ୟୁଟ୍ୟୁବରେ କେମିତି ଟଙ୍କା ମିଳେ, ଆପଣ ବି କରିପାରିବେ ରୋଜଗାର ଜାଣନ୍ତୁ କେତେ ଭ୍ୟୁଜରେ କେତେ ଟଙ୍କା ମିଳିବ

କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ଟଙ୍କା ରୋଜଗାରର ସବୁଠୁ ବଡ ଜରିଆ ବନିଯାଇଛି ୟୁଟ୍ୟୁବ୍‌ । କୌଣସି ବି ବ୍ୟକ୍ତି କଣ୍ଟେକ୍ଟ ଜରିଆରେ ଘରେ ବସି ଟଙ୍କା କମାଇପାରିବେ । ୟୁଟ୍ୟୁବର ଲୋକପ୍ରିୟତାକୁ ଦେଖି ଆଜିର ଯୁବଗୋଷ୍ଠି ଚାହୁଁଛି ୟୁଟ୍ୟୁବରେ ନିଜର ଚ୍ୟାନେଲ କରିବାକୁ ।

ଆଜିକାଲି ପିଲାମାନେ ବଡ ହେଇ ଆଉ ଡାକ୍ତର ଇଞ୍ଜିନିୟର ହେବେ କହୁନାହାଁନ୍ତି, କହୁଛନ୍ତି ବଡ ହେଇ ୟୁଟୁବ୍ୟର ହେବିି । ମୋଟା ମୋଟା ଟଙ୍କା କମାଇବି । କାରଣ ୟୁଟ୍ୟୁବରେ ଲୋକମାନେ ଭିଡିଓ ବନାଇ କୋଟି କୋଟି ଟଙ୍କା କମାଉଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କ ରୋଜଗାର ଏହା ଉପରେ ନିର୍ଭର କରୁଛି ଯେ ଆପଣ କେଉଁ ପ୍ରକାରର କଣ୍ଟେଣ୍ଟ ବନାଉଛନ୍ତି ।

କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ଟଙ୍କା ରୋଜଗାରର ସବୁଠୁ ବଡ ଜରିଆ ବନିଯାଇଛି ୟୁଟ୍ୟୁବ୍‌ । କୌଣସି ବି ବ୍ୟକ୍ତି କଣ୍ଟେକ୍ଟ ଜରିଆରେ ଘରେ ବସି ଟଙ୍କା କମାଇପାରିବେ । ୟୁଟ୍ୟୁବର ଲୋକପ୍ରିୟତାକୁ ଦେଖି ଆଜିର ଯୁବଗୋଷ୍ଠି ଚାହୁଁଛି ୟୁଟ୍ୟୁବରେ ନିଜର ଚ୍ୟାନେଲ କରିବାକୁ । ୟୁଟ୍ୟୁବ ଚ୍ୟାନେଲକୁ ନେଇ ପ୍ରାୟତଃ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ କେତେ ଭ୍ୟୁଜରେ କେତେ ଟଙ୍କା ମିଳିବ । ଯେମିତିକି ୧୦୦୦ ଭ୍ୟୁଜରେ କେତେ ଟଙ୍କା ମିଳିବ । ତେବେ ଆସନ୍ତୁ ଜାଣିବା ଏହାକୁ ନେଇ ଡିଟେଲ୍ସରେ ।

ୟୁଟ୍ୟୁବରେ ଆପଣ କେତେ ଟଙ୍କା କମାଇପାରିବେ ଏହା କେବଳ ଆଉ କେବଳ ଆପଣଙ୍କ ଭିଡିଓର ଭ୍ୟୁଜ୍‌ ଏବଂ ଆଡ୍ସ ଉପରେ ନିର୍ଭର କରେ । ଦାବି କରାଯାଉଛି ଯେ ୟୁଟ୍ୟୁବ ୧୦୦୦ ଭ୍ୟୁଜରେ ୧,୫୦୦ ଟଙ୍କା ଦେଇଥାଏ ତ କେଉଁଠି ୧୦୦୦ ଟଙ୍କା ବୋଲି ଦାବି କରାଯାଉଛି । କିନ୍ତୁ ଏମିତି ନୁହେଁ । ହେଲେ ଏହା ସତ ଯେ ଆପଣଙ୍କ ରୋଜଗାର ଭ୍ୟୁଜ ଦ୍ୱାରା ହିଁ ହୋଇଥାଏ । କିନ୍ତୁ ଏଥିରେ ଗୁରୁତ୍ୱପୂର୍ଣ୍ଣ ଆଡ୍ସ ବି ରହିଛି । ଉଦାହରଣ ସ୍ୱରୂପ ଯଦି କୌଣସି ଭିଡିଓରେ ୧୦୦୦୦ ଭ୍ୟୁଜ୍‌ ଆସିଛି ଏବଂ ସେଥିରେ ଆଡ୍‌ କମ୍‌ ଚାଲିଛି କିମ୍ବା ଲୋକମାନେ ଆଡକୁ ସ୍କିପ୍‌ କରିଛନ୍ତି ତାହେଲ ଏହି କେସରେ ଟଙ୍କା କମ୍‌ ମିଳିବ ।

ଏହାବ୍ୟତୀତ ଯଦି କୌଣସି ଭିଡିଓରେ ୫ ହଜାର କିମ୍ବା ୨ ହଜାର ଭ୍ୟୁଜ୍‌ ଆସିଛି କିନ୍ତୁ ସେଥିରେ ଚାଲୁଥିବା ଆଡର ଦାମ୍‌ ଅଧିକ ରହିଛି । ତାହେଲେ ସେହି ମାମଲାରେ ୨୦୦୦ ଭ୍ୟୁଜ୍‌ କରୁଥିବା ଲୋକର ରୋଜଗାର ୧୦,୦୦୦ ପାଉଥିବା ଲୋକଠାରୁ ବି ଅଧିକ ହେବ । ଯଦି ୧ ହଜାର ଭ୍ୟୁଜରେ ଆମେ ରୋଜଗାର ଦେଖିବା ତାହେଲେ ୨୦୨୨ର ଡାଟା ମୁତାବକ, ଆମେରିକାରେ ୟୁଟ୍ୟୁବର୍ସଙ୍କ ରୋଜଗାର ପ୍ରାୟ ୪୬୦୦ ଡଲାର (ମାସକୁ ୩,୭୭,୨୩୪ ଟଙ୍କା) ମାସକୁ ହେଉଛି । ଏହିଭଳି ଭାବେ କମ୍ପାନୀ ୧,୦୦୦ ଭ୍ୟୁଜରେ ୧୮ ଡଲାର (ପ୍ରାୟ ୧୫୫୮ ଟଙ୍କା)ର ପେମେଣ୍ଟ କରିଥାଏ ।

ତେବେ ଧ୍ୟାନ ଦେବାର କଥା ହେଉଛି ଆପଣ କେଉଁ କ୍ୟାଟଗରୀର କଣ୍ଟେଣ୍ଟ ବନାଉଛନ୍ତି ଏବଂ ଏହି ଜିନିଷ ଆପଣଙ୍କ ପେମେଣ୍ଟରେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଯଦି ଆପଣ ଭାଓଲେନ୍ସ ସମ୍ବନ୍ଧୀୟ କୌଣସି ଭିଡିଓ ବନାଉଛନ୍ତି ତାହେଲେ ଏଥିରେ ରେଭିନ୍ୟୁ ଆପେ ଆପେ କମ୍‌ ହୋଇଯାଏ । ସେହିପରି ଯଦି ଆପଣ କୌଣସି ଏମିିତି ଟପିକ ଉପରେ ଭିଡିଓ ବନାଉଛନ୍ତି, ଯାହା କମେଡି ସହ ଯୋଡି ହୋଇଥିବ ତାହେଲେ ଏହା ଭଲ ରୋଜଗାର ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.