା ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବିମାନର କ୍ରୁ ମେମ୍ବରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ସମସ୍ତଙ୍କ ଜୀବନ ବଞ୍ଚିଯାଇଛି ।

ତେବେ ଏୟାରଲାଇନ୍ସର ପ୍ରବକ୍ତାଙ୍କ କହିବାନୁଯାୟୀ, ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ବିମାନର କ୍ର୍ୟୁ ମେମ୍ବର ଚକା ଖସିବା ଜାଣିବା ପରେ ବିମାନ ଉଡାଣ ଭରିବା ପରେ ପରେ ଅବତରଣ ପାଇଁ ଏଟିସିକୁ ଜଣାଇଥିଲେ ।

ତେବେ ବୋଇଂ ୭୩୭ ରେ ଏପରି ହେବା ପ୍ରଥମ ନୁହେଁ ୨୦୨୩ ଅଗଷ୍ଟ ମାସରେ ଇଞ୍ଜିନରୁ ଧୂଆଁ ବାହାରିଥିବାରୁ ଏପରି ଏକ ଜରୁରୀକାଳିନ ଅବତରଣ କରିଥିଲା ବିମାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.